ଆଜିଠୁ କଂଗ୍ରେସର ରଣହୁଙ୍କାର,ରାଜରାସ୍ତାକୁ ଓହ୍ଲାଇବ ଦଳ

ଭୁବନେଶ୍ବର : ଆଜିଠୁ କଂଗ୍ରେସର ରଣହୁଙ୍କାର । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ନାମ ବଦଳାଇବା, ଯୋଜନାର ରୂପରେଖ ବିକୃତ କରିବା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ଦଳ । ସମସ୍ତ ସାଂଗଠନିକ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ସହ ବିଜେପି ବିରୋଧରେ ବିକ୍ଷୋଭ କରିବ । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି, ଦଳୀୟ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ । ଚାଷୀ ସମସ୍ୟାକୁ ନେଇ ସବୁ ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସାଙ୍ଗଠନିକ ଜିଲ୍ଲାର ନେତା ଓ କର୍ମୀମାନେ ଧାରଣା ଦେବେ। ଧାନସଂଗ୍ରହକୁ ନେଇ ବ୍ୟାପକ ଅବ୍ୟବସ୍ଥାରୁ ଚାଷୀକୁଳ ହିନସ୍ତା ହେଉଛନ୍ତି ।

୨୪ ଡିସେମ୍ବର ବୁଧବାର ଦିନ ଧାନସଂଗ୍ରହରେ ସରକାରୀ ଚଞ୍ଚକତା ଓ ଅରାଜକତା ବିରୋଧରେ ଡିସିସି ପକ୍ଷରୁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଶୋଭାଯାତ୍ରା କରାଯିବ । ୨୬ ଡିସେମ୍ବର ଶୁକ୍ରବାର ଦିନ ବିଜୁଳି ଶୋଷଣ ବିରୋଧରେ କଂଗ୍ରେସ ବ୍ୟାପକ ଜନଜାଗରଣ ସୃଷ୍ଟି କରିବ । ୨୮ ଡିସମେମ୍ବର ରବିବାର ରହିଛି ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ। ଏଥର ରାଜ୍ୟ, ଜିଲ୍ଲା, ବ୍ଳକ, ପଂଚାୟତ ଓ ଗାଁସ୍ତରରେ ବ୍ୟାପକ ଭାବେ ପାଳନ କରିବାକୁ ଏଆଇସିସି ନିଷ୍ପତ୍ତି ନେଇଛି। ୨୯ ଡିସେମ୍ବର ସୋମବାର ଦିନ ବିଦ୍ୟୁତ ସଂଯୋଗ ଉପରେ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ ପ୍ରତ୍ୟାହାର ଦାବିରେ ଜିଲ୍ଲା ମୁଖ୍ୟାଳୟର ବିଦ୍ୟୁତ ବିଭାଗ କାର୍ୟ୍ୟାଳୟ ଘେରାଉ କରିବ କଂଗ୍ରେସ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ହଟାଇବା ଅପଚେଷ୍ଟା କରାଯାଉଥିବା ଅଭିଯୋଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଜନଜାଗରଣ ଆରମ୍ଭ କରିବ।

  • Related Posts

    ସର୍ଭେ ରିପୋର୍ଟ :ତାମିଲନାଡୁରେ ପୁଣି ଥରେ ବାଜି ମାରିବ ଡିଏମ୍‌କେ ମେଣ୍ଟ

    ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ତା’ପୂର୍ବରୁ ଆସିଥିବା ଦୁଇଟି ସର୍ଭେ ରିପୋର୍ଟ କହୁଛି ଯେ ପୁଣି ଥରେ ବାଜି ମାରିବ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ମେଣ୍ଟ। ଲୋକ୍ ପୋଲ୍‌…

    Continue reading
    ଆଜି ଆସାମ ଯିବେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆସାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସାମର ଜୋରହାଟ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ସୋନାରି ଓ ମରିୟାନି ବିଧାନସଭା କ୍ଷେତ୍ରରେ ଦୁଇ ଦିନ ଧରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ । ରବିବାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ