ବାରବାଟୀଟକ୍କର : ଆଜି ନେଟ ପ୍ରାକ୍ଟିସ କରିବେ ଦୁଇ ଦଳର ଖେଳାଳି

କଟକ : ରାତିପାହିଲେ ବାରବାଟୀ ଟି-୨୦ ଟକ୍କର । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ସୋମବାର ଦିନ ବାରବାଟୀ ଷ୍ଟାଡିୟମ୍‌କୁ ଓହ୍ଲାଇଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି । ଲମ୍ବା ସମୟ ଧରି ଅଭ୍ୟାସ କରିବେ । ସାମ୍ବାଦିକ ସମ୍ମିଳନୀରେ ମ୍ୟାଚ ଓ ଭେନ୍ୟୁକୁ ନେଇ ନିଜ ମତ ବି ରଖିବେ ।

ଅଭ୍ୟାସକୁ ସୁରୁଖୁରୁରେ ଶେଷ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍, ପୁଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ସୋମବାର ଦିନ ୧ଟା ପୂର୍ବରୁ ଟିମ୍ ଇଣ୍ଡିଆ ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ । ଦିନ ୧ଟାରେ ସାମ୍ବାଦିକ ସମ୍ମିଳନୀ ପରେ ପ୍ରାୟ ଅପରାହ୍ଣ ୧ଟା ୩୦ରୁ ୪.୩୦ ପର୍ୟ୍ୟନ୍ତ ଖେଳାଳି ମାନେ ଏଠାରେ ଅଭ୍ୟାସ କରିବେ । ଦକ୍ଷିଣ ଆଫ୍ରିକା ଦଳର ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ ପରେ ୫ଟା.୩୦ ମିନିଟ୍‌ରେ ଅଭ୍ୟାସ କରିବ । ଦଳ ୮ଟା.୩୦ ପର୍ୟ୍ୟନ୍ତ ଅଭ୍ୟାସ କରି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ସୂଚନା ମିଳିଛି । ସାଧାରଣ ଲୋକ ଅଭ୍ୟାସ ଦେଖିବାକୁ ପ୍ରତିଥର ପରି ୬ ଓ ୭ ନମ୍ବର ଗ୍ୟାଲେରୀ ଖୋଲାଯିବ। ଆବଶ୍ୟକ ସ୍ଥଳେ ୧ ଓ ୨ ନମ୍ବର ଗ୍ୟାଲେରୀ ମଧ୍ୟ ଖୋଲାଯିବ ବୋଲି ଓସିଏ ସୂଚନା ଦେଇଛି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ