ବିକଶିତ ହୋଇ ହସିବ ବଣ୍ଡାଘାଟି; ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିକୁ ବିକଶିତ କରିବେ। ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କୁ ମୌଳିକ ସୁବିଧା ମିଳିବ। ସରକାରୀ ଯୋଜନାରୁ ବଣ୍ଡା ଜନଜାତିର ଲୋକେ ବଞ୍ଚିତ ହେବେ ନାହିଁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ବଣ୍ଡାଘାଟିକୁ ଗସ୍ତ କରିବା ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି। ‘ସୁଭଦ୍ରା’ ଯୋଜନାରୁ ବଂଚିତ ରହିବା ଓ ବଣ୍ଡାଘାଟିକୁ ଆବାସ ଯୋଜନା ନପହଞ୍ଚିବା ନେଇ ଦୌନିକ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏଠାରେ ପହଞ୍ଚି ସ୍ଥାନୀୟ ଜନତାଙ୍କର ଦାବି ପୂରଣ ହେବ ବୋଲି କହିଛନନ୍ତି। ଆଗାମୀ ଦିନରେ ବଣ୍ଡାଘାଟିରେ ଆବାସ ଯୋଜନା ପାଇଁ ଅଧିକ ୫୦ ହଜାର ଟଙ୍କା ଯୋଗାଇ ଦିଆଯିବ। ସୁଭଦ୍ରା ଯୋଜନାରୁ ବଂଚିତ ଥବା ୨୯୩୨ ହିତାଧିକାରୀଙ୍କ ଘରକୁ ପ୍ରଶାସନ ପହଂଚି ସର୍ଭେ କରାଯିବ ବୋଲି ସେ କହିଛନ୍ତି। ବଣ୍ଡା ଜନଜାତିଙ୍କ ସହ ଆଲୋଚନା ବେଳେ ଘାଟିରେ ପାନୀୟ ଜଳ, ଯୋଗାଯୋଗ, ମୋବାଇଲ ଟାୱାର ସମସ୍ୟା ସହିତ ଲକ୍ଷ୍ମୀ ବସ୍‌ ସୁବିଧା ପରି ଅନେକ ସମସ୍ୟାକୁ ନେଇ ବଣ୍ଡା ଜନଜାତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ଜଣାଇଥିଲେ। ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ଅମାକୁଣ୍ଡ ଓ ସୀତାକୁଣ୍ଡ ପର୍ଯ୍ୟଟନର ବିକାଶ ସହ ଭୁବନେଶ୍ୱରରେ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବେଶଭୁଷା ବିକ୍ରି ପାଇଁ ବଜାରରେ ଏକ ଗୃହର ବ୍ୟବସ୍ତା କରାଯିବ ବୋଲି କହିଥିଲେ। ବଣ୍ଡା ମହିଳାମାନେ କାହିଁକି ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି ଓ ଆବାସ ଯୋଜନାରେ ଘାଟି ଘର ନିର୍ମାଣ ହେଉନାହିଁ ଏନେଇ ପ୍ରଶାସନିକ ଅଧିକାରୀ ଓ ବଣ୍ଡା ଜନଜାତିଙ୍କ ସହ ଆଲୋଚନା କରିଥିଲେ। ବଣ୍ଡାଘାଟିରେ ଲୋକେ ଠିକ ଭାବରେ ପିଇବା ପାଣି ପାରୁ ନାହାନ୍ତି, ଗୋଟିଏ ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ପହଂଚି ପାରୁନାହିଁ। ଅନେକ ଗାଁକୁ ରାସ୍ତା ଠିକ ଭାବରେ ନାହିଁ। ମୋବାଇଲ ଟାୱାରର ସୁବିଧା ନାହିଁ। ଏଭଳି ଅନେକ ସମସ୍ୟା ଉପମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବଣ୍ଡା ଜନଜାତି। ଉପମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ