ନୌଗାମ ଥାନାରେ ବିସ୍ଫୋରଣ ‘ଦୁର୍ଘଟଣାଜନିତ’: ଡିଜିପି

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣକୁ ‘ଦୁର୍ଘଟଣାଜନିତ’ କହିଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ । ଗଣମାଧ୍ୟମକୁ ଏନେଇ ସୂଚନା ଦେଲେ ଜମ୍ମୁ-କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ କହିଛନ୍ତି ଏହା ଏକ ଦୁର୍ଘଟଣା । ବିସ୍ଫୋରଣ କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ । ସେ ସ୍ପଷ୍ଟ କରିଛନ୍ତି କି, କୌଣସି ଆତଙ୍କୀ ହମଲା ହୋଇନାହିଁ । ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମ୍ପଲିଂ ସମୟରେ ହୋଇଥିବା ଦୁର୍ଭାଗ୍ୟଜନକ ଦୁର୍ଘଟଣା । ଗୃହମନ୍ତ୍ରଣାଳୟ ପକ୍ଷରୁ ଘଟଣାକୁ ‘ଦୁର୍ଘଟଣାଜନିତ’ ବୋଲି କୁହାଯାଇଛି ।

​​​​​ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ୨୦ରେ ଶ୍ରୀନଗରସ୍ଥିତ ନୌଗାମ ଥାନାରେ ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଛି । ୩୨ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣରେ ଜଣେ ଏସଆଇଏ କର୍ମୀ, ୩ ଏଫଏସଏଲ, ୨ କ୍ରାଇମସିନ ଫଟୋଗ୍ରାଫର, ୨ ରାଜସ୍ୱ ଅଧିକାରୀ ଓ ଜଣେ ଟେଲରଙ୍କର ମୃତ୍ୟୁଙ୍କର ହୋଇଛି । ବିସ୍ଫୋରଣ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ଡିଜିପି ନଳିନ ପ୍ରଭାତ । ସେ କହିଛନ୍ତି, ”ବିସ୍ଫୋରଣ ଦୁର୍ଘଟଣାଜନିତ । ଘଟଣାର କିଛି ଅନ୍ୟ କାରଣ ଥିବା ଅନୁମାନ କରିବା ଅନାବଶ୍ୟକ । ପୁଲିସ୍ ଓ ଫରେନ୍ସିକ ଯାଞ୍ଚ ବେଳେ ବିସ୍ଫୋରଣ ଘଟିଛି । ଘଟଣାରେ କୌଣସି ଆତଙ୍କୀ ଷଡଯନ୍ତ୍ର କି ଅନ୍ୟ କାହାର ହସ୍ତକ୍ଷେପ ନାହିଁ । ଫରିଦାବାଦରୁ ଆସିଥିବା ବିସ୍ଫୋରକ ସାମଗ୍ରୀର ସାମ୍ପଲିଂ ପ୍ରକ୍ରିୟା ୨ ଧରି ଚାଲିଥିଲା । ଏହି ସମୟରେ ଦୁର୍ଘଟଣା ଘଟିଛି । କେମିତି ଓ କେଉଁ ପରସ୍ଥିତିରେ ଘଟିଲା ତାର ତଦନ୍ତ ଚାଲିଛି । ଆତଙ୍କୀ ଷଡ଼ଯନ୍ତ୍ରର କୌଣସି ଲିଙ୍କ ନାହିଁ । ଫରିଦାବାଦରେ ଜବତ ବିସ୍ଫୋରକର ସାମ୍ପଲିଂ ସତର୍କତାର ସହିତ ଚାଲିଥିଲା ହେଲେ ଅଘଟଣ ଘଟିଗଲା ।”

  • Related Posts

    ବିଜୟଙ୍କ ଘୋଷଣା: ସମସ୍ତ ବିଧାୟକ ପାଇବେ ନୂଆ କାର୍

    ତାମିଲନାଡୁର ପ୍ରତ୍ୟେକ ବିଧାୟକଙ୍କୁ ମିଳିବ କାର୍। ସେଥିରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବେ। ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଛନ୍ତି।ତାମିଲନାଡୁ ବିଧାନସଭାରେ କହିଛନ୍ତି ଯେ ଲୋକଙ୍କ ଆବଶ୍ୟକତାର ବୁଝାସୁଝା କରିବା…

    Continue reading
    ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ:କୋର୍ଟ

    ତିରୁଅନନ୍ତପୁରମ : ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ଖବର ଛାପିବା ଅପରାଧୀକ ମାନହାନି ନୁହେଁ । ସରକାରୀ ସଂସ୍ଥା କିମ୍ବା ଆଇନ ପାଳନକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ଖବର ଛାପିବା ଦ୍ୱାରା ଯଦି କୌଣସି ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚିଥାଏ କିମ୍ବା ତାଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ