ଭଡ଼ା ଘର ଛାଡ଼ିବା ପାଇଁ ୧୫ ଦିନ ପୂର୍ବରୁ ନୋଟିସ ବାଧ୍ୟତାମୂଳକ: ହାଇକୋର୍ଟ

କଟକ : ଘର ଭଡ଼ା ନେଇ ରହୁଥିବା ଲୋକଙ୍କୁ ଘର ଛଡ଼ାଇବାର ୧୫ଦିନ ପୂର୍ବରୁ ନୋଟିସ ଦିଆଯିବା କଥା। ସମ୍ପତ୍ତି ସ୍ଥାନାନ୍ତର ଆଇନର ଧାରା ୧୦୬ରେ ଏହା ମଧ୍ୟ ଉଲ୍ଲେଖ ରହିଛି। ଘର ଛାଡିବା ପାଇଁ ସର୍ବନିମ୍ନ ୧୫ଦିନ ପୂର୍ବରୁ ନୋଟିସ ବାଧ୍ୟତାମୂୂଳକ ବୋଲି ହାଇକୋର୍ଟ କହିଛନ୍ତି। ସନାତନ ବର୍ଦ୍ଧନ ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଶଶିକାନ୍ତ ମିଶ୍ର ଏହା କହିଛନ୍ତି।

ପ୍ରକାଶଥାଉକି ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭଡାଟିଆ ଆବେଦନକାରୀଙ୍କୁ ଭଡାଘର ଛାଡିବାକୁ ଘର ମାଲିକ ୭ଦିନ ପୂର୍ବରୁ ନୋଟିସ ଦେଇଥିଲେ। ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶିଶିର ସେନ ନାମକ ଜଣେ ଘର ମାଲିକଙ୍କ ଘରେ ଭଡାଟିଆ ଭାବେ ଆବେଦନକାରୀ ୧୯୮୭ରୁ ଚୁକ୍ତି କରି ରହୁଥିଲେ। ଏହି ଚୁକ୍ତି ଅବଧି ଏକ ବର୍ଷ ଥିଲା। ତେବେ ଆଉ ଏହା ନବୀକରଣ ନକରି ବର୍ଦ୍ଧିତ ଘରଭଡା ଦେଇ ଆବେଦନକାରୀ ରହି ଆସୁଥିଲେ। ଚୁକ୍ତି କରିଥିବା ପ୍ରକୃତ ଘର ମାଲିକଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀମାନେ ଭଡାଟିଆଙ୍କୁ ଘର ଛାଡିବାକୁ କହିଥିଲେ ମଧ୍ୟ ସେ ଘର ନଛାଡିବାରୁ ସେମାନେ ନିମ୍ନ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ନିମ୍ନ ଅଦାଲତ ଘର ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଘର ମାଲିକ ୭ଦିନିଆ ନୋଟିସ ଦେଇଥିଲେ। ଏହାକୁ ବିରୋଧ କରି ଭଡା ନେଇଥିବା ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

  • Related Posts

    ଓଡ଼ିଶାର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ପାଇଁ ବଡ଼ ଆଶ୍ୱସ୍ତି: ‘କାରଣ ଦର୍ଶାଅ’ ପ୍ରକ୍ରିୟା ରଦ୍ଦ

    ଭୁବନେଶ୍ୱର ୬ ଅକ୍ଟୋବର, ୨୦୨୬ ରାଜ୍ୟ ସରକାରଙ୍କ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଦାଖଲ କରାଯାଇଥିବା ଅନୁପାଳନ ରିପୋର୍ଟ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛି ଇ.ଆର୍.ସି (ERC)।ଓଡ଼ିଶାର ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ (Teacher Education…

    Continue reading
    ନିଶାମୁକ୍ତ ଅଭିଯାନ ପାଇଁ ସ୍ୱତନ୍ତ୍ର ଚଢ଼ାଉ

    ଭୁବନେଶ୍ୱର, ୦୭/୧୦/୨୦୨୬: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ଦ୍ୱାରା ପୋଲିସ ଅଧିକାରୀମାନଙ୍କ ସହଯୋଗରେ ଅକ୍ଟୋବର ପହିଲାରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ ଚାଲୁ ରହିଛି । ଏହି ଅଭିଯାନରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ