ନବୀନଙ୍କୁ ପୁଣି ଚକମା ଦେବେକି ଦିଲ୍ଳୀପ?

ଓଡ଼ିଶାରୁ ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ମୁକାବିଲା ହେବ ଦିଲ୍ଲୀପ ବନାମ ଦତ୍ତେଶ୍ବର। କଂଗ୍ରେସ ସମର୍ଥନରେ ଦତ୍ତେଶ୍ବରଙ୍କୁ ରାଜ୍ୟସଭା ପଠାଇ ପାରିବେ ତ ନବୀନ ? ନା 2002 ପରି ଦିଲ୍ଲୀପ ଦେବେ ଚକମା । କାରଣ 2002 ରାଜ୍ୟସଭା ନିର୍ବାଚନ ଫଳ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ଥିଲା ଏକ ବଡ଼ ଧକ୍କା। 2002ରେ ବି ଓଡ଼ିଶାରୁ ଚତୁର୍ଥ ଆସନ ପାଇଁ ହୋଇଥିଲା ଲଢେଇ। ଯେଉଁଥିଲେ ଏହି ଦିଲ୍ଲୀପ ରାୟ କଂଗ୍ରେସ ପ୍ରାର୍ଥୀ ମୋରିସ୍ କୁଜୁରଙ୍କୁ ପରାସ୍ତ କରି ନବୀନଙ୍କ ସବୁ ଅଙ୍କ ଭୁଲ କରିଦେଇଥିଲେ। ଦିଲ୍ଲୀପଙ୍କୁ ହରାଇବା ପାଇଁ ନବୀନ ସବୁପ୍ରକାର ଗୋଟି ଚାଳନା କରିଥିଲେ। ଏପରିକି କୁହାଯାଏ ବିଜେଡିର ବଳକା ଭୋଟ୍ ମୋରିସ କୁଜୁରଙ୍କୁ ଦେବା ଲାଗି କଂଗ୍ରେସ ସହ ନବୀନ କରିଥିଲେ ଭିତିରିଆ ଡିଲ। ବିଧାନସଭାରେ ବିଜେଡିର 71 ବିଜେପିର 38 ଏବଂ କଂଗ୍ରେସର 26 ବିଧାୟକ ଥିଲେ। 2002 ରାଜ୍ୟସଭା ନିର୍ବାଚନରେ 147ରୁ 143 ଜଣ ବିଧାୟକ ଭାଗନେଇଥିଲେ। ବିଜେଡି ବିଧାୟକ ତଥା ଜଙ୍ଗଲ ମନ୍ତ୍ରୀ ଏ.ପି ସିଂଦେଓଙ୍କ ଭୋଟ୍ ନାକଚ ହୋଇଥିଲା। ପ୍ରଥମ 3ଟି ଆସନରେ ବିଜେଡିର 2ଜଣ ଓ ବିଜେପିର ଜଣେ ପ୍ରାର୍ଥୀ ସହଜରେ ବିଜୟୀ ହୋଇଥିବା ବେଳେ ପ୍ରତିଦ୍ବନ୍ଦ୍ବୀତା ହୋଇଥିଲା ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ କଂଗ୍ରେସ ପ୍ରାର୍ଥୀ ମୋରିସ କୁଜୁରଙ୍କ ମଧ୍ୟରେ। ତେବେ ନବୀନଙ୍କ ଶତ ଚେଷ୍ଟା ସତ୍ତ୍ବେ ବିଜେଡିର 14 ବିଧାୟକ, ବିଜେପିର 8 ବିଧାୟକ, କଂଗ୍ରେସର 2, ଜେଏମ୍ଏମର ଜଣେ ଓ ଜଣେ ସ୍ବାଧୀନ ବିଧାୟକଙ୍କ ଭୋଟ୍ ପାଇ ବିଜୟୀ ହୋଇଥିଲେ ଦିଲ୍ଲୀପ ରାୟ। ଆଉ 26 ବିଧାୟକ ଥାଇ ବି ହାରିଥିଲେ କଂଗ୍ରେସ ପ୍ରାର୍ଥୀ ମୋରିସ୍ କୁଜୁର।

ଓଡ଼ିଶାରୁ ରାଜ୍ୟସଭା ନିର୍ବାଚନରେ ଆଉ ଏକ ରୋଚକ ଲଢେଇ ଦେଖିବାକୁ ମିଳିଥିଲା 2010ରେ। ଏଥିରେ କଂଗ୍ରେସ ଓ ବିଜେପି ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ବ୍ୟବସାୟୀ ତାରାରଞ୍ଜନ ପଟ୍ଟନାୟକଙ୍କୁ ହରାଇ ନିର୍ବାଚିତ ହୋଇଥିଲେ ବିଜେଡିର ତୃତୀୟ ପ୍ରାର୍ଥୀ ବୈଷ୍ଣବ ପରିଡ଼ା। ବିଜେଡିର ଅନ୍ୟ 2 ପ୍ରାର୍ଥୀ ପ୍ୟାରୀମୋହନ ମହାପାତ୍ର ଓ ଶଶିଭୂଷଣ ବେହେରାଙ୍କୁ ଜିତାଇବା ପାଇଁ ଦଳ ପାଖରେ ଆବଶ୍ୟକ ଭୋଟ୍ ଥିବା ବେଳେ ବୈଷ୍ଣବଙ୍କ ପାଇଁ ନିଅଣ୍ଟ ଥିଲା ସଂଖ୍ୟା। ସେପଟେ କଂଗ୍ରେସର 27 ବିଜେପିର 6 ଓ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ଜିତିବା ପାଇଁ ଆଶା ବାନ୍ଧି ବସିଥିଲେ ସ୍ବାଧୀନ ପ୍ରାର୍ଥୀ ତାରାରଞ୍ଜନ ପଟ୍ଟନାୟକ। କିନ୍ତୁ ପ୍ୟାରୀଙ୍କ ଗୋଟି ଚାଳନା ଆଗରେ ଧୂଳି ଚାଟିଥିଲେ ତାରା। ଦଳୀୟ ହ୍ବିପ ସତ୍ତ୍ବେ ବିଜେପି ବିଧାୟକ ଭୀମସେନ ଚୌଧୁରୀ ଭୋଟ୍ ଦେବାକୁ ଆସିନଥିବା ବେଳେ କଂଗ୍ରେସର 2 ବିଧାୟକ ଗ୍ରେଗୋରୀ ମିଞ୍ଜ ଓ ଶିବାଜୀ ମାଝି ମଧ୍ୟ ଅନୁପସ୍ଥିତ ରହିଥିଲେ। ଫଳରେ ତାରା ରଞ୍ଜନଙ୍କ ରାଜ୍ୟସଭା ଯିବା ଆଶା ମୋଉଳି ଯାଇଥିଲା। ଏହି ନିର୍ବାଚନରେ ଘୋଡ଼ା ବେପାର କରିଥିବା ନେଇ ବିଜେଡି ବିରୋଧରେ ଆସିଥିଲା ସାଂଘାତିକ ଅଭିଯୋଗ। ବିଜେଡିର ଦୁଇ ତତକାଳୀନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଅତନୁ ସବ୍ୟସାୟୀ ନାୟକ ବିଜେପି ଓ କଂଗ୍ରେସର 3 ବିଧାୟକଙ୍କ ସହ ମିଡିଲମ୍ୟାନ ଜରିଆରେ ଡିଲକରୁଥିବାର ଅଡିଓ ବାର୍ତ୍ତାଳାପ ସାମ୍ନାକୁ ଆସିଥିଲା। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ କିଛି ଦିନ ତମ୍ବିତୋଫାନ ହୋଇଥିଲା।

2014ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା ଏକ ରୋଚକ ମୁକାବିଲା। ଚତୁର୍ଥ ଆସନ ପାଇଁ ହୋଇଥିଲା ଲଢେଇ। ଏହି ନିର୍ବାଚନରେ ବିଜେଡି ସମର୍ଥନରେ ସ୍ବାଧାନ ପ୍ରାର୍ଥୀ ହୋଇଥିଲେ ବିଶିଷ୍ଟ ପଥର ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ତାଙ୍କର ମୁକାବିଲା ହୋଇଥିଲା କଂଗ୍ରେସ ପ୍ରାର୍ଥୀ ରଞ୍ଜୀବ ବିଶ୍ବାଳଙ୍କ ସହ। ତେବେ ବିଜେଡି ବିଧାୟକଙ୍କ ଧୋକା ଯୋଗୁଁ ନିର୍ବାଚନ ହାରିଥିଲେ ରଘୁନାଥ ମହାପାତ୍ର। ଜିତିବା ପାଇଁ 30 ପ୍ରଥମ ପସନ୍ଦର ଭୋଟ୍ ଦରକାର ହେଉଥିବା ବେଳେ ବିଜେଡିର 3 ପ୍ରାର୍ଥୀ ଏ.ୟୁ ସିଂହଦେଓ, କଳ୍ପତରୁ ଦାସ ଓ ସରୋଜିନୀ ହେମ୍ବ୍ରମଙ୍କ ବିଜୟ ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ଥିଲା। ବିଜେଡିର 108 ସଦସ୍ୟରୁ 3 ପ୍ରାର୍ଥୀଙ୍କ ପାଇଁ 90 ଭୋଟ୍ ଯିବା ପରେ ବଳକା 18 ଭୋଟ୍ ରଘୁନାଥଙ୍କୁ ମିଳିବା କଥା। କିନ୍ତୁ ରଘୁନାଥଙ୍କ ସପକ୍ଷରେ ବିଜେଡିର ମାତ୍ର 11 ଜଣ ସଦସ୍ୟ ହିିଁ ପ୍ରଥମ ପସନ୍ଦ ଭୋଟ୍ ଦେଇଥିଲା। କାରଣ ବିଜେଡିର 3 ପ୍ରାର୍ଥୀଙ୍କ ସପକ୍ଷରେ ଆବଶ୍ୟକଠାରୁ ଅଧିକ ପ୍ରଥମ ପସନ୍ଦ ଭୋଟ୍ ପଡ଼ିଥିଲା। ଏ.ୟୁଙ୍କୁ 33, କଳ୍ପତରୁଙ୍କୁ 32 ଓ ସରୋଜିନୀଙ୍କୁ ମିଳିଥିଲା 31ଟି ପ୍ରଥମ ପସନ୍ଦର ଭୋଟ୍। ବିଜେଡିର ଗୋଟିଏ ଭୋଟ୍ ନାକଚ ହୋଇଯାଇଥିଲା। ଯେଉଁଥିପାଇଁ ରଘୁନାଥଙ୍କୁ ମାତ୍ର 20ଟି ପ୍ରଥମ ପସନ୍ଦ ଭୋଟ୍ ମିଳିଥିଲା ସେଥିରେ ବିଜେଡିର 11, ବିଜେପିର 5, 3 ସ୍ବାଧୀନ ବିଧାୟକ ଓ ସିପିଆଇର ଗୋଟିଏ ଭୋଟ୍ ଥିଲା। ବିଜେପି ବିଧାୟକ ମନୋଜ ପ୍ରଧାନ ଅନୁପସ୍ଥିତ ରହିଥିଲେ। ଅନ୍ୟ ପକ୍ଷରେ ରଞ୍ଜୀବ ବିଶ୍ବାଳଙ୍କ ସପକ୍ଷରେ କଂଗ୍ରେସର 27 ପ୍ରଥମ ପସନ୍ଦ ଭୋଟ୍ ସହ ସ୍ବାଧୀନ ବିଧାୟକ ଜର୍ଜ ତିର୍କୀ ଓ ନିଲମ୍ବିତ ବିଜେପି ବିଧାୟକ ଭୀମସେନ ଚୌଧୁରୀଙ୍କ ଭୋଟ୍ ଯାଇଥିଲା। 29 ପ୍ରଥମ ପସନ୍ଦ ଭୋଟ୍ ସହ ବାଜିମାରିନେଇଥିଲେ ରଞ୍ଜୀବ ବିଶ୍ବାଳ।

ଏବେ ପୁଣି ଥରେ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଲଢେଇ। କଂଗ୍ରେସ ବିଜେଡିର କମନ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ଦେବା ନେଇ ସଂକେତ ଦେଇସାରିଛି। କଂଗ୍ରେସର 14 ଏବଂ ବିଜେଡିର 18ଟି ବଳକା ଭୋଟ୍ ମିଶିଲେ 32ଟି ପ୍ରଥମ ପସନ୍ଦ ଭୋଟ୍ ସହ ଦତ୍ତେଶ୍ବରଙ୍କ ବିଜୟ ସହଜ ମନେ ହେଉଛି। କିନ୍ତୁ ଦିଲ୍ଲୀପ ରାୟ ଯଦି 2002 ପରି କଂଗ୍ରେସ ଓ ବିଜେଡିରେ କ୍ରସ୍ ଭୋଟିଂ କରାଇବାରେ ସମର୍ଥ ହୁଅନ୍ତି ତାହାହେଲେ ନବୀନଙ୍କ ସବୁ ଅଙ୍କ ପୁଣି ଭୁଲ ହୋଇଯିବ

  • Related Posts

    ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

    ବରଗଡ଼: ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି ଏବଂ ଦଳର ୧୫ ଜଣ ଜିଲା ପରିଷଦ ସଦସ୍ୟା ଓ ସଦସ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

    Continue reading
    ଆଦିବାସୀଙ୍କ ଐତିହ୍ୟ ସୁରକ୍ଷା ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଂକଳ୍ପବଦ୍ଧ

    ଶଙ୍ଖ ଭବନରେ ପାଳିତ ହେବ ବିଶ୍ୱ ଆଦିବାସୀ ଦିବସ ଯୋଗଦେବେ ନବୀନ ପଟ୍ଟନାୟକ ଭୁବନେଶ୍ୱର,: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ