ରାଜ୍ୟସଭା: ବିଜେପି ଘୋଷଣା କଲା ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ପାଇଁ ମଙ୍ଗଳବାର ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀଭାବେ ଘୋଷଣା କରାଯାଇଛି । ପୂର୍ବରୁ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ସନ୍ତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି।
ବିଜେପି କେନ୍ଦ୍ରୀୟ କମିଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଦୁଇ ଜଣଙ୍କ ନାଁ ରହିଛି। ସେହିପରି ଏହି ତାଲିକାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ନାମ ରହିଛି। ସେ ଏବେ ବିହାର ବିଧାନସଭାର ସଦସ୍ୟ ଅଛନ୍ତି। ନିକଟରେ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ୟ୍ୟଭାର ସମ୍ଭାଳିଛନ୍ତି। ସେ ବିହାରରୁ ପ୍ରାର୍ଥୀ ହେବେ। ୧୦ଟି ରାଜ୍ୟର ମୋଟ ୩୭ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଆଜି ବିଭିନ୍ନ ରାଜ୍ୟର କେବଳ ୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ଓଡ଼ିଶାରେ ୪ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ଆଜି ବିଜେପି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବିହାରରେ ୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ସହିତ ଶିବେସନ କୁମାରଙ୍କୁ ଏଠାରୁ ପ୍ରାର୍ଥୀ କରିଛି ଦଳ।ଆସାମର ୩ଟି ଆସନରେ ନିର୍ବାଚନ ହେବାକୁ ଥିବା ବେଳେ ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ସେମାନେ ହେଉଛନ୍ତି ତେରାଶ ଗୋୱେଲ ଓ ଜୋଗେନ ମୋହନ। ଛତିଶଗଡ଼ରେ ୨ଟି ଆସନରେ ନିର୍ବାଚନ ହେବାକୁ ଥିବା ବେଳେ କେବଳ ଲକ୍ଷ୍ମଣ ବର୍ମାଙ୍କ ନାଁ ଘୋଷଣା କରାଯାଇଛି। ହରିୟାଣାର ୨ଟି ଆସନ ଖାଲି ହେବାକୁ ଯାଉଥିବା ବେଳେ ଦଳ କେବଳ ଗୋଟିଏ ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି। ସଞ୍ଜୟ ଭାଟିଆଙ୍କ ନାଁ ଦଳ ଘୋଷଣା କରିଛି। ପଶ୍ଚିମବଙ୍ଗରେ ୫ଟି ଆସନରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ମାତ୍ର ଜଣେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ପଶ୍ଚିମବଙ୍ଗରୁ ଦଳ ରାହୁଲ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି।ମହାରାଷ୍ଟ୍ରରେ ୭ଟି, ତାମିଲନାଡୁରେ ୬ଟି, ତେଲେଙ୍ଗାନାରେ ୨ଟି ଓ ହିମାଚଳ ପ୍ରଦେଶରେ ଗୋଟିଏ ଆସନରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ଦଳ ଆଜି ଏଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ପରବର୍ତ୍ତୀ ସମୟରେ ଦଳ ପୁଣି ତାଲିକା ପ୍ରକାଶ କରିପାରେ। ସେହିକ୍ରମରେ ଓଡ଼ିଶାର ଆଉ ୨ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି କୁହାଯାଉଛି। ଦଳ ଏଠାରେ ୪ ପ୍ରାର୍ଥୀଙ୍କ ପାଇଁ ୧୬ ସେଟ୍ ନାମାଙ୍କନପତ୍ର କିଣିସାରିଛି।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ