ରାଜ୍ୟସଭା ପ୍ରାର୍ଥୀ କିଏ ହେବେ ସେକଥା ଦଳର ସଭାପତି ନିଷ୍ପତ୍ତି ନେବେ: ପ୍ରମିଳା

ଭୁବନେଶ୍ୱର:ବିଜେଡିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ସମୟ ଧରି ହୋଇଥିବା ପିଏସି ବୈଠକରେ ବହୁତ ରାଜନୈତିକ ଦିଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ଶୁଣି ବିଜେଡି ଭିତରୁ ଧୀରେ ଧୀରେ ଅସନ୍ତୋଷ ବଢୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରମିଳା କହିଛନ୍ତି, ରାଜ୍ୟ ସଭା ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେକଥା ଦଳର ସଭାପତି ନିଷ୍ପତ୍ତି ନେବେ। ସମସ୍ତ ପିଏସି ସଦସ୍ୟ ମିଳିତ ଭାବେ ଏହି ପ୍ରସ୍ତାବ ନବୀନଙ୍କୁ ଦେଇଛନ୍ତି। ସମସ୍ତେ ନବୀନଙ୍କୁ କହିଛନ୍ତି, ଯାହା ସେ ଚୂଡ଼ାନ୍ତ କରିବେ ସମସ୍ତେ ତାକୁ ମାନିନେବେ। ଦଳର କେତେଜଣ ବରିଷ୍ଠ ନେତା ନିଜ ନାମ ଗୋପନ ରଖି ପ୍ରମିଳାଙ୍କ ପ୍ରତିକ୍ରିୟାକୁ ନେଇ କହିଛନ୍ତି, କିଏ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ସେହି ନିଷ୍ପତ୍ତି ଯଦି ପିଏସିରେ ଚୂଡ଼ାନ୍ତ ହେଲା ନାହିଁ ତେବେ ବୈଠକ ବସିଲା କାହିଁକି। ରାଜନୈତିକ ବ୍ୟାପାର କମିଟିର ତେବେ କାମ କ’ଣ ରହିଲା। ରାଜନୈତିକ ବ୍ୟାପାର କମିଟି ଥାଇ ନ ଥିଲା ଭଳି ହୋଇଯାଉଛି। ତେବେ ଆଗକୁ ଯିଏ ରାଜ୍ୟ ସଭାକୁ ବିଜେଡିରୁ ଯିବେ ତା’ର ନିଷ୍ପତ୍ତି ନବୀନ କାହା ସହ ଆଲୋଚନାକରି ନେବେ, ସେକଥା ଦଳର ସଭାପତି ସ୍ପଷ୍ଟ କରନ୍ତୁ। ପିଏସି କ’ଣ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ହୋଇଛି।
ଅନ୍ୟପଟେ ଗୁରୁବାରଠାରୁ ରାଜ୍ୟ ସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁଯାୟୀ ଆସନ୍ତା ୫ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ। ତେଣୁ ଏହା ଭିତରେ ୪ର୍ଥ ଆସନକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଛି ସେ ବିଷୟରେ ବିଜେଡି କିଛି ନିଷ୍ପତ୍ତି ନେବ ବୋଲି ରାଜନୈତିକ ମହଲରେ ଅନେକଙ୍କ ଅପେକ୍ଷା ରହିଥିଲା। ପ୍ରତ୍ୟକ୍ଷ ବା ପରୋକ୍ଷରେ ଯେପରି ୪ର୍ଥ ଆସନ ଭାଜପାକୁ ଯିବା ଭଳି ବାଟ ତିଆରି କରା ନ ଯିବ ସେଥିପାଇଁ କିଛି ପ୍ରତିକ୍ରିୟା ବିଜେଡି ପକ୍ଷରୁ ଆସିବ ବୋଲି ଅନୁମାନ ମଧ୍ୟ କରାଯାଉଥିଲା। କାରଣ ନିକଟରେ ଦଳର ବରିଷ୍ଠ ନେତା ଅରୁଣ କୁମାର ସାହୁ ମଧ୍ୟ ଏହି କଥା ଦୋହରାଇଥିଲେ। ୪ର୍ଥ ଆସନ ଭାଜପାକୁ ନ ଯିବା ଦରକାର ବୋଲି ସେ ତାଙ୍କ ବ୍ୟକ୍ତିଗତ ମତ ଜଣାଇଥିଲେ। ଅରୁଣ ପିଏସିରେ ନାହାନ୍ତି। ଯେଉଁମାନେ ପିଏସିରେ ଅଛନ୍ତି, ସେମାନେ ଏ ବିଷୟରେ ଯଦି ନବୀନଙ୍କ ସାଙ୍ଗରେ ଆଲୋଚନା କରିଥିବେ, ତେବେ ଏହା ନିର୍ବାଚନ ଭିତରେ ନିଶ୍ଚିତ ପ୍ରତିଫଳିତ ହେବ। ଭାଜପା ପକ୍ଷରୁ ମଧ୍ୟ ୨ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି କୁହାଯାଇଛି। ତେଣୁ ଭାଜପା ଯଦି ୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରେ ତେବେ ଗୋଟିଏ କଥା ବୁଝିନେବାକୁ ହେବ, ଶାସକ ଦଳ ହାରିବା ଭଳି କିଛି ବାଟ ରଖି କାମ କରି ନ ଥିବ।

  • Related Posts

    ବିଜେଡି ଭାଡ଼ି ଖାଲି ହେଉଛି :ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ତେବେ ନାମାଙ୍କନ ଭରିବା ପରେ ଶ୍ରୀ ସାମନ୍ତରାୟ ପୁଣି ବିଜେଡି ଉପରେ…

    Continue reading
    ନାମାଙ୍କନ କଲେ ଦେବାଶିଷ

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଶ୍ର୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ