ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପୱାରଙ୍କୁ ଗାର୍ଡିଆନ ମିନିଷ୍ଟର ଦାୟିତ୍ୱ ଦେଲେ ସରକାର

ମହାରାଷ୍ଟ୍ର,03/02: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଦିବଙ୍ଗତ ନେତା ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ଅଜିତ ପୱାରଙ୍କୁ ମଙ୍ଗଳବାର ଦିନ ବୀଡ ଏବଂ ପୁଣେ ଜିଲ୍ଲାର “ଗାର୍ଡିଆନ ମିନିଷ୍ଟର” ଭାବରେ ନିଯୁକ୍ତ କରାଯାଇଛି । ଯାହା ପୂର୍ବରୁ ତାଙ୍କ ସ୍ୱାମୀ ସ୍ୱର୍ଗତ ଅଜିତ ପୱାରଙ୍କ ଦାୟିତ୍ୱରେ ଥିଲା ।
ମହାରାଷ୍ଟ୍ର ସରକାରରେ “ଗାର୍ଡିଆନ ମିନିଷ୍ଟର” ହେଉଛନ୍ତି ଭାରତର ଜଣେ କ୍ୟାବିନେଟ ସ୍ତରୀୟ ମନ୍ତ୍ରୀ ଯାହାକୁ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଜିଲ୍ଲାର ବିକାଶ ତଦାରଖ କରିବା ପାଇଁ ନିଯୁକ୍ତ କରନ୍ତି । ଏହି କ୍ରମରେ ଶ୍ରୀମତୀ ପୱାରଙ୍କୁ ବୀଡ ଏବଂ ପୁଣେ ଜିଲ୍ଲାର “ଗାର୍ଡିଆନ ମିନିଷ୍ଟର” ଭାବରେ ନିଯୁକ୍ତ କରାଯାଇଛି । ଗତ ସପ୍ତାହରେ ପୁଣେ ଜିଲ୍ଲାର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଅଜିତ ପୱାରଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ପତ୍ନୀ ତଥା ତତ୍କାଳୀନ ରାଜ୍ୟସଭା ସାଂସଦ ସୁନେତ୍ର ପୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ସହ ଅର୍ଥ,ଅବକାରୀ,କ୍ରୀଡା ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାସହ ସେ ପୁଣେ ଏବଂ ବୀଡର ଜିଲାର ଅଭିଭାବକ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସୁନେତ୍ର ପୱାରଙ୍କୁ ଦୁଇଟି ଜିଲ୍ଲାର ଅଭିଭାବକ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କୁ ପୂର୍ବରୁ ଅବକାରୀ, କ୍ରୀଡା ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଦିଆଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅର୍ଥ ବିଭାଗ ସମ୍ଭାଳିବେ ।

  • Related Posts

    ଛାତ୍ର ସଂସଦ ନିର୍ବାଚନ:ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ୟ୍ୟନ୍ତ ମତଦାନ

    ଭୁବନେଶ୍ବର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଓଡ଼ିଶାରେ କଲେଜ ଏବଂ ବିଶ୍ବବିଦ୍ୟାଳଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ, ଅକ୍ଟୋବର ୧୬ ତାରିଖରେ ନବନିର୍ବାଚିତ ଛାତ୍ର…

    Continue reading
    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ