
ଭୁବନେଶ୍ବର: ସବୁ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡିଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି। ତେବେ ବିଜେଡି ପ୍ରାର୍ଥୀ ଘୋଷଣା ପରେ କୃତଜ୍ଞତା ଜଣାଇଛନ୍ତି ସଂତୃପ୍ତ ମିଶ୍ର। ଏବଂ କହିଛନ୍ତି ମୋତେ ମିଳିଥିବା ଗୁରୁ ଦାୟିତ୍ବ ମୁଁ ସୂଚାରୁ ରୂପେ ସମ୍ପାଦନ କରିବି। ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵକୁ ନମ୍ରତାର ସହ ଗ୍ରହଣ କରୁଛି। ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି। ବିଜେଡିର ସମସ୍ତ ନେତୃବୃନ୍ଦ ମୋତେ ଆସ୍ଥାଭାଜନ ମନେ କରି , ବିଶ୍ଵାସ କରି ଓଡିଶାକୁ ଆଗକୁ ନେବା ପାଇଁ ଏହି ଦାୟିତ୍ଵ ଦେଇଛନ୍ତି। ମୁଁ ଆଶା କରୁଛି ଆପଣମାନେ ମଧ୍ୟ ମୋତେ ଏଥିରେ ସହଯୋଗ କରିବେ। ଯାହାଦ୍ଵାରା ଓଡିଶା କୁ ଏବଂ ବିଜୁ ଜନତା ଦଳକୁ ଆମେ ଆଗକୁ ନେଇପାରିବା। ତେବେ ତୃତୀୟ ଆସନରେ ସଂତୃପ୍ତ ମିଶ୍ର ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ନବୀନଙ୍କର ବ୍ୟକ୍ତିଗତ ରାଜନୈତିକ ସଚିବ ହେଉଛନ୍ତି ସଂତୃପ୍ତ ମିଶ୍ର।


