ନିର୍ବାଚନ ପରାଜୟ ପରେ ପ୍ରଥମ ଥର ଫଡନାଭିସଙ୍କୁ ଭେଟିଲେ ଉଦ୍ଧବ ଠାକରେ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଶିବସେନା ଇଭିଏମ ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛି। କିନ୍ତୁ ଏସବୁ ଭିତରେ ପ୍ରଥମଥର ପାଇଁ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ନାଗପୁରରେ ଭେଟିଛନ୍ତି। ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଥିବାରୁ ଉଦ୍ଧବ ଠାକରେ ଶୁଭେଚ୍ଛା ଜଣାଇବା ପାଇଁ ଫଡ଼ନାଭିସଙ୍କୁ ଭେଟିଥିବା ଜଣାପଡ଼ିଛି।
ଉଦ୍ଧବ ଠାକରେଙ୍କ ପୁଅ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ଆଦିତ୍ୟ ଠାକରେଙ୍କ ମଧ୍ୟ ବାପାଙ୍କ ସହ ଏହି ବୈଠକରେ ଉପସ୍ଥିତ ରହିଥିଲେ। ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ ଏକାଠି କାମ କରିବା ଉଦ୍ଦେଶ୍ୟରେ ଏପରି ଭେଟଘାଟ ହୋଇଥିବା ଆଦିତ୍ୟ କହିଛନ୍ତି।
ୱର୍ଲିରୁ ବିଜୟୀ ହୋଇଥିବା ଆଦିତ୍ୟ ଠାକରେ କହିଛନ୍ତି, “ଆଜି ଆମ ଦଳର ମୁଖିଆ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ଓ ବିଧାନସଭା ବାଚସ୍ପତି ରାହୁଲ ନରୱେକରଙ୍କୁ ଭେଟିଛନ୍ତି। ଆମେ ଯାହା ବି କରିଛୁ, ତାହା ଆଗକୁ ଗୋଟିଏ ପାଦ ବଢ଼ାଇବା ସହ ସମାନ।

ଉଭୟ ପକ୍ଷ ରାଜନୀତିକ ବଳିଷ୍ଠତା ଦେଖାଇବା ସହ ଏକାଠି ମହାରାଷ୍ଟ୍ରର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଦରକାର। ଆମେ ବିରୋଧୀ ପକ୍ଷରେ ରହିଛୁ ଓ ସେମାନେ ଶାସକ ଦଳରେ ଅଛନ୍ତି। କିନ୍ତୁ ଆମେ ସମସ୍ତେ ଲୋକଙ୍କ ପ୍ରତିନିଧି। ସେମାନେ(ଶାସକ ଦଳ) ମଧ୍ୟ ଆମକୁ ଶୁଣିବା ଉଚିତ। ଏହାଦ୍ୱାରା କିଛି ଭଲ କଥା ଘଟିବ।”

ସୂତ୍ର ଅନୁସାରେ, ବିଧାନ ଭବନରେ ଥିବା ଫଡ଼ନାଭିସଙ୍କ ଚ୍ୟାମ୍ବରରେ ଉଦ୍ଧବ ଠାକରେ ତାଙ୍କୁ ଭେଟିଛନ୍ତି। ବର୍ତ୍ତମାନ ଏବେ ସେଠାରେ ଶୀତ ଅଧିବେଶ ଚାଲିଛି। ଭେଟଘାଟ ସମୟରେ ମହାୟୁତିର ବିଜୟ ପାଇଁ ଉଦ୍ଧବ ଠାକରେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ