ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି୨୦ ମ୍ୟାଚ୍‌ ରଦ୍ଦ

ଲକ୍ଷ୍ନୌ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ କରାଯାଇଛି। କୁହୁଡ଼ି ଯୋଗୁଁ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଟସ୍ ହୋଇପାରିଲା ନାହିଁ। ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୧ରେ ଆଗୁଆ ଅଛି। ମ୍ୟାଚ୍ ସନ୍ଧ୍ୟା ୭:୦୦ ଟାରେ ଆରମ୍ଭ ହେବାର ଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ଅମ୍ପାୟାରମାନେ ଅଢ଼େଇ ଘଣ୍ଟା ଅପେକ୍ଷା କରିବା ପରେ ଶେଷରେ ମ୍ୟାଚ୍ ବାତିଲ କରିଥିଲେ।ଚତୁର୍ଥ ଟି-୨୦ ମ୍ୟାଚ୍ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାର ଥିଲା। ପାଞ୍ଚ ଓଭର ବିଶିଷ୍ଟ ମ୍ୟାଚ୍ ପାଇଁ କଟ-ଅଫ୍ ସମୟ ରାତି ୯:୪୬ ରେ ସ୍ଥିର କରାଯାଇଥିଲା, କିନ୍ତୁ ଅମ୍ପାୟାରମାନେ ତା’ର ୧୬ ମିନିଟ୍ ପୂର୍ବରୁ ସେମାନଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ। ଶୀତ ଋତୁରେ, ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ, ବିଶେଷକରି ସକାଳ ଏବଂ ରାତି ସମୟରେ କୁହୁଡ଼ି ପଡ଼ିଥାଏ। ଭାରତ ବନାମ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ମଧ୍ୟ ପାଗ ଯୋଗୁ ପ୍ରଭାବିତ ହୋଇଥିଲା।ସୂଚନାଥାଉକି, ଦିନବେଳା ଲକ୍ଷ୍ନୌରେ ପାଗ ଅନୁକୂଳ ଥିଲା, କିନ୍ତୁ ମ୍ୟାଚ୍ ପାଖେଇ ଆସିବା ମାତ୍ରେ ଆକାଶ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା। ଲକ୍ଷ୍ନୌରେ କୁହୁଡ଼ିର ମାତ୍ରା ଅଧିକ ଥିବାରୁ, ସ୍କୁଲ ଖୋଲିବା ସମୟ ମଧ୍ୟ ବୃଦ୍ଧି କରାଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ସକାଳ ୯ଟାରେ ଆରମ୍ଭ ହେବ।
ସୂଚନାଥାଉକି, ଭାରତ ଆଉ ଏହି ଟି-୨୦ ସିରିଜ୍ ହାରିବ ନାହିଁ। ସିରିଜ୍‌ରେ କେବଳ ଗୋଟିଏ ମ୍ୟାଚ୍ ବାକି ଥିବାରୁ, ସିରିଜ୍ ୨-୨ ଡ୍ରରେ ରହିପାରେ। ବର୍ତ୍ତମାନ, ଟିମ୍ ଇଣ୍ଡିଆ ସିରିଜ୍ ରେ ୨-୧ ରେ ଆଗୁଆ ଅଛି। ପଞ୍ଚମ ଟି-୨୦ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ସିରିଜ୍ ର ପ୍ରଥମ ଟି-୨୦ ମ୍ୟାଚ୍ ଭାରତ ୧୦୧ ରନର ବିଶାଳ ବ୍ୟବଧାନରେ ଜିତିଥିଲା। ଦ୍ୱିତୀୟ ମ୍ୟାଚ୍ ରେ, ଭାରତର ବ୍ୟାଟିଂ ବିଫଳ ହୋଇଥିଲା, ୨୧୪ ରନର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା ଦଳ। ତୃତୀୟ ଟି-୨୦ ମ୍ୟାଚ୍ ରେ, ଭାରତ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଥିଲା ​​ଏବଂ ଆଫ୍ରିକୀୟ ଦଳକୁ ୧୧୭ ରନରେ ଅଲଆଉଟ୍ କରିଥିଲା। ଭାରତ ସେହି ମ୍ୟାଚ୍ କୁ ୭ ୱିକେଟରେ ଜିତି ସିରିଜ୍ ରେ ୨-୧ ରେ ଆଗୁଆ ହୋଇଥିଲା।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ