ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ବିଜେପି ଏମପି, ଦଳକୁ ବଡ଼ ଝଟ୍‌କା

ସଂସଦରେ ଆଜି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଭାଜପା ନିଜ ଏମପିମାନଙ୍କୁ ଏକ ହ୍ବିପ ଜାରି କରିଥିଲା। ଏହା ସତ୍ତ୍ୱେ ୨୦ରୁ ଅଧିକ ଭାଜପା ଏମପି ସଂସଦରେ ଅନୁପସ୍ଥିତ ରହିଥିଲେ। ହ୍ବିପ ଜାରି କରିବା ପରେ ବି ଏମପିମାନେ ଅନୁପସ୍ଥିତ ରହିଥିବାରୁ ଦଳର ହାଇ କମାଣ୍ଡ ଅସନ୍ତୋଷ ଅଛନ୍ତି। ସେଥିପାଇଁ ସେମାନଙ୍କୁ ଏକ ନୋଟିସ୍‌ ପଠାଯିବ ବୋଲି ଦଳ କହିଛି।

ଏହାପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନ କରିବା ପାଇଁ ଲୋକ ସଭାରେ ସମ୍ବିଧାନ ସଂଶୋଧନ ବିଲ ଆଗତ କରିଥିଲେ। ଉପସ୍ଥାପନ ପରେ ୨୬୯ ସଦସ୍ୟ ଏହାର ସପକ୍ଷରେ ଏବଂ ୧୯୮ ଜଣ ଏହା ବିରୋଧରେ ମତ ଦେଇଛନ୍ତି। ଏହି ବିଲ ଆଗତ ହେବା ପରେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଟିଏମସିର ଏମପିମାନେ ଏହାକୁ କଡା ଟାର୍ଗେଟ କରିଛନ୍ତି।

ଉଭୟ ଶାସକ ଭାଜପା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ବିଲ ଆଗତ ହେବା ପୂର୍ବରୁ ସେମାନଙ୍କ ସମସ୍ତ ଏମପିଙ୍କୁ ତିନି ଧାଡିର ହ୍ବିପ ଜାରି କରିଥିଲେ। ଭାଜପା ବ୍ୟତୀତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏବଂ ଶିବସେନା (ଶିନ୍ଦେ ଦଳ) ସମେତ ଏହାର ସହଯୋଗୀମାନେ ମଧ୍ୟ ସେମାନଙ୍କ ଏମପିମାନଙ୍କୁ ହ୍ବିପ ଜାରି କରିଛନ୍ତି।

ନିୟମ ଅନୁଯାୟୀ, ସମ୍ବିଧାନର ଏହି ସଂଶୋଧନଗୁଡ଼ିକ ପାସ୍‌ ହେବା ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ଏବଂ ଲୋକ ସଭାରେ ଭୋଟ ଗ୍ରହଣ କରାଯିବା ଆବଶ୍ୟକ। ଆଜି ମୋଟ ୪୬୧ଜଣ ସଦସ୍ୟ ମତଦାନରେ ଭାଗ ନେଇଛନ୍ତି। ଏହି ବିଲ୍‌ ପାସ୍‌ କରିବାକୁ ହେଲେ ୪୬୧ ଜଣଙ୍କ ମଧ୍ୟରୁ ୩୦୭ ଜଣଙ୍କ ସମର୍ଥନ ଆବଶ୍ୟକ। ମାତ୍ର ଏହା ସପକ୍ଷରେ ୨୬୯ ଜଣ ଭୋଟ ଦେଇଛନ୍ତି।

  • Related Posts

    ବିଦେଶୀ ମୁଦ୍ରା ଭଣ୍ଡାର ୧୦.୫ ବିଲିଅନ ଡଲାର ବଢ଼ିଲା

    ନୂଆଦିଲ୍ଲୀ : ଜୁଲାଇ ୩୧ରେ ଶେଷରେ ଭାରତର ବିଦେଶୀ ମୁଦ୍ରା ଭଣ୍ତାରରେ ୧୦.୫ ବିଲିଅନ ଡଲାରର ବୃଦ୍ଧି ହୋଇଛି। ଏଥିଯୋଗୁଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୬୯୨.୮୭ ବିଲିଅନ ଡଲାର ସ୍ତରରେ ପହଞ୍ଚିଛି। ଗତ ଦୁଇ ମାସରୁ ଅଧିକ ସମୟ ମଧ୍ୟରେ…

    Continue reading
    ବର୍ଷା ଏବଂ ଭୂସ୍ଖଳନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ

    ନୂଆଦିଲ୍ଲୀ: ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆଉ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ