ନୂଆପଡ଼ାରେ ‘ଜୟ’ଙ୍କ ବୃହତ୍ ବିଜୟ

ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ବୃହତ୍ ବିଜୟ ହୋଇଛି । ସମସ୍ତ ରାଉଣ୍ଡ ଭୋଟ୍ ଗଣତି ପରେ ବିଜେପିର ଜୟ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠୁ ୮୩୭୮୪ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଜୟଙ୍କୁ ମୋଟ ୧,୨୩,୮୬୯ ଭୋଟ୍ (୫୮.୨୭%) ମିଳିଛି, ଯାହାକି ରାଜ୍ୟରେ ବିଜେପି ପାଇଁ ଏକ ବୃହତ ବିଜୟ । ଏହି ରେକର୍ଡ଼ ବିଜୟ କେବଳ ଭୋଟ୍ ବ୍ୟବଧାନ ଦୃଷ୍ଟିରୁ ବଡ଼ ନୁହେଁ, ବରଂ ଓଡ଼ିଶା ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ସଙ୍କେତ ଦେଇଛି । ନୂଆପଡ଼ାର ଜନାଦେଶ ରାଜ୍ୟରେ ଦୀର୍ଘ ୨୪ବର୍ଷ ଧରି ଶାସନ କରିଥିବା ଏକନମ୍ବର ଦଳ ବିଜେଡିକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି ।
ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩,୭୪୮ ଭୋଟର ବିଶାଳ ବ୍ୟବଧାନରେ ପରାସ୍ତ କରିଛନ୍ତି । ଢୋଲକିଆଙ୍କୁ ମୋଟ ୧,୨୩,୭୫୭ ଇଭିଏମ୍ ଭୋଟ୍ ଏବଂ ୧୧୨ଟି ପୋଷ୍ଟାଲ୍ ଭୋଟ୍ ମିଳିଛି । ବିଜେପି ପାଇଁ ନୂଆପଡ଼ାରେ ଏହା ଏକ ନିର୍ଣ୍ଣାୟକ ଜନାଦେଶ, ଯାହା ଦଳର ସାଂଗଠନିକ ପ୍ରଭାବକୁ ବଢ଼ାଇବାରେ ସହାୟକ ହେବ ଓ ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେପିକୁ ଏକ ମଜବୁତ ସ୍ଥିତିରେ ରଖିଛି । ଏହି ବିଶାଳ ଭୋଟ୍ ବ୍ୟବଧାନ ରାଜ୍ୟରେ ମୋହନ ମାଝୀ ନେତୃତ୍ୱାଧୀନ ବିଜେପି ସରକାର ଓ କେନ୍ଦ୍ରର ମୋଦି ସରକାର ସପକ୍ଷରେ ଜନାଦେଶ ବୋଲି କୁହାଯାଉଛି।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏହି ଉପନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ମୋଟ ୪୦,୧୨୧ ଭୋଟ୍ (୧୮.୮୭%) ହାସଲ କରି ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଜି ଭୋଟ୍ ଗଣତିର ପ୍ରାରମ୍ଭିକ ୪ର୍ଥ ଓ ୫ମ ରାଉଣ୍ଡରେ ସେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପଛରେ ପକାଇଥିଲେ । ମାତ୍ର ପରେ ବିଜେଡି ପ୍ରାର୍ଥୀ ତାଙ୍କୁ ପଛରେ ପକାଇ ଦେଇଥିଲେ । କିନ୍ତୁ ୧୭ତମ ରାଉଣ୍ଡ ପରଠାରୁ ଶ୍ରୀ ମାଝୀ କ୍ରମାଗତ ଭାବେ ବିଜେଡିକୁ ପଛରେ ପକାଇ ଶେଷ ରାଉଣ୍ଡ ଗଣତି ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ରହିଥିଲେ । ରାଜ୍ୟରେ ଦୀର୍ଘବର୍ଷ ଧରି ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବା ବିଜେଡିକୁ ଶକ୍ତଧକ୍କା ହୋଇଛି । ଆଉ ରାଜ୍ୟରେ କଂଗ୍ରେସ ନିଜର ସ୍ଥିତି ସୁଦୃଢ଼ କରିବା ପାଇଁ ଏକ ସୁଯୋଗ ପାଇଥିବା ଚର୍ଚ୍ଚା ହେଉଛି ।
ମୁଖ୍ୟ ବିରୋଧୀ ଦଳ ବିଜେଡି ପାଇଁ ଏହି ନିର୍ବାଚନ(nuapada byelection) ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି । ଦଳର ପୂବର୍ତନ ବିଧାୟିକା ତଥା ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମାତ୍ର ୩୮,୪୦୮ ଭୋଟ୍ (୧୮.୦୭%) ମିଳିଛି, ଯାହା ତାଙ୍କୁ ତୃତୀୟ ସ୍ଥାନରେ ରଖିଛି । ନୂଆପଡ଼ା ବିଜେଡିର ଗଡ଼ ଥିଲା ତଥା ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆ ମଧ୍ୟ ବିଜେଡିରୁ ପ୍ରତିନିଧିତ୍ୱ କରୁଥିଲେ । ଏତେ କମ୍ ଭୋଟ୍ ପାଇବା ଓ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପଛରେ ରହିବା ବିଜେଡି ପାଇଁ ଆଗାମୀ ଦିନରେ ଏକ ରାଜନୀତିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଦୁଇଥର ନୂଆପଡ଼ା ଯାଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା, ଦଳର ଶତାଧିକ ନେତା ଗ୍ରାଉଣ୍ଡ ମ୍ୟାନେଜମେଂଟ କରିବା ପରେ ମଧ୍ୟ ଜିଲ୍ଲା ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ ଗ୍ରହଣ କରିନଥିବା ସ୍ପଷ୍ଟ ହୋଇଛି । ଏହି ଜନାଦେଶ ଦଳର ପାରମ୍ପରିକ ଭୋଟକୁ ଦଳଠୁ ଛଡ଼ାଇ ନେଇଛି । ଏହି ନିର୍ବାଚନକୁ ସମ୍ମାନର ପ୍ରଶ୍ନ କରିଥିବା ଦଳ ପାଇଁ ଏହା ଆତ୍ମସମୀକ୍ଷା କରିବାର ଆବଶ୍ୟକତାକୁ ଦର୍ଶାଉଛି ।

  • Related Posts

    ସରପଞ୍ଚରୁ ଭାଜପା ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା

    ଗୀତାଞ୍ଜଳିଙ୍କୁ ନୂଆ ଦାୟିତ୍ୱ, ମହିଳା ସଂଗଠନ ସୁଦୃଢ଼ କରିବାକୁ ନୂଆ ଆଶା” ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) କନ୍ଧମାଳ ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ…

    Continue reading
    ପିଏମ୍ କେୟାର୍ସ ପାଣ୍ଠିକୁ ଘରୋଇ ଦାନ ହ୍ରାସ

    ନୂଆଦିଲ୍ଲୀ : ପିଏମ୍ କେୟାର୍ସ (ପ୍ରାଇମ ମିନିଷ୍ଟର୍ସ ସିଟିଜେନ ଆସିଷ୍ଟାନ୍ସ ଆଣ୍ଡ ରିଲିଫ ଇନ୍ ଏମର୍ଜେନ୍ସି ସିଚୁଏସନ) ପାଣ୍ଠିକୁ ଘରୋଇ ଦାନ ୨୦୨୪-୨୫ରେ ୩୦ ପ୍ରତିଶତ ହ୍ରାସ ପାଇ ୪୭୯ କୋଟି ଟଙ୍କା ରହିଛି । ବିଦେଶୀ ଦାନ ମଧ୍ୟ ୧୮…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ