ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ପ୍ରାୟ କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡ଼ିହି ପଞ୍ଚାୟତର ପିଇଓ ସୁରେନ୍ଦ୍ର ଭତ୍ରା। ତାଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି । ତୁରୁଡ଼ିହି ପଞ୍ଚାୟତରେ ଆର୍ଥିକ ଅନିୟମିତତା ନେଇ ପୂର୍ବରୁ ଦୁଇ ପଞ୍ଚାୟତର ସରପଞ୍ଚ ଓ ରାଇଘର ବିଡିଓ କୁନ୍ଦେଇ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାରରେ ତୁରୁଡ଼ିହି ପଞ୍ଚାୟତ ପିଇଓ ସୁରେନ୍ଦ୍ର ଭତ୍ରାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଉନ୍ନୟନ ମୂଳକ କାର୍ୟ୍ୟ ନିମନ୍ତେ ଆସିଥିବା ଅନୁଦାନରୁ ପ୍ରାୟ କୋଟିଏ ୩୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ପରେ ନିଲମ୍ବିତ ଥିବା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ୟ୍ୟ ନିର୍ବାହୀ ଅଧିକାରୀ (ପିଇଓ) ସୁରେନ୍ଦ୍ର ଭତ୍ରାଙ୍କୁ ଆଜି ଭିଜିଲାନସ୍ ଗିରଫ କରିଥିବା ଜଣାପଡିଛି ଜ୍ଝ ବିଳମ୍ବିତ ରାତିରେ ଭିଜିଲାନ୍ସର ଏକ ଟିମ୍‌ ମନ୍ତ୍ରୀଗୁଡ଼ା ସ୍ଥିତ ତାଙ୍କ ବାସଭବନ ଉପରେ ଚଢାଉ କରି ଗିରଫ କରିବା ପରେ ତଦନ୍ତ ନିମନ୍ତେ ତାଙ୍କୁ ଜୟପୁର ଜିଲ୍ଲା ଭିଜିଲାନ୍ସ କାର୍ୟ୍ୟାଳୟକୁ ନିଆଯାଇଛି କ୍ଷ

ପ୍ରକାଶ ଥାଉକି ତୁରୁଡ଼ିହି ଓ କଚରାପାରା-୩ ଗ୍ରାମପଂଚାୟତରେ କାର୍ୟ୍ୟରତ ଥିବା ସମୟରେ ଉନ୍ନୟନ ମୂଳକ କାର୍ୟ୍ୟ ବାବଦକୁ ଆସିଥିବା ଅନୁଦାନରୁ ଏକ କୋଟି ୩୦ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା ଜ୍ଝ ଏହି ଘଟଣାରେ ରାଇଘର ବିଡିଓ ଶ୍ରୀ ଭତ୍ରାଙ୍କ ବିରୋଧରେ ଥାନାରେ ଏତଲା ଦେବା ପରେ ଗତ ସେପଟେମ୍ବର ୩ ତାରିଖ ଦିନ ସୁରେନ୍ଦ୍ର ଭତ୍ରାଙ୍କୁ ନିଲମ୍ବିତ କରାଯାଇଥିଲା ଜ୍ଝ

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

    ଭବାନୀପାଟଣା: କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ନୁଆଗୁଡା ଗାଁ ର ମାନସିଂହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ