ମୁମ୍ବାଇ ଦଳରେ ସୂର୍ୟ୍ୟକୁମାର

ମୁମ୍ବାଇ: ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଶାର୍ଦ୍ଦୁଳ ଠାକୁରଙ୍କ ଅଧିନାୟକତ୍ୱରେ ୧୭ ଜଣିଆ ମୁମ୍ବାଇ ଦଳ ଘୋଷଣା କରାଯାଇଛି। ଏଥିରେ ଭାରତର ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ସୂର୍ୟ୍ୟକୁମାର ଯାଦବ, ସର୍ଫରାଜ ଖାନ୍‌ ଓ ଶିବମ ଦୁବେଙ୍କୁ ସ୍ଥାନ ମିଳିଛି।

ମୁମ୍ବାଇ ଗତଥର ଶ୍ରେୟସ ଆୟରଙ୍କ ଅଧୀନରେ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଥିଲା। ଏଥର କିନ୍ତୁ ଦଳରେ ନିଆଯାଇ ନାହିଁ। ଅଜିଙ୍କ୍ୟ ରାହାନେଙ୍କୁ ସ୍ଥାନ ମିଳିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଉଇକେଟକିପର ଭାବେ ଅଙ୍ଗକ୍ରିଶ ରଘୁବଂଶୀ, ଭାରତ ସିମର ତୁଷାର ଦେଶପାଣ୍ଡେ ଓ ତନୁଶ କୋଟିଆନଙ୍କୁ ଦଳରେ ନିଆଯାଇଛି। ଏହି ରଣ୍‌ଜୀ ଟ୍ରଫି ସିଜନର ପ୍ରଥମ ପର୍ୟ୍ୟାୟରେ ୫ ମ୍ୟାଚ ଖେଳି ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୫୩୦ରନ ସଂଗ୍ରହ କରିଥିବା ସିଦ୍ଧେଶ ଲାଡ୍‌ଙ୍କୁ ମଧ୍ୟ ଦଳରେ ନିଆଯାଇଛି।

ସୟଦ ମୁସ୍ତାକ ଅଲିର ଏଲିଟ୍‌ ଡିଭିଜନ ନଭେମ୍ବର ୨୬ରୁ ଡିସେମ୍ବର ୧୮ ପର୍ୟ୍ୟନ୍ତ ଖେଳାଯିବ। ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ମ୍ୟାଚଗୁଡ଼ିକ ଲକ୍ଷ୍ନୌ, ହାଇଦ୍ରାବାଦ, ଅହମଦାବାଦ ଓ କୋଲକାତାରେ ଖେଳାଯିବ। ନକ୍‌ଆଉଟ ରାଉଣ୍ଡ ଇନ୍ଦୋରରେ ହେବ। ମୁମ୍ବାଇ ନଭେମ୍ବର ୨୬ରେ ଏହାର ପ୍ରଥମ ମ୍ୟାଚ ରେଲଓ୍ବେ ବିପକ୍ଷରେ ଖେଳିବ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ