ଶଙ୍ଖ ଭବନରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୦୫/୦୩/୨୦୨୬: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦଳର ବରିଷ୍ଠ ନେତୃମଣ୍ଡଳୀଙ୍କ ଉପସ୍ଥିତିରେ ସକାଳ ୯ଟା ୪୫ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ଫରେଷ୍ଟ ପାର୍କ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।
ପରେ ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ କହିଥିଲେ, ଦଳ ସବୁବେଳେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢୁଛି । ବିଜୁ ବାବୁଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଦଳ ସର୍ବଦା କାମ କରିବ । ବିଜୁ ବାବୁଙ୍କ ଅବଦାନ ଆଗାମୀ ପୀଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ ।
ଏହି ସଭାରେ ଉପସ୍ଥିତ ବରିଷ୍ଠ ନେତା, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀମାନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ, ଆଦର୍ଶ ଓ ତାଙ୍କର ଅମୂଲ୍ୟ ଅବଦାନ ବିଷୟରେ ନିଜର ମତ ପ୍ରକାଶ କରିଥିଲେ । ତାଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ଲୋକଙ୍କ ଉନ୍ନତି ଓ କଲ୍ୟାଣ ପାଇଁ କାମ କରିବାକୁ ସଂକଳ୍ପ ନେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ମିଶ୍ର, ସଂତୃପ୍ତ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ ଜେନା, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ଅରୁଣ କୁମାର ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ସୁଲୋଚନା ଦାସ, ବଦି୍ର ନାରାୟଣ ପାତ୍ର, ବ୍ୟୋମକେଶ ରାୟ, କଳିକେଶ ନାରାୟଣ ସିଂହଦେଓ, ଗଣେଶ୍ୱର ବେହେରା, ସସ୍ମିତ ପାତ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ମୁଜିବୁଲା ଖାନ୍, ମଞ୍ଜୁଲତା କହଁର, ଚିନ୍ମୟ ସାହୁ, ଇପ୍ସୀତା ସାହୁ, ବିଜୟ ନାୟକ, ଡ଼ ଲେନିନ ମହାନ୍ତି, ଡ଼ ପି୍ରୟବ୍ରତ ମାଝୀ, ପ୍ରଣବ ବଳବନ୍ତରାୟ, ଭୃଗୁ ବକ୍ସିପାତ୍ର, ସୁମିତ୍ରା ଜେନା, ଗୀତା ବସ୍ତିଆ, ଶର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ବ୍ରଜ କିଶୋର ପ୍ରଧାନ, ନଳୀନିକାନ୍ତ ପ୍ରଧାନ, ଅଶ୍ୱିନୀ କୁମାର ପାତ୍ର, ଗୌତମବୁଦ୍ଧ ଦାସ, ସୁଭାସିନୀ ଜେନା, ମାଧବ ଧଡ଼ା, ବର୍ଷା ସିଂ ବରିହା, ସଞ୍ଜୀବ କୁମାର ମଲ୍ଲିକ, ଦେବୀ ରଞ୍ଜନ ତି୍ରପାଠୀ, ପ୍ରଶାନ୍ତ ବେହେରା, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରୁପେଶ ପାଣିଗ୍ରାହୀ, ରମାକାନ୍ତ ଭୋଇ, ସାରଦା ପ୍ରସନ୍ନ ଜେନା, ବିଶ୍ୱରଞ୍ଜନ ମଲ୍ଲିକ, ସୁଜାତା ସାହୁ, ପ୍ରଦୀପ କୁମାର ଦିଶାରୀ, ମନୋରମା ମହାନ୍ତି, ଚକ୍ରମଣୀ କହଁର, ଧ୍ରୁବ ଚରଣ ସାହୁ, ଅଭିମନୁ୍ୟ ସେଠୀ, ନବକିଶୋର ମଲ୍ଲିକ, ବିଭୂତି ଭୂଷଣ ବଳବନ୍ତରାୟ, ପ୍ରଦୀପ କୁମାର ସାହୁ, ମନୋହର ରନ୍ଧାରୀ, ରମେଶ ଚନ୍ଦ୍ର ବେହେରା, ଅଧିରାଜ ମୋହନ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ସୁନିଲ କୁମାର ମହାନ୍ତି, ସୁଦର୍ଶନ ହରିପାଲ, ଯୋଗେଶ କୁମାର ସିଂ, ରୋହିତ ଯୋଶେଫ ତିର୍କୀ, ଲୋପାମୁଦ୍ରା ବକ୍ସିପାତ୍ର, ମୀନତି ବେହେରା, ଚନ୍ଦ୍ରସାରଥୀ ବେହେରା, ରିଜୱାନ ବେଗମ, ଶେଖ୍ ନିଜାମୁଦ୍ଦୀନଙ୍କ ସହିତ ବହୁ କର୍ମୀ ଉପସ୍ଥିତ ଥିଲେ ।

  • Related Posts

    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading
    ନିଟ୍ ଓ ସିବିଏସ୍ଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ:
ଇସ୍ତଫା ଦିଅନ୍ତୁ ଧର୍ମେନ୍ଦ୍ର- ବିଜେଡି

    ଭୁବନେଶ୍ୱର: ବିଜେପି ସରକାରକୁ ଆସିବା ଦିନଠୁ ପ୍ରାୟ ସବୁ ପରୀକ୍ଷାରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି । । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ସିବିଏସ୍ଇ ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ