ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସୁରେଶ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ/ବ୍ରହ୍ମପୁର,୦୪/୧୧:ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ସୁରେଶ ନାୟକକୁ ଗିରଫ କରିଛି। ନୂଆଦିଲ୍ଲୀର କାଲକାଜିରେ ଥିବା ସିଲିକନ୍‌ର ଏକ ଗେଷ୍ଟ ହାଉସ୍‌ରେ ସେ ପଞ୍ଚସଫ୍ଟର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିକୁ ଲୁଚାଇ ରଖିଥିଲା। ସୁରେଶକୁ ଆଇଟିଆଇ ପକ୍ଷରୁ ପୁଲିସ ଏସ୍‌ଆଇ ପରୀକ୍ଷା ପ୍ରଶ୍ନପତ୍ର ଦାୟିତ୍ବ ହସ୍ତାନ୍ତର କରାଯାଇଥିବା ବେଳେ ସେ ବେଆଇନ ଭାବେ ଏହି ଟେଣ୍ଡରକୁ ପଞ୍ଚସଫ୍ଟକୁ ହସ୍ତାନ୍ତର କରିଥିଲା।
ଅନ୍ୟପଟେ କ୍ରାଇମବ୍ରାଞ୍ଚ ସୋମବାର ବ୍ରହ୍ମପୁର ଜେଏମ୍‌ଏଫ୍‌ସି(ରୁରାଲ୍) କୋର୍ଟରେ ଶଙ୍କର ଓ ସୁରେଶକୁ ହାଜର କରିଥିଲା। ପରେ ଉଭୟଙ୍କୁ ବ୍ରହ୍ମପୁର ସର୍କଲ ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ ଶଙ୍କର ଓ ଖାସ୍ ସହଯୋଗୀ ଅରବିନ୍ଦ ଦାସକୁ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି। ଏସ୍‌ଆଇ ପରୀକ୍ଷା ପାଇଁ ଓଡ଼ିଶା ପୁଲିସ ଏବଂ ଆଇଟିଆଇ ଲିମିଟେଡ୍ ମଧ୍ୟରେ ମୂଳ ଟେଣ୍ଡର ଓ ଚୁକ୍ତିନାମାରେ ପ୍ରଶ୍ନପତ୍ର ଫ୍ରେମିଂ, ମୁଦ୍ରଣ ଏବଂ ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକ ଆଇଟିଆଇ ଲିମିଟେଡ୍ ଉପରେ ନ୍ୟସ୍ତ କରାଯାଇଥିଲା। ଆଇଟିଆଇ ଏହି କାର୍ଯ୍ୟର କୌଣସି ଅଂଶକୁ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍‌କୁ ଆଉଟସୋର୍ସ କରିବାକୁ ଯୋଜନା କରିଥିଲା। ସିଲିକନ୍ ସମସ୍ତ କାର୍ଯ୍ୟ କରିବା ସମ୍ଭବପର ନହେବାରୁ ଆଇଟିଆଇ ପୁଲିସ ମୁଖ୍ୟାଳୟର ଅନୁମତି ଲୋଡ଼ିଥିଲା। ତୃତୀୟ ପକ୍ଷ ଭାବେ ସିଲିକନ୍‌କୁ ଏହି କାମ ମିଳିବା ପରେ ସେ ଏହି ଟେଣ୍ଡର ଆଉ କାହାକୁ ଦେଇପାରିବ ନାହିଁ ବୋଲି ସର୍ତ୍ତାବଳୀରେ ଉଲ୍ଲେଖ ଥିଲା। କିନ୍ତୁ ସିଲିକନ୍ ଗୋପନୀୟ ଭାବେ ଏହି ଟେଣ୍ଡରର କିଛି ଅଂଶ ପଞ୍ଚସଫ୍ଟ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡକୁ ହସ୍ତାନ୍ତର କରିଥିଲା।
ଉଭୟ ଓପିଆର୍‌ବି ଓ ଆଇଟିଆଇକୁ ନ ଜଣାଇ ସିଲିକନର ନିର୍ଦ୍ଦେଶକ ସୁରେଶ ନାୟକ ଓ ପଞ୍ଚସଫ୍ଟର ନିର୍ଦ୍ଦେଶକ ଶଙ୍କର ପୃଷ୍ଟିଙ୍କ ମଧ୍ୟରେ ବଡ଼ ଧରଣର ଡିଲ୍ ହୋଇଥିଲା। ଉଭୟ ପ୍ରଶ୍ନପତ୍ର ପ୍ରସ୍ତୁତି, ପ୍ରିଣ୍ଟିଂ, ପ୍ରଶ୍ନପତ୍ର ଚାଲାଣ କରୁଥିଲେ। ଶେଷରେ ପ୍ରଶ୍ନପତ୍ର କେଳେଙ୍କାରୀ ଭଳି କାରନାମ ହୋଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି। ପ୍ରଥମେ ଶନିବାର କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟିକୁ ଉତ୍ତରାଖଣ୍ଡର ଚମ୍ପାଵତ୍ ଜିଲ୍ଲାରୁ ଗିରଫ କରିଥିବା ବେଳେ ସୋମବାର ସିଲିକନର ନିର୍ଦ୍ଦେଶକ ସୁରେଶ ନାୟକକୁ ଗିରଫ କରାଯାଇଛି। ଭୁବନେଶ୍ବରର ପଟିଆରେ ଥିବା ଏକ କୋଠାରେ ସିଲିକନ୍ କାର୍ଯ୍ୟାଳୟ ଚାଲୁଥିଲା। ସୁରେଶର ମାଲିକାନାରେ ଦିଲ୍ଲୀର କାଲକାଜିରେ ଏକ ଗେଷ୍ଟ ହାଉସ୍ ଥିଲା। ଏହି ଗେଷ୍ଟ ହାଉସରେ ଶଙ୍କର ଲୁଚି ରହିଥିଲା।

  • Related Posts

    ‘କ୍ରାଇମବ୍ରାଞ୍ଚ ଚାପମୁକ୍ତ ହୋଇ କରୁଛି ତଦନ୍ତ’

    ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ…

    Continue reading
    ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ଉପରେ ରହିବ ନଜର-ପୋଲିସ ଡିଜି

    ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେଠୁ କଡ଼ା ହୋଇଛି ପୋଲିସ ପ୍ରଶାସନ। କଲେଜ ନିର୍ବାଚନ ସମୟରେ କ୍ୟାମ୍ପସ୍‌ରେ ଯେପରି କୌଣସି ପ୍ରକାର ଅଶାନ୍ତି କିମ୍ବା ଗଣ୍ଡଗୋଳ ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ଅଣଛାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ