ରାଜସ୍ୱ ବିଭାଗ କର୍ମଚାରୀ ପରିଧାନ କଲେ ପାରମ୍ପରିକ ହସ୍ତତନ୍ତ ପୋଷାକ

ଭୁବନେଶ୍ୱର : ରାଜସ୍ୱ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ହସ୍ତତନ୍ତ ବସ୍ତ୍ର ପରିଧାନ ଉଦ୍ୟମକୁ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଓଡ଼ିଶାର ସମୃଦ୍ଧ ଓ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରି କାର୍ଯ୍ୟାଳୟକୁ ଆସିଥିଲେ। ଏହା ମାଧ୍ୟମରେ ରାଜ୍ୟର ପାରମ୍ପରିକ ବୟନ ଓ ହସ୍ତତନ୍ତ ଶିଳ୍ପ ପ୍ରତି ସମ୍ମାନ ଓ ସମର୍ଥନ ପ୍ରକାଶ ପାଇଛି।ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ଆଜି ଲୋକସେବା ଭବନ ସମ୍ମୁଖରେ ସମସ୍ତଙ୍କର ଏକ ଗ୍ରୁପ୍ ଫଟୋ ମଧ୍ଯ ଉଠାଯାଇଥିଲା, ଯାହା ମାଧ୍ୟମରେ ଓଡ଼ିଶାର ହସ୍ତତନ୍ତ ଏବଂ ଐତିହ୍ୟର ପ୍ରଚାର ପ୍ରତି ବିଭାଗର ସମୂହ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି।ଏହି ଅବସରରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ କହିଥିଲେ,ଏହି ପ୍ରୟାସ ମାଧ୍ୟମରେ ରାଜ୍ୟର ସ୍ୱଦେଶୀ ହସ୍ତତନ୍ତ ପଦାର୍ଥ ବ୍ୟବହାରକୁ ଉତ୍ସାହିତ କରିବା ସହିତ ସ୍ଥାନୀୟ ବୁଣାକାରମାନଙ୍କ ଜୀବିକାକୁ ସମର୍ଥନ ଦେବା ଲକ୍ଷ୍ୟ ରହିଛି। ସେହିପରି ଏହା ମାଧ୍ୟମରେ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଓଡ଼ିଶାର ବିଶିଷ୍ଟ ହସ୍ତତନ୍ତ ପରମ୍ପରା ପ୍ରତି ଅଧିକ ସଚେତନତା ଓ ସ୍ୱୀକୃତି ମଧ୍ଯ ବୃଦ୍ଧି ପାଇବ। ଏହି ପରିପ୍ରେକ୍ଷୀରେ ରାଜସ୍ୱ ସଚିବ ଶ୍ରୀ ପାଢ଼ୀ ଏହି ଉଦ୍ୟମରେ ଅଧିକାରୀ ଓ କର୍ମଚାରୀମାନଙ୍କ ଆଗ୍ରହ ସହକାରେ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ l ସୂଚନାଯୋଗ୍ଯ ଯେ, ପୂର୍ବରୁ ରାଜସ୍ୱ ସଚିବ ବିଭାଗର ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ଚିଠି ଲେଖି ପ୍ରତ୍ୟେକ ଶୁକ୍ରବାର ହସ୍ତତନ୍ତ ପୋଷାକ ପରିଧାନ ସହ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସଂସ୍କୃତିକୁ ପ୍ରଚାର କରିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ