ବାଲିଯାତ୍ରାରେ ଅଘଟଣ: ଫସିଲା ଦୋଳି ଶୂନ୍ୟରେ ଲଟକିଲେ ୧୬ ଜଣ

କଟକ: କଟକ ବାଲିଯାତ୍ରାରେ ଅଘଟଣ । ଏକ ଦୋଳି ଅଚଳ ହେବାରୁ ଶୂନ୍ୟରେ ଏଥିରେ ବସିଥିବା ଲୋକ ଫସି ରହିଥିଲେ । ୧୬ ଜଣ ଲୋକ ଏକ ଦୋଳିରେ ଥିବା ବେଳେ ଏହା ହଠାତ୍‌ ବନ୍ଦ ହୋଇଯାଇଥିଲା । ଦୋଳିର ମଟରଟି ଖରାପ ହୋଇଯାଇଥିଲା । ଏଥିରେ ଲୋକଙ୍କ ସହ କୁନିକୁନି ପିଲା ଫସିଯାଇଥିଲେ ।୭୦ ଫୁଟ୍‌ ଉପରେ ଏମାନେ ଫସି ରହିଥିଲେ । ୨ ଘଣ୍ଟା ଧରି ଏମାନେ ଫସି ରହିଥିଲେ ।ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା । ଏଥିରେ ଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ଐତିହାସିକ କଟକ ବାଲିଯାତ୍ରାରେ ବୁଧବାର ରାତିରେ ଏକ ଅଘଟଣ ଘଟିଛି। ପ୍ରାୟ ୧୬ ଜଣ େଲାକ ଏକ ବୃହତ୍‌କାୟ ହାମର ଭଳି ଜେସିବି ​‌​‌ଦୋଳିରେ ବସି ମଜା ନେଉଥିବାବେଳେ ହଠାତ୍ ତାହା ବନ୍ଦ ହୋଇଯିବାରୁ ପ୍ରାୟ ୭୦ ଫୁଟ ଉଚ୍ଚରେ ସେମାନେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲେ। ପରେ ଏକ ବୃହତ୍‌କାୟ ଯନ୍ତ୍ର (ବ୍ରୋଣ୍ଟୋ ସ୍କାଇଲିଫ୍ଟ) ମେଳା ପଡିଆକୁ ଅଣାଯାଇ ସେମାନଙ୍କୁ ପର୍ୟ୍ୟାୟକ୍ରମେ ଉଦ୍ଧାର କରାଯାଉଛି। ଅଗ୍ନିଶମ ବିଭାଗ ସହାୟତାରେ ରାତି ୧୨ଟା ସୁଦ୍ଧା ଉଦ୍ଧାର କାର୍ୟ୍ୟ ଜାରି ରହିଛି। ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୬ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି।
ମିଳିଥିବା ସୂଚନାନୁଯାୟୀ, ଦୋଳି ବୁଲୁଥିବାବେଳେ ହଠାତ୍ ମୋଟର ଅକାମୀ ହୋଇପଡିଥିଲା। ଫଳରେ ଉଭୟ ପଟେ ୮ ଜଣ ଲେଖାଏଁ ଲୋକ ଫସି ଯାଇଥିଲେ। ଦୋଳିକୁ ତୁରନ୍ତ ନିୟନ୍ତ୍ରଣ କରିବା ଲାଗି ଏହାର ଅପରେଟର ତୁରନ୍ତ ବ୍ରେକ୍‌ ଲଗାଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣ ଟଳି ଯାଇଥିଲା। ଦୋଳିର ତଳ ଅଂଶରେ ଥିବା େଲାକେ କୌଣସିମତେ ଓହ୍ଲାଇ ପଡିଥି​ଲେ ଓ ଉପର ଲାକେ ଫସି ରହିଥିଲେ। ଧୀରେ ଧୀରେ ବ୍ରୋଣ୍ଟୋ ସ୍କାଇ ଲିଫ୍ଟ ଜରିଆରେ ଅତି ସତର୍କତାର ସହ ଜଣକ ପରେ ଜଣକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣା ପରେ ବାଲିଯାତ୍ରାରେ ଦୋଳିରେ ବସି ମଜା ନେଉଥିବା ଲୋକଙ୍କ ଭିତରେ ଛାନିଆ ପଶିଯାଇଥିଲା।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ