ଶିଉଳି ଫୁଲ (ହିନ୍ଦୀରେ ଏହାକୁ ପାରିଜାତ ଫୁଲ କୁହନ୍ତି) ଦେଇଥାଏ ମା’ ଦୁର୍ଗାଙ୍କ ଆଗମନର ସୂଚନା । ଧଳା ଫୁଲ, ନାରଙ୍ଗୀ ଡେମ୍ଫ । ରାତିରେ ଫୁଟେ, ସୁଗନ୍ଧରେ ଚଉପାସ ଚହଟାଏ, ସକାଳେ ସବୁଜ ଘାସ ଉପରେ ଝଡ଼ିପଡ଼େ । ତା’ ଉପରେ ଚିକ୍ଚିକ୍ କରୁଥାଏ ଶିଶିର ବିନ୍ଦୁ ।ଶିଉଳି ଫୁଲ ଭାରତର ବିଭିନ୍ନ ଅଞ୍ଚଳରେ ଏକ ଗୁରୁତ୍ୱପୁର୍ଣ୍ଣ ସାଂସ୍କୃତିକ ଚିହ୍ନ ଭାବରେ ପରିଚିତ । ହିନ୍ଦୁ ଧର୍ମରେ ଏହା ଧାର୍ମିକ ମାନ୍ୟତା ରଖିଥାଏ ଏବଂ ସେଥିପାଇଁ ଏହାକୁ ପବିତ୍ର ଭାବରେ ଗ୍ରହଣ କରାଯାଏ । ଲୋକକଥା ଅନୁସାରେ ରାଜକୁମାରୀ ‘ପାରିଜାତକା’ ମନେ ମନେ ସୂର୍ଯ୍ୟଙ୍କୁ ଭଲ ପାଉଥିଲେ । ହେଲେ ସୂର୍ଯ୍ୟଙ୍କୁ ପାଇବାରେ ସେ ଅସମର୍ଥ ହୋଇଥିଲେ । ମନ ଦୁଃଖରେ ସେ ଆତ୍ମହତ୍ୟା କରିଦେଲେ । ଦେହର ଅସ୍ଥିରୁ ଜନ୍ମ ନେଲା ଏକ ଗଛ । ସେଥିରେ ଫୁଟିଲା ସୁନ୍ଦର ସୁଗନ୍ଧିତ ଫୁଲ । ହେଲେ ରାତିରେ ଫୁଟି ସେ ସକାଳେ ମଉଳି ଯାଏ । ସୂର୍ଯ୍ୟଙ୍କୁ ଦେଖେନି । ସେ ଫୁଲର ନାଁ ହେଲା ପାରିଜାତ ଶିଉଳି ।
‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…


