ଭୁବନେଶ୍ୱର: ଗତକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ବିଧାନସଭାର ଶୀତ ଅଧିବେଶନର ଶେଷ ମୁହୂର୍ତ୍ତରେ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତ ତିନୋଟି ବିଲ୍କୁ ସର୍ବସମ୍ମତିକ୍ରମେ ଗୃହରେ ପାରିତ କରାଯାଇଥିଲା । ଏହି ନିଷ୍ପତ୍ତିକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟକୁ ଜଣାଇଥିଲେ। ବିଧାୟକଙ୍କ ଦରମା ଏକାଥରକେ ସାଢ଼େ ତିନିଗୁଣା ବୃଦ୍ଧି ପାଇଲା । ୯୦ ହଜାରରୁ ବଢ଼ି ୩ ଲକ୍ଷ ୪୫ ହଜାର ଦରମା ହେଲା । ଅଧିକ ଦରମା ଓ ଭତ୍ତା ପାଇବାରେ ଓଡ଼ିଶାର ବିଧାୟକମାନେ ଦେଶରେ ପ୍ରଥମ ସ୍ଥାନକୁ ଆସିଗଲେ । ବିଧାୟକମାନଙ୍କ ଅହେତୁକ ଦରମା ବୃଦ୍ଧିକୁ ନେଇ କେବଳ ରାଜ୍ୟରେ ଜନଅସେନ୍ତାଷ ସୃଷ୍ଟି ହେଲାନି, ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ହେଲା । ଅନ୍ୟ ରାଜ୍ୟର ବିଧାୟକମାନେ ନିଜକୁ ଛୋଟ ମନେକଲେ । ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଲା।
ବିଧାନସଭାରେ ବିଲ୍ ପାରିତ ହେବାର ଦୁଇଦିନ ପରେ ଗତ ୧୨ ତାରିଖରେ ବିଜେପିର ସାଧାରଣ ସମ୍ପାଦକ(ସଂଗଠନ) ବି.ଏଲ ସନ୍ତୋଷ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଦଳୀୟ ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦଳର ଆଭିମୁଖ୍ୟକୁ ପ୍ରଶ୍ନ କରିଥିଲେ । ଏଭଳି କାହିଁକି ହେଲା ବୋଲି ପ୍ରଶ୍ନ କରି ଅସନ୍ତୋଷ ଝାଡ଼ିଥିଲେ । ମାତ୍ର ରାଜ୍ୟ ନେତୃତ୍ୱ ଏହାର ଉତ୍ତର ଦେଇପାରି ନଥିଲେ । ବିଧି ଅନୁଯାୟୀ ବିଧାନସଭାରେ ପାରିତ ହୋଇଥିବା ଏ ସଂକ୍ରାନ୍ତୀୟ ବିଲ୍ ଇତିମଧ୍ୟରେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଆସିଲା । ରାଜ୍ୟପାଳ ଡ. ହରିବାବୁ କମ୍ଭମପଟି ଦିଲ୍ଲୀ ସହିତ ବିଚାର ବିମର୍ଷ କରିଥିଲେ । ମାତ୍ର ବିଲ୍ ଉପରେ ଦସ୍ତଖତ ପାଇଁ ସେଠାରୁ ଅନୁମତି ମିଳିଲା ନାହିଁ । ବିଲ୍ କୁ ରଖ ବୋଲି କୁହାଗଲା। ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତିର ପୁନଃବିଚାର ପାଇଁ ବିଜେପି ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ତେବେ ଅପ୍ରତ୍ୟାଶିତ ଭାବେ ବିଜେପି ବିଧାୟକ ଦଳର ବୈଠକ ଡକାଯାଇ ଏଭଳି ନିଷ୍ପତ୍ତି ପଛର କାହାଣୀ କିନ୍ତୁ ଅତ୍ୟନ୍ତ ରୋଚକପୂର୍ଣ୍ଣ । ଇତିମଧ୍ୟରେ ଦଳର ନବନିଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସଭାପତି ମନମୋହଲ ସାମଲ ଯାଇଥିବା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆଗରେ ପଡ଼ିଗଲେ । ବିଧାୟକଙ୍କ ଦରମା ବୃଦ୍ଧି ନିଷ୍ପତ୍ତି ପାଇଁ ତୁମକୁ କିଏ ଅନୁମତି ଦେଇଥିଲା ପଚାରି ପ୍ରବଳ ଝାଡ଼ିଥିଲେ । ମନମୋହନ ଜବାବ ଦେଇ ନ ପାରି ଥତମତ ହୋଇଥିଲେ । ଶାହଙ୍କର ବିରକ୍ତିଭାବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଜଣାଇ ଦିଆଗଲା । ଭୁୁବନେଶ୍ୱର ଫେରିଲା ପରେ ବୁଧବାର ରାତିରେ ମୋହନ ଓ ମନମୋହନଙ୍କ ମଧ୍ୟରେ ନିବୃତ୍ତ ଆଲୋଚନା ହେଲା । ଏହି ବିପଦରୁ ଉଦ୍ଧାର ପାଇଁ ବାଟ ଖୋଜାଗଲା । ନିଷ୍ପତ୍ତିର ପୁନଃବିଚାର ହିଁ ଏକମାତ୍ର ବାଟ ବୋଲି ନିଶ୍ଚିତ ହେଲା ପରେ ସକାଳେ ବିଧାୟକ ଦଳ ବୈଠକ କରିବାକୁ ନିଷ୍ପତ୍ତି ନିଆଗଲା । ରାତାରାତି ସବୁ ବିଧାୟକଙ୍କୁ ଫୋନ୍ ଗଲା । ଯିଏ ଯେଉଁଠି ଥାନ୍ତୁ ଭୁବନେଶ୍ୱର ଫେରି ସକାଳ ବୈଠକରେ ଯୋଗଦେବାକୁ କୁହାଗଲା । ଗୁରୁବାର ବିଧାୟକମାନଙ୍କ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସଂଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏକ ପ୍ରସ୍ତାବ ବିଧାୟକମାନଙ୍କୁ ପଢ଼ି ଶୁଣାଇ ଦିଆଗଲା । କେନ୍ଦ୍ରୀୟ ନେତୃତ୍ୱଙ୍କ ଆଭିମୁଖ୍ୟ ମଧ୍ୟ ଜଣାଇ ଦିଆଗଲା । ଗଣମାଧ୍ୟମକୁ ବୈଠକର ନିଷ୍ପତ୍ତି ଜଣାଇବା ପାଇଁ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଦାୟିତ୍ୱ ଦିଆଗଲା । ସେହି ଅନୁଯାୟୀ ମହାଲିଙ୍ଗ ଗଣମାଧ୍ୟମକୁ ବିବୃତି ଦେଇଥିଲେ । ତାଙ୍କର ବିବୃତ୍ତି ଥିଲା- ଲୋକମତକୁ ସମ୍ମାନ ଜଣାଇ ବିଧାୟକମାନଙ୍କ ଦରମା, ଭତ୍ତା ବୃଦ୍ଧିର ପୁନର୍ବିଚାର କରିବାକୁ ବିଧାୟକମାନେ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ସୂଚନାଥାଉକି, ସାଂସଦ ଓ ବିଧାୟକଙ୍କ ଦରମା ବୃଦ୍ଧି ସଂକ୍ରାନ୍ତରେ ରାଷ୍ଟ୍ରୀୟ ବିଜେପିର ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଅଛି । ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କହିଥିଲେ ଯେ ସାଂସଦ/ବିଧାୟକମାନଙ୍କ ଦରମା ମନଇଚ୍ଛା ବଢ଼ାଇବା ଉଚିତ୍ ନୁହେଁ । ଅର୍ଥ ଆୟୋଗ ଭଳି ଏକ ସମାନ୍ତରାଳ ସଂସ୍ଥା ଦ୍ୱାରା ସେମାନଙ୍କ ଦରମା ନିର୍ଦ୍ଧାରଣ କିମ୍ବା ମୁଦ୍ରାସ୍ଫୀତିକୁ ଦେଖି ଦରମା ବୃଦ୍ଧି ନିର୍ଦ୍ଧାରଣ ସପକ୍ଷରେ ମତ ଦେଇଥିଲେ । ଏହାପୂର୍ବରୁ ୨୦୨୦ ମସିହା କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀ ଓ ସାଂସଦମାନଙ୍କର ଦରମା ଓ ଭତ୍ତା ୩୦% ହ୍ରାସ୍ କରିଥିଲେ । ଭାରତ ଏକ ବିପତ୍ତିର ସାମନା କରିବାକୁ ଯାଉଥିବାରୁ ଆର୍ଥିକ ସଙ୍କଟ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ । ତାକୁ ଭରଣା କରିବାକୁ ଯାଇ ଚଳିତ ୨୦୨୫ ମାର୍ଚ୍ଚ ୩ ରେ ସେମାନଙ୍କ ଦରମା ମାତ୍ର ୨୪% ବୃଦ୍ଧି କରାଯାଇଥିଲା । ଅର୍ଥାତ୍ ବର୍ଷକୁ ମନ୍ତ୍ରୀ/ ସାଂସଦମାନଙ୍କର ଦରମା ମାତ୍ର ୩% ବୃଦ୍ଧି ପାଇଲା । ଦୁର୍ଭାଗ୍ୟ ଯେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବା ବେଳେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ଆଦର୍ଶ ଓ ଆଭିମୁଖ୍ୟକୁ ବୁଝିପାରିନାହାନ୍ତି ମୋହନ-ମନମୋହନ ଯୋଡି । ଯାହା ପାଇଁ ଆଜି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ।
ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…




