ତୁର୍କୀରେ ରବିବାର ସକାଳେ ପ୍ରବଳ କୁହୁଡ଼ି ଯୋଗୁ ଏକ ହେଲିକପ୍ଟର ହସ୍ପିଟାଲ୍କୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ହେଲିକପ୍ଟରର ୨ ପାଇଲଟ୍, ଜଣେ ଡାକ୍ତର ଏବଂ ଜଣେ କର୍ମଚାରୀ ଅଛନ୍ତି। ହେଲିକପ୍ଟରଟି ଉଡ଼ାଣ ଆରମ୍ଭ କରିବା ସମୟରେ ହସ୍ପିଟାଲର ଚତୁର୍ଥ ମହଲାରେ ମାଡ଼ ହୋଇ ଖସିପଡ଼ିଥିଲା ବୋଲି ମୁଗ୍ଲାର ପ୍ରାଦେଶିକ ଗଭର୍ନର ଅଦ୍ରିସ୍ ଆକ୍ବିୟିକ କହିଛନ୍ତି। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଉଥିବା ଗଭର୍ନର କହିଛନ୍ତି।
ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…








