ଓଡ଼ିଶାରେ ପୁଣି ବଢ଼ିପାରେ ବିଜୁଳି ବିଲ୍‌

୨୦୨୫-୨୬ ବର୍ଷରେ ବଢିବ ବିଦ୍ୟୁତ୍ ବିଲ୍‌। ପଇସା କି ଦୁଇ ପଇସା ନୁହେଁ, ଏକା ଥରକେ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାକୁ ବୃଦ୍ଧି ଲାଗି ଚାଲିଛି ଯୋଜନା। ଏକଥା ଆମେ କହୁନାହୁଁ, ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ନିକଟରେ ଗ୍ରିଡକୋ ଯେଉଁ ବାର୍ଷିକ ରାଜସ୍ୱ ଆବଶ୍ୟକତା ଦରଖାସ୍ତ ଦାଖଲ କରିଛି, ସେଥିରେ ଏଭଳି ଆତଙ୍କ ସୃଷ୍ଟିକାରୀ ତଥ୍ୟ ଲେଖିଛି। ଗ୍ରିଡକୋ ଦର୍ଶାଇଛି ଯେ, ୨୦୨୫-୨୬ରେ ବାର୍ଷିକ ୩୮ ହଜାର ୮୧୪ ୟୁନିଟ୍ ବିଦ୍ୟୁତ୍ ବିକ୍ରି କରିବାକୁ ଯୋଜନା ରହିଛି। ପୂରା ବିଦ୍ୟୁତ୍ କିଣାବିକା ଓ ନିଜର ସମସ୍ତ ଆବଶ୍ୟକତାକୁ ହିସାବକୁ ନେଲେ ପାଖାପାଖି ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୯୫ ପଇସା ଉପଭୋକ୍ତା ଦେଲେ ଯାଇ ଭରଣା ହେବ। ଗ୍ରିଡକୋ ଆହୁରି କହିଛି ଯେ, ଏଥିରୁ ରିଟର୍ଣ୍ଣ ଅନ୍ ଇକ୍ୟୁଇଟିକୁ ବାଦ୍ ଦିଆଗଲେ ୧୪ ହଜାର ୮୨୦ କୋଟି ଟଙ୍କା ଆବଶ୍ୟକ ହେବ। ଅର୍ଥାତ୍ ୟୁନିଟ୍ ପିଛା ୩ ଟଙ୍କା ୮୨ ପଇସାରୁ କମ୍ ହେଲେ ଗ୍ରିଡକୋ କ୍ଷତି ସହିବ। ୨୦୨୫-୨୬ରେ ଗ୍ରିଡକୋ ପ୍ରସ୍ତାବକୁ ଯଦି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ମାନିନିଅନ୍ତି, ତେବେ ପାଇକାରୀ ମୂଲ୍ୟ ୟୁନିଟ୍ ପିଛା ୫୪ ପଇସା ବଢ଼ିବ। ଆବଣ୍ଟନ କମ୍ପାନିମାନଙ୍କ ଖର୍ଚ୍ଚ ଆଦି ମିଶାଇଲେ ବିଦ୍ୟୁତ୍ ମୂଲ୍ୟ ଆହୁରି ବଢ଼ିପାରେ। କେବଳ ସେତିକି ନୁହେଁ, ଆୟୋଗଙ୍କ ନିକଟରେ ବିଦ୍ୟୁତ୍ କମ୍ପାନି ବିକ୍ରି ସମୟର ଅଡୁଆ ଉଠାଇ ୬ ହଜାର ୫୮୮ କୋଟି ଭରଣା ପାଇଁ ଦାବି ରଖିଛି ଗ୍ରିଡକୋ।

ସରକାରୀ ସଂସ୍ଥା ସ୍ପଷ୍ଟ ଭାବେ କହିଛି ଯେ ସେସୁ, ଓ୍ବେସ୍କୋ, ନେସ୍କା ଏବଂ ସାଉଥକୋ କମ୍ପାନିକୁ ଟାଟାକୁ ବିକ୍ରି କରାଯିବା ସମୟରେ ବକେୟା ଅର୍ଥ ଏଯାଏ ପରିଶୋଧ ହେଲା ନାହିଁ। ଆୟୋଗ ଗୁରୁତ୍ବର ସହିତ ଏହାକୁ ଗ୍ରହଣ କରି ଆସନ୍ତା ଦୁଇ, ତିନି ବର୍ଷ ମଧ୍ୟରେ ଅର୍ଥ ଭରଣା ଲାଗି ଦାବି କରିଛି। ପ୍ରଶ୍ନ ଉଠୁଛି, ଆୟୋଗ ଯଦି ଏହି ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ବିଦ୍ୟୁତ୍ ଦର ବହୁଗୁଣିତ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣରେ ଆବଣ୍ଟନ କମ୍ପାନି, ଆୟୋଗ ଓ ସରକାର ବିଫଳ ହୋଇଥିଲେ ବି ବର୍ଷକୁ ବର୍ଷ ବିଦ୍ୟୁତ୍ ଦର କିନ୍ତୁ ବଢ଼ିଚାଲିଛି। ଦରଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ବିଜୁଳି ବିଲ୍‌ ବଢ଼ିଲେ ବୋଝ ଉପରେ ନଳିତା ବିଡ଼ା ପରି ହେବ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ