ବାରବାଟୀ ଷ୍ଟାଡ଼ିୟମ ଅନୁଧ୍ୟାନ କଲେ ଆଇଆଇଟି ପ୍ରତିନିଧି

କଟକ: ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବ। ଉକ୍ତ ଅନ୍ତର୍ଜାତୀୟ ମ୍ୟାଚ ପୂର୍ବରୁ ବାରବାଟୀ ଷ୍ଟାଡ଼ିୟମର ନବୀକରଣ କାର୍ୟ୍ୟ ଓ ପ୍ରସ୍ତୁତି ସ୍ଥିତିକୁ ଦ୍ବିତୀୟ ଥର ଅନୁଧ୍ୟାନ କରିଛନ୍ତି ଆଇଆଇଟି ଭୁବନେଶ୍ବରର ପ୍ରତିନିଧି ଦଳ। ୮ ଜଣିଆ ପ୍ରତିନିଧି ଦଳ ମ୍ୟାଚ ଲାଗି ଷ୍ଟାଡ଼ିୟମରେ ଚାଲିଥିବା ପ୍ରସ୍ତୁତି କାର୍ୟ୍ୟକୁ ତଦାରଖ କରିଥିଲେ। ପ୍ରତିନିଧି ଦଳ ଷ୍ଟାଡ଼ିୟମ ଗ୍ୟାଲେରୀଠାରୁ ଆରମ୍ଭ କରି କର୍ପୋରେଟ ବକ୍ସ, ଏସି ବକ୍ସ, ସ୍ପେଶାଲ ଏନକ୍ଲୋଜରର ପ୍ରସ୍ତୁତି ତଦାରଖ କରିଥିଲେ। ଆଇଆଇଟି ପ୍ରତିନିଧି ଦଳ ଅନୁଧ୍ୟାନ ରିପୋର୍ଟ ଆସନ୍ତା ଡିସେମ୍ବର ୬ରେ ଓଡ଼ିଶା ସରକ​‌ାର ଓ କମିଶନରେଟ ପୁଲିସକୁ ପ୍ରଦାନ କରିବେ। ଗତ ୨୧ରେ ମଧ୍ୟ ଆଇଆଇଟି ପ୍ରତିନିଧି ଦଳ ବାରବାଟୀ ଷ୍ଟାଡ଼ିୟମ ଅନୁଧ୍ୟାନ କରିଥିଲେ।

ସେହିପରି ମ୍ୟାଚକୁ ସୁପରିଚାଳନା ନେଇ ଓସିଏ ପକ୍ଷରୁ ଶୁକ୍ରବାର ବିଭିନ୍ନ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ମ୍ୟାଚର ସଫଳ ଆୟୋଜନ ପାଇଁ ଆମେ ସମସ୍ତ ପ୍ରକାର ପ୍ରସ୍ତୁୁତି ଚାଲିଛି। ଦର୍ଶକମାନଙ୍କ ଲାଗି ଶୃଙ୍ଖଳିତ ଟିକଟ ବିକ୍ରି ସହ ଫ୍ଲଡ ଲାଇଟ ତ୍ରୁଟିଶୂନ୍ୟ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚରେ ନୂଆ ନିୟମ ଅନୁଯାୟୀ ଗ୍ୟାଲେରୀରେ ପାଖାପାଖି । ୩୦୦୦ ସିଟ୍‌ ହ୍ରାସ ପାଇବ। ଦର୍ଶକ ମାନଙ୍କ ସୁରକ୍ଷା ଲାଗି ପୁଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ମ୍ୟାଚ ଲାଗି ଟିକଟ ଦର ୩୦ରେ ଧାର୍ୟ୍ୟ ହେବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ବୈଠକରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି,ଉପ ସଭାପତି ଜଗମୋହନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ତଥା ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ମୁଖ୍ୟ କାର୍ୟ୍ୟନିର୍ବାହୀ ସୁବ୍ରତ ବେହେରା, ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ସମ୍ପାଦକ ଅଭିଜିତ ପାଲ, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସଞ୍ଜୟ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ