ଲୋକସଭାରେ କଂଗ୍ରେସ ଦେଲା ଚକମା : ବହୁମତ ଥାଇ ମଧ୍ୟ ହାରିଗଲେ ମୋଦି ସରକାର

ମଙ୍ଗଳବାର ଲୋକସଭାରେ ବହୁମତ ସହିତ ପାରିତ ହୋଇଛି ”ଏକ ଦେଶ ଏକ ନିର୍ବାଚନ” ବିଲ୍। କେନ୍ଦ୍ରରେ ଭାଜପା ସରକାର ସମ୍ବିଧାନରେ ସଂଶୋଧନ ତଥା ଏକକାଳୀନ କେନ୍ଦ୍ର ଏବଂ ରାଜ୍ୟ ନିର୍ବାଚନକୁ କରିବା ପାଇଁ ଦୁଇଟି ବିଲ୍ ଆଗତ କରିଥିଲେ।

ସମ୍ବିଧାନର ରୁଲ୍ ବୁକ୍ ଅନୁଯାୟୀ ଆବଶ୍ୟକ ସଂଖ୍ୟାଗରିଷ୍ଠତା ଦ୍ୱାରା ପାରିତ ହୋଇଥିଲା। ୨୬୯ ସାଂସଦ ସପକ୍ଷରେ ମତ ଦେଇଥିଲେ ଏବଂ ୧୯୮ ଏହାକୁ ବିରୋଧ କରିଥିଲେ। ତେବେ ସମାଲୋଚକମାନେ କହିଛନ୍ତି ଯେ, ସମ୍ବିଧାନ ସଂଶୋଧନ ପାଇଁ ସରକାରଙ୍କ ଏହି ବିଲ୍ ଏକ ତୃତୀୟାଂଶ ସମର୍ଥନ ପାଇନାହିଁ ଏବଂ ବିଲ୍ ପାସ୍ କରିବା ପାଇଁ ସରକାରଙ୍କ ସମର୍ଥନ ଅଭାବ ଥିବା ଏହା ଦର୍ଶାଉଛି।

କାରଣ ସମ୍ବିଧାନ ସଂଶୋଧନ କରିବା ଲାଗି “ମୋଟ ୪୬୧ ଭୋଟ୍ ମଧ୍ୟରୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା (ଯଥା ୩୦୭) ଆବଶ୍ୟକ ଥିଲା … କିନ୍ତୁ ସରକାର କେବଳ (୨୬୯) ସାଂସଦଙ୍କ ସମର୍ଥନ ପାଇଥିଲା ବେଳେ ବିରୋଧୀ ୧୯୮ ପାଇଥିଲେ। ଫଳରେ ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସ୍ତାବ ଦୁଇ ତୃତୀୟାଂଶ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲା। ଇ-ଭୋଟିଂ ସିଷ୍ଟମର ସ୍କ୍ରିନସଟ ସହିତ କଂଗ୍ରେସ ସାଂସଦ ମାଣିକାମ ଟାଗୋର ଏକ୍ସରେ ଏହି ସୂଚନା ଦେଇଛନ୍ତି।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ