ତିନୋଟି ଫର୍ମାଟରେ ବୁମରାଙ୍କ ୱିକେଟ ଶତକ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଗତକାଲି କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍‌ରେ ପରାସ୍ତ କରି ସିରିଜ୍‌ରେ ୧-୦ରେ ଆଗରେ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଦଳ ପାଇଁ ୧୭୬ ରନ୍‌ର ଲକ୍ଷ୍ୟ ଧାର୍ୟ୍ୟ କରିଥିଲା। ଏହି ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କ୍ରମ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନ ଥିଲା ଏବଂ ମାତ୍ର ୭୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ଦକ୍ଷିଣ ଆଫ୍ରିକାର ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ସବୁଠାରୁ କମ୍ ସ୍କୋର। ଏହି ମ୍ୟାଚ୍‌ରେ ପ୍ରଥମ ୱିକେଟ୍ ନେଇ ବୁମରା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିଥିଲେ ଏବଂ ଏକ ଐତିହାସିକ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ ଯାହା ଭାରତୀୟ କ୍ରିକେଟ୍ ଇତିହାସରେ କୌଣସି ବୋଲର ହାସଲ କରି ନଥିଲେ।
କଟକରେ ପ୍ରଥମ ଟି-୨୦ରେ ଡେୱାଲ୍ଡ ବ୍ରେଭିସଙ୍କ ୱିକେଟ ନେଇ ବୁମରା ଟି-୨୦ରେ ତାଙ୍କର ଶତକ ପୂରଣ କରିଥିଲେ। ଅର୍ଶଦୀପ ସିଂହଙ୍କ ପରେ ବୁମରା ଏହି ଫର୍ମାଟରେ ୧୦୦ ୱିକେଟ ହାସଲ କରିବାରେ ଦ୍ୱିତୀୟ ଭାରତୀୟ ବୋଲର ହୋଇଥିଲେ। ବର୍ତ୍ତମାନ, ଅର୍ଶଦୀପ ଟି-୨୦ରେ ୧୦୭ ୱିକେଟ ନେଇ ପ୍ରଥମ ସ୍ଥାନରେ ଅଛନ୍ତି । ବୁମରା ୧୦୧ ୱିକେଟ ସହିତ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧୦୦ ୱିକେଟ୍ ପୂରଣ କରି ବୁମରାହ ଏବେ ତିନୋଟି ଫର୍ମାଟରେ ୧୦୦ ୱିକେଟ୍ ପୂରଣ କରିଛନ୍ତି। ସେ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ବୋଲର। ବୁମରା ଟେଷ୍ଟରେ ୨୩୪ ଏବଂ ଦିନିକିଆରେ ୧୪୯ ୱିକେଟ୍ ହାସଲ କରିଛନ୍ତି।ଜସପ୍ରିତ ବୁମରା ବିଶ୍ୱର କେବଳ ଚାରି ଜଣ ବୋଲରଙ୍କ ଏକ ସ୍ୱତନ୍ତ୍ର ତାଲିକାରେ ସାମିଲ ହୋଇଛନ୍ତି। ବୁମରା କ୍ରିକେଟର ତିନୋଟି ଫର୍ମାଟରେ ୧୦୦ ୱିକେଟ ନେବାର ସଫଳତା ହାସଲ କରିବାରେ ବିଶ୍ୱର ପଞ୍ଚମ ବୋଲର। ଏହି ରେକର୍ଡ ପୂର୍ବରୁ ଲସିଥ ମାଲିଙ୍ଗାଙ୍କ ନାମରେ ଥିଲା। ସେ ଟିମ୍ ସାଉଦି, ସାକିବ ଅଲ୍ ହାସନ ଏବଂ ଶାହିନ ଆଫ୍ରିଦିଙ୍କ ସହିତ ମଧ୍ୟ ଯୋଗ ଦେଇଛନ୍ତି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ