ଅଁଳା ଗଛରେ ବାସ କରିଥାନ୍ତି ସ୍ବୟଂ ଲକ୍ଷ୍ମୀନାରାୟଣ, ଜାଣନ୍ତୁ ଏହାର ମହତ୍ତ୍ୱ

ଅଁଳା ଗଛ ଯେତିକି ପବିତ୍ର ସେତିକି ଉପକାରୀ ମଧ୍ୟ। କାରଣ ଏହି ଗଛରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ସେହିପରି ଏହାର ଆଧ୍ୟାତ୍ମିକ ଗୁଣ ମଧ୍ୟ ବେଶ୍‌ ଉଚ୍ଚକୋଟୀର। ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। କେହି କେହି କୁହନ୍ତି, ପ୍ରତିଦିନ ସ୍ନାନ ସାରି ଅଁଳା ଗଛ ମୂଳରେ ଜଳ ଅର୍ପଣ କଲେ ପ୍ରଭୁ କୃପା ଲାଭ ହେବା ସହ ମା’ ଲକ୍ଷ୍ମୀ ବି ପ୍ରସନ୍ନ ହୋଇଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଉନ୍ନତି ହେବା ସଙ୍ଗେସଙ୍ଗେ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରେଇ ଯାଇଥାଏ। ଅନ୍ୟପକ୍ଷେ ଅଁଳାର ଔଷଧୀୟ ଗୁଣକୁ ତର୍ଜମା କଲେ ଜଣାଯାଏ, ଅଁଳା ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ସେହିପରି ପାଚନ କ୍ରିୟାକୁ ସକ୍ରିୟ କରିବାରେ ଅଁଳାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସ୍ମରଣଶକ୍ତିକୁ ତ୍ୱରାନିତ କରିବାରେ ବି ଏହା ଖୁବ୍‌ ଉପକାରୀ ହୋଇଥାଏ। ବାସ୍ତୁଶାସ୍ତ୍ର ମତରେ, ଘରର ଉତ୍ତର ଦିଗରେ ଅଁଳା ଗଛ ଲଗାଇ ତାହାକୁ ପୂଜାକଲେ ନିଜର ସ୍ମୃତିଶକ୍ତି ପ୍ରଖର ହେବା ସହ ସନ୍ତାନମାନଙ୍କର ମଧ୍ୟ ମଙ୍ଗଳ ହୋଇଥାଏ। ଏପରିକି ଘର ମଧ୍ୟକୁ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ସେହିପରି କୁହାଯାଏ, ଘରର ଉତ୍ତର ଦିଗରେ ଯଦି କୌଣସି ବାସ୍ତୁଦୋଷ ଥାଏ, ତା’ହେଲେ ଏହି ଦିଗରେ ଅଁଳା ଗଛ ଲଗାଇଲେ ତାହା ଆପେ ଆପେ ଠିକ୍‌ ହୋଇଯାଇଥାଏ। କିନ୍ତୁ ଏହି ଗଛକୁ ଘରର ଖୁବ୍‌ ନିକଟରେ ନ ଲଗାଇ ଘରଠୁ ଟିକେ ଛାଡିକି ଲଗାଇବା ଆବଶ୍ୟକ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

  • Related Posts

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌…

    Continue reading
    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରେମ କରୁଛନ୍ତି କି ? ଜାଣିରଖନ୍ତୁ ଏସବୁ କଥା । ଯଦି ମନେରଖିବେ କେବେ ଆପଣଙ୍କର ଗାର୍ଲଫ୍ରେଣ୍ଡ ସହ ହେବନି ଝଗଡ଼ା । ତା ହେଲେ ପଢ଼ିନିଅନ୍ତୁ ଟ୍ଟକଣ କଣ ଇଚ୍ଛାଥାଏ ଗାର୍ଲଫ୍ରେଣ୍ଡଙ୍କର । ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ଇଚ୍ଛାଥାଏ, ଦିନର ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ