ମହିଳାମାନେ ପସନ୍ଦ କରୁଥିବା ପୁରୁଷ

ଜୀବନକୁ ସରସ ସୁନ୍ଦର କରିବା ଲାଗି ଅନେକ ଉପାୟ ରହିଛି । ପ୍ରତିଟି ବ୍ୟକ୍ତିର ଜୀବନରେ ଜୀବନସାଥୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିଲାଗି ସେ ମହିଳା ହେଉ ଅବା ପୁରୁଷ, ସମସ୍ତେ ନିଜ ପାଇଁ ଭଲ ଜୀବନସାଥୀ ଖୋଜିବାକୁ ଚେଷ୍ଟା କରିଥାନ୍ତି । ତେବେ ମହିଳାଙ୍କୁ କିଭଳି ଜୀବନସାଥୀ ଆବଶ୍ୟକ ଓ ମହିଳା ମାନେ କେଉଁ ପ୍ରକୃତିର ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଆସନ୍ତୁ ସେ ବିଷୟରେ ଜାଣିବା । ଯେପରିକି:

– ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା:
ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି ପୁରୁଷ ଗମ୍ଭୀର ଏବଂ ଜ୍ଞାନୀ ହୋଇଥାନ୍ତି । ଏମାନେ କାହା ସହ ଖରାପ ବ୍ୟବହାର କରି ନ ଥାନ୍ତି । ମହିଳାମାନଙ୍କୁ ବହୁତ ସମ୍ମାନ କରନ୍ତି । ଏଥିସହ ନିଜର କଥାରେ ସମସ୍ତଙ୍କ ମନ କିଣିନେଇଥାନ୍ତି ।

– ବ୍ୟକ୍ତିତ୍ୱର ଗୁରୁତ୍ୱ:
ମହିଳା ଏବଂ ପୁରୁଷ ଚାହାନ୍ତି ସେମାନଙ୍କ ଜୀବନସାଥୀ ଦେଖିବାକୁ ସୁନ୍ଦର ହୋଇଥାନ୍ତୁ । ହେଲେ ମହିଳାଙ୍କ ଲାଗି ସାଥୀର ସୁନ୍ଦରତାରୁ ଅଧିକ ତାଙ୍କ ବ୍ୟକ୍ତିତ୍ୱର ଗୁରୁତ୍ୱ ରହିଛି । ପୁରୁଷଟିଏ ଯଦି ଗର୍ବୀ ହୋଇଥାଏ ନଚେତ ଲୋଭୀ, ଧ୍ରୁତ ତେବେ ମହିଳାମାନେ ତାଙ୍କଠାରୁ ଦୂରରେ ରୁହନ୍ତି । ଯେଉଁ ପୁରୁଷ ସଚ୍ଚୋଟ ଏବଂ ପରିଶ୍ରମୀ ହୋଇଥାନ୍ତି ସେମାନଙ୍କୁ ମହିଳାମାନେ ପସନ୍ଦ କରିଥାନ୍ତି । ଏଭଳି ଲୋକ ସମସ୍ତ କଷ୍ଟର ସମ୍ମୁଖୀନ ହୋଇପାରନ୍ତି ।

– ଶ୍ରୋତା ସ୍ୱଭାବର ପୁରୁଷ:
ପ୍ରତିଟି ମହିଳା ଚାହେଁ ତାର ଜୀବନସାଥୀ ତାର ପ୍ରତିଟି କଥା ଶୁଣନ୍ତୁ । ତାକୁ ବୁଝନ୍ତୁ । ମହିଳାମାନେ ଜୀବନସାଥୀଙ୍କ ଦୁଖକଷ୍ଟ ବାଣ୍ଟିବାରେ ନିଜର ଖୁସି ପାଇଥାନ୍ତି । ଏମିତିରେ ଯଦି ପୁରୁଷଟିଏ କେବଳ ନିଜ କଥା ଚିନ୍ତା କରେ ତେବେ ମହିଳାମାନେ ତାଙ୍କଠାରୁ ଦୂରେଇ ଯାଆନ୍ତି ।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ