ରାଜ୍ୟବ୍ୟାପୀ ପାଳନ ହେବ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଦଳର ମାନ୍ୟବର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।
ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ, ପୂର୍ବତନ ମନ୍ତ୍ରୀ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଏହି ସୂଚନା ପ୍ରଦାନ କରିଥିଲେ ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଡିସେମ୍ବର ୨୬ ତାରିଖରେ ୨୯ ତମ ପ୍ରତିଷ୍ଠା ଦିବସ ପାଳନ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ଆଗାମୀ ବର୍ଷର କାର୍ୟ୍ୟକ୍ରମ ପାଇଁ ପ୍ରତ୍ୟୟ ନେବା ମହତ୍ତ୍ୱପୂର୍ଣ୍ଣ । ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆସନ୍ତା ଡିସେମ୍ବର ୨୬ ତାରିଖ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଦଳ ପକ୍ଷରୁ ଭୁବନେଶ୍ୱର “ଶଙ୍ଖ ଭବନ”ଠାରେ ପାଳନ କରାଯିବ । ଏଥିରେ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବେ । ଏହାଛଡ଼ା ରାଜ୍ୟର ନିର୍ବାଚନମଣ୍ଡଳୀ ମାନଙ୍କରେ କ୍ଷେତ୍ରୀୟ ସ୍ତରରେ ମଧ୍ୟ ପାଳନ କରାଯିବ ।
ସାମ୍ପ୍ରତିକ ପରିସ୍ଥିତିରେ ଏକ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଓଡ଼ିଶା ବିକାଶର ଆଭିମୁଖ୍ୟକୁ ଆଗେଇନେବା ସହିତ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡିକରେ ଜନସାଧାରଣଙ୍କୁ ସଚେତନ କରେଇବା ଓ ଓଡିଶାର ତଥା ଲୋକଙ୍କର ସ୍ୱାର୍ଥକୁ ନେଇ ସ୍ୱର ଉତ୍ତୋଳନ କରିବ । ଓଡିଶାବାସୀଙ୍କ ଭଲ ପାଇବାକୁ ପାଥେୟ କରି ବିଜେଡି ତା’ର କାର୍ୟ୍ୟକ୍ରମ ଜାରି ରଖିଛି । ଦରଦାମ ବୃଦ୍ଧି, ମହିଳା ନିର୍ୟାତନା, ଯୁବଛାତ୍ରଙ୍କ ପ୍ରତି ବିମୁଖତା, ଆଦିବାସୀ, ଦଳିତ ଓ ପଛୁଆବର୍ଗ ପ୍ରତି ଅବିଚାର, ଆଇନଶୃଙ୍ଖଳା ସ୍ଥିତିର ଅବନତି, ଆର୍ଥିକ କୁପରିଚାଳନା, ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ତଥା ପୋଲାଭରମ ଓ ମହାନଦୀ ସମ୍ପର୍କରେ ଓଡ଼ିଶାର ସ୍ୱାର୍ଥ ବ୍ୟାହତ ହେବା ସମ୍ପର୍କରେ ବିଜେଡି ବିଧାନସଭା, ରାଜ୍ୟସଭା ଓ ରାଜରାସ୍ତାରେ ସ୍ୱର ଉତ୍ତୋଳନ କରିଆସୁଛି । ବିଜେପି ସରକାରର କୃଷକ ବିରୋଧୀ ନୀତି, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରଭୃତ କ୍ଷେତ୍ରରେ ବିଫଳତା ବିରୁଦ୍ଧରେ ଜନକ୍ଷୋଭକୁ ବିଜେଡି ଉତ୍ଥାପନ କରିଚାଲିଛି । ସଂପ୍ରତି ଚାଷୀ ଠାରୁ ଧାନ ସଂଗ୍ରହରେ ସରକାରର ବିଫଳତା ପ୍ରସଙ୍ଗରେ ବିଜେଡି ସ୍ୱର ଉତ୍ତୋଳନ କରୁଛି ବୋଲି ଉପରୋକ୍ତ ବରିଷ୍ଠ ନେତାମାନେ କହିଥିଲେ ।

  • Related Posts

    ଆସନ୍ତାକାଲି ବନ୍ଦ : ଜାଣନ୍ତୁ କ’ଣ ବନ୍ଦ ରହିବ ? କ’ଣ ଖୋଲା ରହିବ ?

    ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଘରୋଇ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହିବ । ସରକାରୀ ଓ ବେସରକାରୀ ଅଫିସ୍‌, ଶିକ୍ଷାନୁଷ୍ଠାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନର ସାଧାରଣ କାର୍ଯ୍ୟକଳାପ ବନ୍ଦ ପାଇଁ ଗଣତାନ୍ତ୍ରିକ ଭାବେ ପିକେଟିଂ…

    Continue reading
    ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ରେ ସାମିଲ ହେଲେ ସାଂସଦ

    ପ୍ରଧାନମନ୍ତ୍ରୀଙ୍କ “ଡର ଡସକ୍ଷକ୍ଷ ଊକ୍ଟ ଓଗ୍ଧ” ଆତ୍ମବିଶ୍ୱାସ ମନ୍ତ୍ରକୁ ପାଥେୟ କରି ଆଗକୁ ବଢ଼ିବା- ଧର୍ମେନ୍ଦ୍ର ପ୍ରଧାନ • ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଶୁଣିଲେ, ‘ସେବା ଜ୍ୟୋତି ପ୍ରଜ୍ଜ୍ୱଳନ’ କରିବା ସହ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ