ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ମାମଲା: ଆଜି ବିଜେଡି ଓ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ଘଟଣାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଆଜି ଦୁଇ ଦଳ ପକ୍ଷରୁ ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବିଜେଡି ପକ୍ଷରୁ ଚାନ୍ଦବାଲିର ବିଭିନ୍ନ ଛକରେ ଆନ୍ଦୋଳନ ପାଳନ କରାଯାଉଛି। ଭୋରରୁ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ବନ୍ଦ ପାଳନ ପାଇଁ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇ ଯାଇଥିଲା। ବସ୍, ଟ୍ରକ୍ ଚଳାଚଳ ବନ୍ଦ ରହିଛି। ରାସ୍ତାରେ ବିକ୍ଷୋଭକାରୀମାନେ ପିକେଟିଂ କରୁଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ବନ୍ଦ ପାଳନ କରାଯାଉଛି।

ନାବାଳିକା ଦୁଷ୍କର୍ମ ର ଘଟଣାକୁ ନେଇ ମଙ୍ଗଳବାରଠାରୁ ଅଶାନ୍ତ ହୋଇପଡ଼ିଥିଲା ଚାନ୍ଦବାଲି ସହର । ବୁଧବାର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଜଗତ୍ସିଂହପୁରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଚାନ୍ଦବାଲି ଥାନା ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ । ଏଭଳି ଏକ ଲୋମଟାଙ୍କୁରା ଘଟଣାକୁ ନେଇ ଜନଆକ୍ରୋଶ ତେଜିଛି । ମଙ୍ଗଳବାର ରାତିରୁ ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ରାସ୍ତାରୋକ, ଥାନା ଘେରାଉ କରାଯାଇଥିଲା । ବୁଧବାର ଦୋକାନବଜାର, ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ । ଅଭିଯୁକ୍ତ ବବୁଲୁର ଘର ଭାଙ୍ଗିଦେଇଥିଲେ । ଏଥିସହ ସ୍ଥାନୀୟ ଅଞ୍ଚଳରେ ବେଆଇନ ନିଶା କାରବାର ବନ୍ଦ କରିବାକୁ ଦାବି କରିଥିଲେ । ପରେ ପୁଲିସ୍ ପକ୍ଷରୁ ସରକାରୀ ଜମି ଜବରଦଖଲ କରି ନିଶା କାରବାର କରୁଥିବା ଉପରେ ବୁଲ୍ଡୋଜର ବୁଲିଥିଲା । ଚାହୁଁ ଚାହୁଁ ଅନେକ ଘର ମାଟିରେ ମିଶାଇଥିଲେ।

​​​​​​​ଉଲ୍ଲେଖ ଯୋଗ୍ୟ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରୁ ସମ୍ପୃକ୍ତ ୧୦ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ସତ୍ତେ୍ୱ ତାଙ୍କର ସନ୍ଧାନ ମିଳି ନଥିଲା । ସନ୍ଧ୍ୟାରେ ନାବାଳିକାଙ୍କ ମୃତଦେହ ବାଲିଗାଁ ସେବା ସମବାୟ ସମିତି କାର୍ୟ୍ୟାଳୟ ପଛ ପଟ ବୁଦାମୂଳରୁ ମିଳିଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା ।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ