କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର: ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ଅଳଙ୍କା ଲାମ୍ବାଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତିଙ୍କ ନେତୃତ୍ୱର ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ ଏବଂ କୋରାପୁଟ ଜିଲ୍ଲାର ଜୟପୁର ଠାରେ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀଙ୍କ କୁଶପୁତଳିକା ଦାହ କରାଯାଇଛି । ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ହରଦିପ ସିଂ ପୁରୀ ଯେପରି ଏପିଷ୍ଟିନଙ୍କ ସହ ତାଙ୍କର ସମ୍ପର୍କକୁ ଘୋଡ଼ାଇବାପାଇଁ ମିଥ୍ୟା କାହାଣି ରଚନା କରୁଛନ୍ତି । ତାଙ୍କର ଯେପରି ଏପିଷ୍ଟିନଙ୍କ ସହ ଘନିଷ୍ଠ ସମ୍ପର୍କ ଥିଲା କଳାକାରନାମରେ ସେ ଜଣେ ଅଂଶୀଦାର ଥିଲେ । ଏପିଷ୍ଟିନ ଦ୍ୱିପରେ ନିରୀହ ନାବାଳିକା ମାନଙ୍କୁ ନେଇ ଯେଉଁଭଳି ଭାବରେ ଯୌନ ଶୋଷଣ, ରକ୍ତଶୋଷଣ ଓ ହତ୍ୟା କରାଯାଉଥିଲା ତାହା ପୃଥିବୀ ବାସୀଙ୍କୁ ଚକିତ କରିଛି । ଏପିଷ୍ଟିନ ଫାଇଲରେ ବିଶ୍ୱର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନାମ ବାହାରିବା ପରେ ଯେଉଁମାନେ ସଂପୃକ୍ତ ସରକାରୀ ବ୍ୟବସ୍ଥା ଭିତରେ ରହିଥିଲେ ସେମାନେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି । ହରଦିପ ସିଂ ପୁରୀ-ଏପିଷ୍ଟିନ ସମ୍ପର୍କକୁ ନେଇ ବାଟଘାଟରେ ଚର୍ଚ୍ଚା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରଦିପି ସିଂ ପୁରୀଙ୍କୁ କ’ଣ ପାଇଁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର କରିନାହାନ୍ତି ବୋଲି ଶ୍ରୀମତୀ ମିନାକ୍ଷୀ ବାହିନୀପତି ପ୍ରଶ୍ନ କରିଛନ୍ତି । ଏହି ବିକ୍ଷୋଭରେ ପ୍ରାଇମମିନିଷ୍ଟର ଇଜ କମ୍ପ୍ରାମାଇଜ ସ୍ଲୋଗାନ ମଧ୍ୟ ଦିଆଯାଇଥିଲା । ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ହରଦିପସିଂ ସୁରୀଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଛି । ଏହି କାର୍ୟ୍ୟକ୍ରମରେ ଜୟଶ୍ରୀ ପଟ୍ଟନାୟକ, ପ୍ରଣତୀ ମିଶ୍ର, ସୁମିତା ବିଶ୍ୱାଳ, ବିଶ୍ୱକଲ୍ୟାଣି କର, ଶ୍ରେୟାସ୍ମିତା ପଣ୍ଡା, ଜୟସ୍ମିତା ମହାନ୍ତି, ନିରୁପମା ପାତ୍ର, କୁସୁମ ପ୍ରଧାନ, କଳ୍ପନା ଅର୍ପଟ, ଗୋରେଖି ଖେସ, ଅପ୍ସନା ବେଗମ, ଜାନକୀ ମଲ୍ଲିକ, ପ୍ରୀତିଛନ୍ଦା ରାଉତରାୟ, ଉର୍ବଶୀ ମିଶ୍ର, କବିତା ଦାସ ପ୍ରମୁଖ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

  • Related Posts

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading
    ନାମାଙ୍କନ କଲେ ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ