ସଂସଦରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ବ୍ୟାଗ୍‌କୁ ନେଇ ହଙ୍ଗାମା

କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍‌କୁ ନେଇ ହଙ୍ଗାମା। ସୋମବାର ସେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍‌ ନେଇ ସଂସଦରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ବ୍ୟାଗ୍‌ରେ ପାଲେଷ୍ଟାଇନ୍‌ ମୁକ୍ତ ହେବ ବୋଲି ଲେଖାଯାଇଥିଲା। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବା ପରେ ଭାଜପା ନେତାମାନେ ତାଙ୍କୁ କଟାକ୍ଷ କରୁଛନ୍ତି। ତାଙ୍କ ଉପରେ ତୁଷ୍ଟିକରଣ ରାଜନୀତି କରିବାର ଅଭିଯୋଗ ହେଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରିୟଙ୍କା ଲେଖିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ସରକାରଙ୍କ ଏହା ନୈତିକ କର୍ତ୍ତବ୍ୟ ଯେ ଇସ୍ରାଏଲ ସରକାର ଦ୍ୱାରା କରାଯାଉଥିବା ନରସଂହାରର ନିନ୍ଦା କରିବା। ଏହାଛଡ଼ା ପ୍ରତ୍ୟେକ କଟାକ୍ଷର ଜବାବରେ ପ୍ରିୟଙ୍କା କହିଛନ୍ତି ଯେ ସେ କ’ଣ ପିନ୍ଧିବେ ତାହା ନିଜେ ସ୍ଥିର କରିବେ।

ଦେଖିବାକୁ ଗଲେ ପ୍ରିୟଙ୍କାଙ୍କ ହ୍ୟାଣ୍ଡବ୍ୟାଗରେ କୌଣସି ପାଲେଷ୍ଟାଇନ ପତାକା ନାହିଁ। ହେଲେ କିଛି ଏଭଳି ପ୍ରତୀକ ରହିଛି ଯାହା ଇସ୍ରାଏଲ ବିରୋଧୀ ବୋଲି କୁହାଯାଏ। ଏଥିରେ ପାଲେଷ୍ଟାଇନ ପତାକାର ରଙ୍ଗ ସହ ଶାନ୍ତିର ପ୍ରତୀକ ଧଳା ପାରା, ପାଲେଷ୍ଟାଇନ ଏମ୍ବ୍ରୋଡୋରୀ, ଅଲିଭ୍‌ ବ୍ରାଞ୍ଚ,ତରଭୂଜ ପ୍ରମୁଖ ରହିଥିଲା। ଏସବୁକୁ ନେଇ ଏବେ ହଙ୍ଗାମା ହେଉଛି।

  • Related Posts

    ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା

    ନୂଆଦିଲ୍ଲୀ : ଜୁଲାଇ ୩୧ରେ ଶେଷରେ ଭାରତର ବିଦେଶୀ ମୁଦ୍ରା ଭଣ୍ତାରରେ ୧୦.୫ ବିଲିଅନ ଡଲାରର ବୃଦ୍ଧି ହୋଇଛି। ଏଥିଯୋଗୁଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୯୨.୮୭ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି। ଗତ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ…

    Continue reading
    ବର୍ଷା ଏବଂ ଭୂସ୍ଖଳନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ

    ନୂଆଦିଲ୍ଲୀ: ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆଉ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ