ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍‌ ଗୃହୀତ

ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍ ୨୦୨୬ ବାଚନିକ ଭୋଟରେ ଗୃହୀତ ହୋଇଛି।ଏହି ବିଲ୍ ଅନୁଯାୟୀ, ଟ୍ରାନ୍ସଜେଣ୍ଡର ଚିହ୍ନଟ ପାଇଁ ମେଡିକାଲ୍ ବୋର୍ଡର ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ମୌଳିକ ଅଧିକାରର ଉଲ୍ଲଙ୍ଘନ କହି ବିରୋଧ କରିଥିଲେ, କିନ୍ତୁ ଶେଷରେ ଏହା ବାଚନିକ ଭୋଟ୍‌ରେ ଗୃହୀତ ହୋଇଛି। ଏହି ବିଲ୍ ୨୦୧୯ର ପୁରୁଣା ଆଇନରେ କେତେକ ଗୁରୁତ୍ୱପୂର୍ଣ୍ଣ ଏବଂ ବିବାଦୀୟ ପରିବର୍ତ୍ତନ ଆଣିବାକୁ ଯାଉଛି। ସୋମବାର ​‌​‌ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଆଇନ (ସଂଶୋଧନ) ବିଲ୍‌ ୨୦୨୬କୁ ଆଗତ କରିଥିଲେ। ବିଲ୍‌ ଆଗତ ପରେ ଏହାକୁ ବିସ୍ତୃତ ତର୍ଜମା ନିମନ୍ତେ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇ ଦିଆଯାଇଛି। ଲିମିଟେଡ୍‌ ଲାଏବିଲିଟି ପାର୍ଟନରସିପ୍ ଆଇନ ୨୦୦୮ ଓ କମ୍ପାନୀ ଆଇନ ୨୦୧୩ ସଂଶୋଧନ କରିବା ଲାଗି ଏହି ନୂଆ ବିଲ୍‌ ଆଗତ କରାଯାଇଛି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି ବ୍ୟାବସାୟିକ ନିୟମକୁ ସହଜ କରିବା ଏବଂ କମ୍ପାନୀ ଆଇନର କିଛି ଛୋଟ ଅପରାଧକୁ ଅପରାଧ ଶ୍ରେଣୀରୁ ବାଦ୍ ଦେବା।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ