ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା:ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଆୟୋଜିତ ୪୪ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍‌ଘାଟନ କରିଛନ୍ତି । ନଭେମ୍ବର ୧୪ରୁ ୨୭ ପର୍ୟ୍ୟନ୍ତ ଚାଲିବାକୁ ଥିବା ବାଣିଜ୍ୟ ମେଳାର ଭାରତ ମଣ୍ଡପମ ହଲ୍‌ ସଂଖ୍ୟା ୪ରେ ଓଡ଼ିଶା ପାଭିଲିୟନ ରହିଛି । ଚଳିତ ବର୍ଷର ଥିମ ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ । ଏଥର ଓଡ଼ିଶା ମଣ୍ଡପର ମୁଖ୍ୟ ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର ସିଂହଦ୍ୱାର ଆକୃତିର ତୋରଣ ଶୋଭା ପାଉଛି । ସେହିପରି ଅନ୍ୟ ଏକ ପ୍ରବେଶଦ୍ୱାରରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ସ୍ମୃତିକୁ ମନେପକାଇ ବୋଇତ ଆକୃତିର ତୋରଣ ନିର୍ମାଣ କରାଯାଇଛି । ଓଡ଼ିଶା ମଣ୍ଡପ ଭିତରେ ଧଉଳି ଆକାରର ଶାନ୍ତିସ୍ତୂପ ଓ ଡୋକ୍ରା କାରିଗରୀ ସାଙ୍ଗକୁ ଆଧୁନିକ ଜାହାଜର ପ୍ରତିରୂପ ଦର୍ଶକଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି । ଚଳିତ ବର୍ଷ ଓଡ଼ିଶା ମଣ୍ଡପରେ ସମୁଦାୟ ୨୮ଟି ଷ୍ଟଲ୍‌ ରହିଛି । ଏଥିରେ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହ ଓରମାସ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀ, କୋରାପୁଟ କଫି ଓ ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଆଦି ସ୍ଥାନ ପାଇଛି। ରାଜ୍ୟର ହସ୍ତକଳା ଓ ହସ୍ତଶିଳ୍ପ କାରିଗରମାନେ ଲାଇଭ ଡେମନଷ୍ଟ୍ରେସନ କରି ସାମଗ୍ରୀ ପ୍ରଦର୍ଶିତ କରୁଛନ୍ତି । ସେହିପରି ପଟ୍ଟଚିତ୍ର, ତାରକସୀ, ସବାଇଘାସ, ଲାଖରୁ ପ୍ରସ୍ତୁତ ସାମଗ୍ରୀ ସମେତ ପ୍ରସିଦ୍ଧ ରସଗୋଲା, ଛେନାପୋଡ଼, ଛେନାଝିଲ୍ଲୀ ଓ ଆଳୁଦମ ଦହିବରା ଆଦି ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେଉଛି ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ଏଥର ଓଡ଼ିଶା ମଣ୍ଡପ ବେଶ୍‌ ଆକର୍ଷଣୀୟ ହୋଇଛି । ଏଠାରେ ରାଜ୍ୟର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ସହ କୃଷି, ଶିଳ୍ପ ଓ ବାଣିଜ୍ୟ ଏବଂ ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହେଉଛି । ଓଡ଼ିଶାର ଅନନ୍ୟ ହସ୍ତତନ୍ତ ଓ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମହିଳାଙ୍କ ହାତ ତିଆରି ଜିନିଷ ଏହି ବାଣିଜ୍ୟ ମେଳାରେ ପ୍ରଦର୍ଶିତ ହେଉଛି । ଓଡ଼ିଶା ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇ ଆସୁଛି । ସବୁ ଷ୍ଟଲରେ ମହିଳାଙ୍କ ଉପସ୍ଥିତି ଏକଥାକୁ ପ୍ରମାଣିତ କରୁଛି ବୋଲି ଶ୍ରୀମତୀ ପରିଡ଼ା ଦର୍ଶାଇଛନ୍ତି । କାର୍ୟ୍ୟକ୍ରମରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଅନୁଜ ଦାସ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

  • Related Posts

    ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

    · ଦେଶର ମୋଟ୍‌ ୪ଟି ରେଳ ଲାଇନ୍‌ ସମ୍ପ୍ରସାରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦ୍ୱାରା ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଆଠଟି ଜିଲ୍ଲା ହେବେ ଉପକୃତ · ଏସବୁ ରେଳ ଲାଇନ ନିର୍ମାଣ ଦ୍ୱାରା ଭାରତୀୟ ରେଳବାଇର ବର୍ତ୍ତମାନର…

    Continue reading
    ରାଇକିଆରେ ଭୀମ ଭୋଇ ସାମର୍ଥ୍ୟ ଅଭିଯାନ ଶିବିର

    ୩୬୬ ଜଣଙ୍କ ପଞ୍ଜୀକରଣ, ୨୮୨ ଜଣଙ୍କୁ ୟୁଡିଆଇଡି ପ୍ରମାଣପତ୍ର ପାଇଁ ଚିହ୍ନଟ ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ରାଇକିଆ ବ୍ଲକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଭୀମ ଭୋଇ ସାମର୍ଥ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ