ଥମୁନି ରାଜ୍ୟସଭା ନିର୍ବାଚନ ତାତି: ସଭ୍ୟ ପଦ ରଦ୍ଦ ପାଇଁ ସୁପ୍ରିମକୋର୍ଟ ଯିବ ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ସପ୍ତାହେ ବିତିବା ପରେ ବି ଥମୁନି ରାଜନୀତି ତାତି । ପ୍ରତିଦିନ ଲାଗି ରହିଛି ବାଦ ଓ ବିବାଦ । ବିଜେଡିରୁ ନିଲମ୍ବିତ ୬ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ସୁପ୍ରିମକୋର୍ଟ ଯିବ ଦଳ । ପ୍ରଥମେ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ପାଖକୁ ଯିବେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଯଦି ବାଚସ୍ପତି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରମକୋର୍ଟ ପର୍ୟ୍ୟନ୍ତ ଯିବ ଦଳ । ୬ ଜଣ ବିଧାୟକ ଏହି ଘଟଣାକୁ ସହଜରେ ନ ନିଅନ୍ତୁ ବୋଲି ଚେତାଇ ଦେଇଛନ୍ତି ଦଳର ମୁଖପାତ୍ର ଲେଲିନ ମହାନ୍ତି ।
ଲେନିନ୍ କହିଛନ୍ତି ଯେ, ସେମାନେ ଯଦି ଭାବୁଛନ୍ତି, ଦିଲ୍ଲୀପ ରାୟଙ୍କ ସାହାଯ୍ୟରେ ରକ୍ଷା ପାଇଯିବେ ତାହା ଭୁଲ । ଦିଲ୍ଲୀପଙ୍କ ବିରୋଧରେ ଅନେକ ମାମଲା ରହିଛି । ସେ ନିଜେ କେତେବେଳେ ବି ଫସିଯିବେ । ଏହି ବିଧାୟକମାନେ ଦଳ ପାଇଁ ଅନ୍ୟାୟ କରିଛନ୍ତି, ବିଜେଡି ସେମାନଙ୍କୁ ଛାଡ଼ିବ ନାହିଁ ବୋଲି ଲେନିନ୍ ଗର୍ଜନ କରିଛନ୍ତି ।
ଏ ସମ୍ପର୍କରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଦଳର ସମ୍ୱିଧାନ ଅନୁଯାୟୀ ଶୃଙ୍ଖଳା ଭାଙ୍ଗିଥିବାରୁ କାର୍ୟ୍ୟାନୁଷ୍ଠାନ ହୋଇଛି । କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନଥିଲା । ଶୃଙ୍ଖଳା କମିଟି କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା । ନବୀନ ବାବୁ ରାଜନୈତିକ ବ୍ୟାପାର କମିଟି ଡାକି କଥା ହେଲେ, କମିଟି କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିସ କଲେ, ତେଣୁ ନିଲମ୍ୱନ କରାଗଲା ବୋଲି ଶ୍ରୀ ମିଶ୍ର କହିଛନ୍ତି । ଦଳର ନିଷ୍ପତ୍ତିକୁ ମାନି ନଥିବାରୁ ସଭ୍ୟ ପଦ କାହିଁକି ରଦ୍ଦ କରାନଯିବ । ସେ ନେଇ ବାଚସ୍ପତିଙ୍କ ପାଖରେ ବିଜେଡି ଆବେଦନ କରିବ । ଏହା ସହ ରାଜ୍ୟସଭା ନିର୍ବାଚନରେ ୨ ବିଧାୟକଙ୍କୁ ଦ୍ୱିତୀୟ ବାଲଟ ଦିଆଯାଇଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ ବାଚସ୍ପତି ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପାଖରେ ବିଜେଡି ଫେରାଦ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଅପରପକ୍ଷେ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ ହେଲାଣି ତ ପୁଣି କାହା ବିରୋଧରେ ବିଷୋଦଗାର ଜାରି ରହିଛି । ପ୍ରଥମେ ବିଜେଡି ସମର୍ଥକମାନେ ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ । ପରେ ଦେବୀଙ୍କ ସମର୍ଥକମାନେ ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୁଣି ବିଜେଡି ପକ୍ଷରୁ ଦେବୀଙ୍କ ସମର୍ଥକ ଥିବା କିଛି ଛାତ୍ର ଓ ଯୁବନେତାଙ୍କୁ ନିଲମ୍ବନ କରାଯାଇଥିବାରୁ ସେମାନେ ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଘର ସାମ୍ନାରେ ବିକ୍ଷୋଭ କରିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଛାତ୍ରନେତା ଗିରଫ ହୋଇଛନ୍ତି । ବିଜେଡି ଓ କଂଗ୍ରେସର ବହୁ ନେତା ଦୁଇ ଭାଗ ହୋଇ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଇତିମଧ୍ୟରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନେ ନିଜ ନିଜ ଅଞ୍ଚଳରେ ରୋଡ୍ ସୋ, ବଡ଼ ବୈଠକ କରି ସାଙ୍ଗଠନିକ ପତିଆରା ଦେଖାଇବା ଆରମ୍ଭ କରିଛନ୍ତି ।

ବିଜେଡିରେ ବିବାଦ ଟିକେ ଉଗ୍ର ରୂପ ଧାରଣ କରିଥିବା ବେଳେ ଦଳୀୟ ଅନ୍ତଃକନ୍ଦଳ ଏବେ ରାଜରାସ୍ତାକୁ ଆସିଯାଇଛି । ହେଲେ କଂଗ୍ରେସର ଏହି କନ୍ଦଳ କେବଳ କଥା କଟାକଟିରେ ସୀମିତ ରହିଛି । କଂଗ୍ରେସରୁ ନିଲମ୍ବିତ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ତାଙ୍କ ପୁଅ ସାଗର ବିରୋଧରେ ବର୍ଷୁଥିବା ବେଳେ ପ୍ରତି ଜବାବରେ ଭକ୍ତ ଓ ସାଗର ମଧ୍ୟ ରମେଶଙ୍କ ବିରୋଧରେ ନାନା ଅଭିଯୋଗ ବାଢ଼ିଛନ୍ତି । କେବଳ ସେତିକିରେ ସୀମିତ ନରହି ସାନଖେମୁଣ୍ଡି, କଟକ ବାରବାଟି ଓ ମୋହନାରେ କଂଗ୍ରେସ ବିକଳ୍ପ ନେତା ତିଆରି କରିବାରେ ଲାଗିପଡ଼ିଛି । ସମ୍ପୃକ୍ତ ଅଞ୍ଚଳର ପୁରୁଖା କଂଗ୍ରେସ ନେତାଙ୍କୁ ଆଣି କଂଗ୍ରେସ ଭବନରେ ପ୍ରତିଦିନ ବୈଠକ କରି କସରତ ଜାରି ରଖିଛି ।

ବିଜେଡିରୁ ନିଲମ୍ବିତ ବିଧାୟକ ଚକ୍ରମଣି କହଁର କହିଛନ୍ତି, ଏ ନିଲମ୍ୱନ ନିର୍ଦ୍ଦେଶକୁ ମୁଁ ଗ୍ରହଣ କରିପାରୁନି । ଭାବିଚିନ୍ତି ଭୋଟ ଦେଇଛି । ବିଜୁ ଲିଗାସୀକୁ ଭୋଟ ଦେଇଛି । ପ୍ରଥମ ଭୋଟ ଦଳର ନିର୍ଦ୍ଦେଶରେ ଦେଇଛି । ଦ୍ୱିତୀୟ ଭୋଟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଛି । ଦଳର ନିର୍ଦ୍ଦେଶକୁ କେବେ ଅବହେଳା କରିନି । ଏବେ ଦଳ ନିଷ୍ପତ୍ତି କ’ଣ କରିବ, ସେଇଟା ସେମାନେ ନିଷ୍ପତ୍ତି ନେବେ । ରାଜ୍ୟସଭାରେ ହ୍ୱିପ ଲାଗୁ ହୁଏ ନାହିଁ । ମୁଁ ବିଶ୍ୱାସଘାତକତା କରି ନାହିଁ ବୋଲି ଶ୍ରୀ କହଁର କହିଛନ୍ତି ।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ