ରାଜ୍ୟରେ ଖସୁଛି, ପାରଦ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପପାତ୍ରା 20 ଡିଗ୍ରୀ ତଳେ ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଇଏମଡିର ଆକଳନ ‘ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ 20 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ । ଚଳିତ ସପ୍ତାହରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।’ ଫୁଲବାଣୀ ଓ ଝାରସୁଗୁଡ଼ାରେ ତାପମାତ୍ରା 10 ଡିଗ୍ରୀ ସେଲସିୟସ ତଳେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପାଣିପାଗ ବିଜ୍ଞାନୀ ଡ. ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନା ଅନୁଯାୟୀ, ” 20 ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ବର୍ଷା ନେଇ କୌଣସି ଆଲର୍ଟ ଜାରି କରାଯାଇ ନାହିଁ । ଆଗାମୀ 3 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ଦେଖାଯିବ ନାହିଁ । 20 ତାରିଖ ପରେ 2ରୁ 4 ଡିଗ୍ରୀ ତାପମାତ୍ରା ଖସିବାର ସମ୍ଭାବନା ରହିଛି ।”ଶନିବାର ଫୁଲବାଣୀ ଓ ଝାରସୁଗୁଡାରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ ସେଲସିୟସ ରହିଛି । 2 ସ୍ଥାନକୁ ଛାଡ଼ି ବାକି ଅନ୍ୟ ଜିଲ୍ଲାଗୁଡିକରେ ତାପମାତ୍ରା 10 ଡିଗ୍ରୀ ସେଲସିୟସ ଉପରେ ରହିଛି । 15 ଡିଗ୍ରୀ ସେଲସିୟସ ତଳେ ଭବାନୀପାଟଣା-11 ଡିଗ୍ରୀ ସେଲସିୟସ, କୋରାପୁଟ- 13 ଡିଗ୍ରୀ ସେଲସିୟସ, ନବରଙ୍ଗପୁର – 12 ଡିଗ୍ରୀ ସେଲସିୟସ, ରାୟଗଡ଼ା -14 ଡିଗ୍ରୀ ସେଲସିୟସ, ବଲାଙ୍ଗୀର- 13 ଡିଗ୍ରୀ ସେଲସିୟସ, ଅନୁଗୋଳ – 12 ଡିଗ୍ରୀ ସେଲସିୟସ, ସୋନପୁର – 14 ଡିଗ୍ରୀ ସେଲସିୟସ, ଢେଙ୍କାନାଳ- 13 ଡିଗ୍ରୀ ସେଲସିୟସ, ସମ୍ବଲପୁର – 13 ଡିଗ୍ରୀ ସେଲସିୟସ, ସୁନ୍ଦରଗଡ 12 ଡିଗ୍ରୀ ସେଲସିୟସ, ରାଉରକେଲା – 12 ଡିଗ୍ରୀ ସେଲସିୟସ, କେନ୍ଦୁଝର- 12ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।ଟିଟିଲାଗଡ, ନୟାଗଡ, କଟକରେ ସର୍ବନିମ୍ନ ତାପମାତ୍ରା 15 ଡିଗ୍ରୀ ସେଲସିୟସ ରହିଛି । ନୂଆପଡା, ଗୋପାଳପୁର, ଖୋର୍ଦ୍ଧା, ଭୁବନେଶ୍ୱର, ଦେବଗଡ଼, ବାଲେଶ୍ୱର, ପାରାଦ୍ୱୀପରେ ତାପମାତ୍ରୀ 16 ଡିଗ୍ରୀ ସେଲସିୟସ ରହିଛି ।

  • Related Posts

    ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

    · ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର…

    Continue reading
    ରାଇକିଆରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

    ୩୬୬ ଜଣଙ୍କ ପଞ୍ଜୀକରଣ, ୨୮୨ ଜଣଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଚିହ୍ନଟ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ରାଇକିଆ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଭୀମ ଭୋଇ ସାମର୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ