
ଭୁବନେଶ୍ୱର: ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ବଡ଼ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ରାଉଣ୍ଡ-୧୬ ସୁଦ୍ଧା ବିଜେପି ୫୩ ହଜାର ୮୭୨ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୬ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୭୮୫୦୭ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୪୬୩୫ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୨୪୨୫୧ଟି ଭୋଟ ମିଳିଛି ।
କିଏ ମାରିବ ନୂଆପଡ଼ା ବାଜି। ନୂଆପଡ଼ାରେ କିଏ ପିନ୍ଧିବ ବିଜୟ ମୁକୁଟ? ଫଳାଫଳ ଉପରେ ରହିଛି ନେତାଠୁ ଜନତା ସଭିଙ୍କ ନଜର । ଆଜି ୧୪ଟି ଟେବୁଲରେ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଚାଲିଛି । ବିଜୟ ପାଇଁ ବିଜେପି, ବିଜେଡ଼ି ଓ କଂଗ୍ରେସ ଜୋରଦାର କସରତ କରିଛନ୍ତି । ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଯିବ । ବିଜେପି, ବିଜେଡ଼ି ଓ କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ପ୍ରଚାର ପାଇଁ ୩ ପ୍ରମୁଖ ଦଳର ରାଜ୍ୟସ୍ତରୀୟ ନେତା ମାସେ ହେଲା ନୂଆପଡ଼ାରେ ଡେରା ପକାଇଥିଲେ ।




