ବାହାରିନର ରାଜାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାହାରିନର ଶାହ ହମଦ ବିନ ଇସା ଅଲ୍ ଖଲିଫାଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଉଭୟ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଉପରେ ଆଲୋଚନା କରିଥିଲେ ଏବଂ ଏହି ଅଞ୍ଚଳରେ ଶକ୍ତି ଓ ବେସାମରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା କରିଥିଲେ। ବାହାରିନ ଶାସକଙ୍କ ସହ ଟେଲିଫୋନରେ କଥାବାର୍ତ୍ତା ସମୟରେ, ପ୍ରଧାନମନ୍ତ୍ରୀ ନୌଚାଳନାର ସ୍ୱାଧୀନତା ସୁନିଶ୍ଚିତ କରିବା ଏବଂ ଜାହାଜ ଚଳାଚଳ ପଥଗୁଡ଼ିକୁ ଖୋଲା ଏବଂ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ମୋଦି କହିଛନ୍ତି – ବାହାରିନର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ତାଙ୍କର ଫଳପ୍ରଦ ଆଲୋଚନା ହୋଇଛି। ମୁଁ ତାଙ୍କୁ ଏବଂ ବାହାରିନର ଲୋକମାନଙ୍କୁ ଇଦ୍ ଅଲ୍-ଫିତରରେ ମୋର ହୃଦୟର ଶୁଭେଚ୍ଛା ଜଣାଇଲି। ଏକ୍ସରେ ଏକ ପୋଷ୍ଟରେ ମୋଦି କହିଛନ୍ତି ଯେ, ଆମେ ପଶ୍ଚିମ ଏସୀୟ କ୍ଷେତ୍ରର ବର୍ତ୍ତମାନର ପରିସ୍ଥିତି ଉପରେ ଆଲୋଚନା କରିଛୁ। ଆମେ ଏହି ଅଞ୍ଚଳରେ ଶକ୍ତି ଏବଂ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦ କରିଛୁ ଏବଂ ବିଶ୍ୱ ଖାଦ୍ୟ, ଇନ୍ଧନ ଏବଂ ସାର ସୁରକ୍ଷା ଉପରେ ଏହାର ପ୍ରତିକୂଳ ପ୍ରଭାବକୁ ରେଖାଙ୍କିତ କରିଛୁ।

ପ୍ରଧାନମନ୍ତ୍ରୀ ବାହାରିନରେ ଭାରତୀୟ ସଂପ୍ରଦାୟର ଉତ୍ତମ ବାତାବରଣକୁ ନେଇ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଆମେରିକା ଓ ଇସ୍ରାଏଲ ଦ୍ୱାରା ୨୮ ଫେବ୍ରୁଆରୀରେ ଇରାନ ଉପରେ ଆକ୍ରମଣ ପରେ, ଏହା ମୋଦିଙ୍କ ବାହାରିନର ଶାସକଙ୍କ ସହ କଥା ହେବାର ଦ୍ୱିତୀୟ ଥର ଥିଲା।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଦିଲ୍ଲୀ ହୋଟେଲ ନିଆଁରେ ୨୧ ମୃତ

    ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରର ଗୋଟିଏ ହୋଟେଲରେ ଘଟିଥିବା ଭୟଙ୍କ ଅଗ୍ନିକାଣ୍ଡ ୨୧ ଜଣଙ୍କ ଜୀବନ ନେଇଛି। ସେହିପରି ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ୮ ଜଣ ଏବେ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ମୃତାହତଙ୍କ ମଧ୍ୟରେ ରହିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ