ଆଇଟିଇଆରରେ ଆଇସିଆର୍‌ ଏଏମ୍‌ଇଆର୍‌ଡି – ୨୦୨୫ ଆୟୋଜିତ

ଭୁବନେଶ୍ୱର, ଡିସେମ୍ବର ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଡିସେମ୍ବର ୧୯ ଓ ୨୦ ଦୁଇ ଦିନ ଧରି ୬ଷ୍ଠ ଇନ୍‌ଟରନ୍ୟାସନ୍‌ନାଲ୍ କନ୍‌ଫରେନ୍ସ ଅନ୍ ରିସେଂଟ ଆଡ୍‌ଭାନ୍‌ସେସ୍ ଇନ୍ ମେକାନିକାଲ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଂଟ ୨୦୨୫ (ଆଇସିଆର୍‌ଏଏମ୍‌ଇଆରଡି) ଆୟୋଜିତ ହୋଇଯାଇଛି ।
ହାଇବ୍ରିଡ ମୋଡରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ସାରା ବିଶ୍ୱରୁ ଗବେଷଣା ଏବଂ ଶିକ୍ଷା କ୍ଷେତ୍ରର ବ୍ୟକ୍ତି ବିଶେଷ ଭାଗ ନେଇଥିଲେ ।
ଆଇଟିଇଆରର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ସରୋଜ କୁମାର ଆଚାର୍ଯ୍ୟଙ୍କ ଉଦ୍ୟମରେ ୨୦୨୦ରୁ ଆୟୋଜନ କରାଯାଉଥିବା ବେଳେ ଏହାକୁ ଏକ ସମ୍ମାନଜନକ ବାର୍ଷିକ ଶୈକ୍ଷିକ କାର୍ଯ୍ୟକ୍ରମ ଭାବେ ବିବେଚନା କରାଯାଏ । ଏହି ସମ୍ମିଳନୀରେ ସ୍ପୋପସ୍‌-ଇଣ୍ଡେକ୍ସରେ ପ୍ରକାଶିତ ଉନ୍ନତମାନର ଗବେଷଣା ସନ୍ଦର୍ଭ ଗ୍ରହଣ କରାଯାଇଥାଏ ।
ଗବେଷକ, ବୈଜ୍ଞାନିକ, ଶିକ୍ଷାବିତ୍‌, ସ୍କଲାର ଏବଂ ଶିଳ୍ପ କ୍ଷେତ୍ରର ବ୍ୟକ୍ତି ବିଶେଷମାନଙ୍କୁ ଏକ ଆନ୍ତର୍ଜାତିକ ପ୍ଲାଟଫର୍ମ ଯୋଗାଇ ଦେବା ହିଁ ଆଇସିଆର୍‌ଏଏମ୍‌ଇଆରଡି -୨୦୨୫ର ମୁଖ୍ୟ ଉଦ୍ଦେଶ୍ୟ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ୟୁନିଭର୍ସିଟି ଅଫ୍ ବୋସୱାନାର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଭି.ପି. କୋମୁଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ ଫେରୋ ଆଲୟ (ଇନ୍‌ଫା) ଲିମିଟେଡର ଡେପୁଟି ଜେନେରାଲ ମ୍ୟାନେଜର (ମେକାନିକାଲ) ଶ୍ରୀ ସୟଙ୍ଗ ଭୁବ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଟିଇଆରର ଡିନ୍ ପ୍ରଫେସର ପି.କେ. ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମେକାନିକାଲ୍ ଇଞ୍ଜିନିୟରିଂ ସମ୍ପର୍କରେ ବିଭାଗୀୟ ମୁଖ୍ୟ ପ୍ରଫେସର ସରୋଜ କୁମାର ଆଚର୍ଯ୍ୟ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଆଇସିଆର୍‌ଏଏମ୍‌ଇଆରଡି ୨୦୨୫ର ଆବାହକ ପ୍ରଫେସର ଏସ୍‌.ଏନ୍ ଦାସ ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ବକ୍ତବ୍ୟ ରଖିଥିବା ବେଳେ କାର୍ଯ୍ୟକ୍ରମର ସହ ଆବାହକ ଡକ୍ଟର ଅନୁପମା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଇଟିଇଆରର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌ସ) ପ୍ରଫେସର ଡି.ଏନ୍ ଥାଟୋଇଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏହି ସମ୍ମିଳନୀରେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରୁ ପ୍ରାୟ ୧୮୦ଟି ଗବେଷଣା ସନ୍ଦର୍ଭ ଗ୍ରହଣ କରାଯାଇଥିଲା ।
ସମ୍ମିଳନୀରେ ୟୁକେ ସ୍ଥିତ ୟୁନିଭର୍ସିଟି ଅଫ୍ ଗ୍ଲାସ୍‌ଗୋର ରିଡର ଏବଂ ସିନିୟର ଆଡଭାଇଜର ଡକ୍ଟର ମାନିଲୋ ଟାସିଏରି, ୟୁଏସଏ ବୋଷ୍ଟନ ସ୍ଥିତ କ୍ୟାପିଟାଲ୍ ୱାନ୍‌ର ସିନିୟର ଇଞ୍ଜିନିୟରିଂ ମ୍ୟାନେଜର ଶ୍ରୀ ବିମଳ ମହାନ୍ତି, ପାପୁଆ ନ୍ୟୁଗିନି ୟୁନିଭର୍ସଟି ଅଫ୍ ଟେକ୍ନୋଲଜିର ଆସୋସିଏଟ୍ ପ୍ରଫେସର କମଳାକାନ୍ତ ମୁଦୁଲି ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।
ସେହିପରି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଂଟର ଡିନ୍ ପ୍ରଫେସର ଜେ.କେ ନାଥ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କୃତି ପ୍ରତିଯୋଗୀମାନଙ୍କ ପୁରସ୍କାର ପ୍ରଦାନ କରାଯାଇଥିଲା । ଡକ୍ଟର ରଶ୍ମି ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ରହିଛି । ହେଲେ ଏବେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରିବାକୁ ମସୁଧା କରୁଛନ୍ତି । ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା…

Continue reading
ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦଘାଟିତ

ଭୁବନେଶ୍ବର: ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ