ବାରବାଟୀ ଟି-୨୦: ଆଜି ଆସିବେ ଭାରତୀୟ ଖେଳାଳି

ଶନିବାର ବିଶାଖାପାଟଣାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଅନ୍ତିମ ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍‌ ପରେ ଡିସେମ୍ବର ୯ରୁ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଅନୁଷ୍ଠିତ ହେବ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଯାହାକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ।
ବାରବାଟୀ ଟି-୨୦ ପାଇଁ ଶୁକ୍ରବାର ୫ ଜଣ ଦକ୍ଷିଣ ଆଫ୍ରିକା ଖେଳାଳା ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା । ଏହା ପରେ କଡ଼ା ସୁରକ୍ଷା ମଧ୍ୟରେ ୫ ଖେଳାଳିଙ୍କୁ ହୋଟେଲ ମେ’ ଫେୟାରକୁ ନିଆଯାଇଛି । ସାଉଥ ଆଫ୍ରିକ ଟିମ୍‌ର ଡେଭିଡ୍‌ ମିଲର, ଜର୍ଜ ଲିଣ୍ଡେ, ଆର୍.ହେଣ୍ଡ୍ରିକସ୍, ଡୋନଭାନ ଫରେଇରା ଓ କେୱାନ ମାଫାଖା ଓଡ଼ିଶାରେ ପହଞ୍ଚିଛନ୍ତି ।
ତେବେ ଶନିବାର ଟିମ୍ ଇଣ୍ଡିଆର କିଛି ଖେଳାଳି ଭୁବନେଶ୍ବର ପହଞ୍ଚିବେ ବୋଲି ସୂଚନା ମିଳିଛି । ତେବେ କେଉଁମାନେ ଆଜି ଆସି ପହଞ୍ଚିବେ ତା’ର କିଛି ସ୍ପଷ୍ଟ ସୂଚନା ମିଳିନି । ଅନ୍ୟପଟେ ଆଜି ବିଶାଖାପାଟଣାରେ ଦିନିକିଆ ମ୍ୟାଚ୍‌ ଶେଷ ହେବା ପରେ ଆସନ୍ତକାଲି ଦୁଇ ଦଳର ବାକି ଥିବା ସମସ୍ତ ଖେଳାଳି ଭୁବନେଶ୍ବରରେ ପହଞ୍ଚିବେ ।ସେପଟେ ବାରବାଟୀ ଟି-୨୦ ପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାୟରେ । ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍‌ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବମ୍‌ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବେ । ଏୟାରଫୋର୍ଟଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ୟ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ପୋଲିସ୍‌ କମିଶନର କହିଛନ୍ତି ।ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ବାହାରେ ଡ୍ରୋନ୍‌ ନଜର ରଖିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୋଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିଥିବା ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ