ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

ବୁର୍ଲା: ଆଜି ବୁର୍ଲା ଏବଂ ସମ୍ବଲପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁର୍ଲା ଏବଂ ସମ୍ବଲପୁରରେ ଆୟୋଜିତ ଏକାଧିକ କାର୍ୟ୍ୟକ୍ରମରେ ଯୋଗଦାନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତସୂଚୀ ଅନୁସାରେ ରବିବାର ମଧ୍ୟାହ୍ନ ୧ଟା ସମୟରେ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଜମାଦାରପାଲି ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ଏହାପରେ ସେଠାରେ ୧ଟା ୧୫ମି.ରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ସିଧାସଳଖ ବୁର୍ଲା ଅଭିମୁଖେ ବାହାରିବ । ୧ଟା ୪୫ମି. ରେ ବୁର୍ଲା ସରକାରୀ ହାଇସ୍କୁଲ୍‌ରେ ଚାଲିଥିବା ପ୍ଲାଟିନମ୍‌ ଜୁବ୍‌ଲି ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ୨ଟା ୪୫ମି. ପର୍ୟ୍ୟନ୍ତ ପ୍ଲାଟିନମ୍‌ ଜୁବ୍‌ଲି ସଭାରେ ଉପସ୍ଥିତ ରହିବେ । ଏହାପରେ ୨ଟା ୪୫ ମି. ରୁ ୩ଟା. ୧୫ ମି. ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ବୁର୍ଲା ହାଇସ୍କୁଲ୍‌ ପରିସରରେ ମଧ୍ୟହ୍ନ ଭୋଜନ କରିବେ । ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାପରେ ୩ଟା ୧୫ ମି. ରେ ବୁର୍ଲାରୁ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ ସମ୍ବଲପୁର ମନ୍ଦଲିଆ ପଡ଼ିଆରେ ଅୟୋଜିତ କାର୍ୟ୍ୟକ୍ରମରେ ଯୋଗଦେବେ ।

ଏହାପରେ ୪ଟା ୩୦ମି.ରେ ମନ୍ଦଲିଆ ପଡ଼ିଆରୁ ବାହାରି କ୍ଷେତରାଜପୁର ଅଭିମୁଖେ ଯିବେ । ୪ଟା ୪୫ ରୁ ୫ଟା ୧୫ମି. ପର୍ୟ୍ୟନ୍ତ କ୍ଷେତରାଜପୁର ମାରୱାଡି ଯୁବ ମଞ୍ଚ ଦ୍ୱାରା ଆୟୋଜିତ ମେଗା ରକ୍ତଦାନ ଶିବିରରେ ଯୋଗଦାନ କରିବେ । ଏହାପରେ ୫ଟା ୧୫ମି. ରେ କ୍ଷେତରାଜପୁରରୁ ବାହାରି ସିନ୍ଦୁରପଙ୍କ ଅଭିମୁଖେ ଯିବେ । ୫ଟା ୪୫ ରୁ ୬ଟା ୪୫ ପର୍ୟ୍ୟନ୍ତ ସିନ୍ଦୁରପଙ୍କ ଠାରେ ଜନାର୍ଦନ ପୂଜାରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଏହାପରେ ସେଠାରୁ ସନ୍ଧ୍ୟା ୭ଟା ସମୟରେ ତାଙ୍କ କାର୍‌କେଡ ବାହାରି ଝାରସୁଗଡ଼ା ବିମାନବନ୍ଦର ଅଭିମୁଖେ ଯିବ । ଝାରସୁଗୁଡାରୁ ବିମାନ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ମୁଖ୍ୟମନ୍ତ୍ରୀ ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ