ଦାନରେ ଦିଅନ୍ତୁ ନାହିଁ ଏହି ଜିନିଷ

ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ ଦାନ କରିବା ଅଶୁଭ। ଏପରି କଲେ ଦରିଦ୍ରତା ଆସିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ:

ଝାଡ଼ୁ: ହିନ୍ଦୁ ଧର୍ମ ଅନୁସାରେ ଝାଡ଼ୁ ଘରର ଦରିଦ୍ରତା ଦୂର କରିଥାଏ। ଏଥିଯୋଗୁ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ହେଲେ ଝାଡ଼ୁକୁ ଦାନ କରିବା ଅଶୁଭ। ଏହି କାରଣରୁ ଧନତେରସରେ ଅନ୍ୟ ବସ୍ତୁ ସହ ଲୋକ ଝାଡ଼ୁ କିଣିଥାନ୍ତି। ଏହାଦ୍ୱାରା ଘରେ ଧନସମ୍ପଦ ବୃଦ୍ଧି ପାଏ ବୋଲି ମାନ୍ୟତା ରହିଛି। ଝାଡ଼ୁ ଦାନ କଲେ ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି।

ପ୍ଲାଷ୍ଟିକ ବସ୍ତୁର କରନ୍ତୁ ନାହିଁ ଦାନ: ଆଜିକାଲି ସମସ୍ତଙ୍କ ଘରେ ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ହେଲେ ଏହାକୁ କେବେହେଲେ ଦାନରେ ଦିଅନ୍ତୁ ନାହିଁ। ଏପରି କଲେ ଘରର ଶାନ୍ତି ଚାଲି ଯାଇଥାଏ। ଧନହାନୀ ମଧ୍ୟ ହୋଇଥାଏ।

ବାସୀ ଜିନିଷ କାହାକୁ ଦାନରେ ଦିଅନ୍ତୁ ନାହିଁ: ଅନେକ ଥର ଲୋକ ଦାନରେ ବାସୀ ଭୋଜନ ଦେଇଥାନ୍ତି। ଏହା କରିବା ଅଶୁଭ। ଏହାଦ୍ୱାରା ଲକ୍ଷ୍ମୀ ଏବଂ ଦେବୀ ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି।

ଷ୍ଟିଲ ବାସନ ଦାନ କରନ୍ତୁ ନାହିଁ: ଦାନରେ ଘରେ ରଖାଯାଇଥିବା ଷ୍ଟିଲ ବାସନ ଦିଅନ୍ତୁ ନାହିଁ। ଏପରି କଲେ ଧନ ହାନି ହୋଇଥାଏ। ଷ୍ଟିଲ ବାସନ ଦାନ କଲେ ଘରେ ଶାନ୍ତି କ୍ଷୂର୍ଣ୍ଣ ହୁଏ ବୋଲି ମାନ୍ୟତା ରହିଛି।

ଲକ୍ଷ୍ମୀ ଫଟୋ କେବେହେଲେ ଦାନ କରନ୍ତୁ ନାହିଁ: ବହୁତ ଲୋକ ଲକ୍ଷ୍ମୀ ପ୍ରତିମା ଅଙ୍କିତ ଥିବା ରୂପା ମୁଦ୍ରା ଦାନରେ ଦେଇଥାନ୍ତି। ଏପରି କଲେ ଘରେ ଦରିଦ୍ରତା ଆସିଥାଏ। ଏହାଛଡ଼ା ଫଟୋ ଏବଂ ଲକ୍ଷ୍ମୀ ଥିବା ଅନ୍ୟ ସାମଗ୍ରୀ ମଧ୍ୟ ଦାନ କରନ୍ତୁ ନାହିଁ।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ