ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ

ଭୁବନେଶ୍ବର: ଶୀତକାଳନୀ ଅଧିବେଶନରେ ଶନିବାର ଅପରାହ୍‌ଣରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଯାଇଛି। ସିଏଜି ରିପୋର୍ଟ ଉପସ୍ଥାପନ ବେଳେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି। କଂ‌ଗ୍ରେସର ବିଧାୟକମାନେ ଅଦାନୀ ପ୍ରସଙ୍ଗରେ ନିଜ ଆସନରେ ଠିଆହୋଇ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଛନ୍ତି। ଏହାରି ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଆସନ୍ତା ସୋମବାର (୨୦୨୪ ଡିସେମ୍ବର ୯) ପୂର୍ବାହ୍ଣ ୧୦ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି। ସୁଭଦ୍ରା ଯୋଜନା ସଂପର୍କରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରାୟ ୮୦ ଲକ୍ଷରୁ ଅଧିକ ଲୋକ ଟଙ୍କା ପାଇସାରିଥିବାବେଳେ, ୨୭ ହଜାରରୁ ଅଧିକ ଲୋକ ବ୍ୟାଙ୍କ ଓ ଆଧାର ତ୍ରୁଟି କାରଣରୁ ଟଙ୍କା ପାଇପାରି ନାହାଁନ୍ତି। ଏଥିସହ ୨ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବିବେଚିତ ହେଇଛନ୍ତି। ଡିସେମ୍ବର ୨ ତାରିଖ ସୁଦ୍ଧା ରାଜ୍ୟର ୧,୦୫,୪୩,୨୩୮ ଜଣ ଲୋକ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ସେଥିମଧ୍ୟରୁ ୮୦ ଲକ୍ଷ ୧ ହଜାର ୯୯୭ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି। ତେବେ ୨୭ ହଜାର ୭୭୪ ଜଣ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଗତ ତ୍ରୁଟି କାରଣରୁ ଏବଂ ୨ ଲକ୍ଷ ୨୦ ହଜାର ୨୫୯ ଜଣ ଅଯୋଗ୍ୟ ବିବେଚିତ ହେବା କାରଣରୁ ଟଙ୍କା ପାଇପାରିନାହାଁନ୍ତି। ଶ୍ରୀମତୀ ପରିଡ଼ା ଛତୁଆ ପ୍ରସଙ୍ଗରେ କହିଛନ୍ତି, ୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଅଭିଯୋଗ ଆସିଛି। ଅଭିଯୋଗ ଆସିଲା ପରେ ଭୁବନେଶ୍ଵର ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ ଛତୁଆ ନମୁନା ପରୀକ୍ଷା ହୋଇଥିଲା। ଏନେଇ ୬୩ ଏସଡିପିଓଙ୍କ ସମେତ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଛି। ବାରବାଟୀ-କଟକ ବିଧାୟିକା ବିଧାୟକ ସୋଫିଆ ଫିର୍ଦୋସଙ୍କ ପ୍ରଶ୍ନରେ ଉତ୍ତର ଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଗତ ଆର୍ଥିକ ବର୍ଷରେ ଓଡିଶାରେ ମଦ ବିକ୍ରୟରୁ ସଂଗ୍ରହ ହୋଇଥିବା ମୋଟ ଅବକାରୀ ରାଜସ୍ୱ ୭,୨୧୬.୯୯ କୋଟି ଟଙ୍କା ଏବଂ ମୋଟ ରାଜସ୍ୱ (ଭାଟ୍ ସମେତ) ୧୦,୧୮୨.୨୪ କୋଟି ଟଙ୍କା ଅଟେ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ