
ଭୁବନେଶ୍ୱର: ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ବଡ଼ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ନବମ ରାଉଣ୍ଡ ସୁଦ୍ଧା ବିଜେପି ୩୦ ହଜାର ୪୬୭ଟି ଭୋଟରେ ଆଗୁଆ ଅଛି । ନବମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୪୫୨୫୧ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୧୪୭୮୪ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୧୧୯୫୭ଟି ଭୋଟ ମିଳିଛି ।




