ବିଜୟରୁ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ : ବିଜୟରୁ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ ଇଣ୍ଡିଆନ୍ସ । କଲକତାକୁ ୬ ଓ୍ବିକେଟ୍ ହରାଇ ପ୍ରଥମ ବିଜୟ ବିଜୟ ହାସଲ କରିଛି ପାଣ୍ଡ୍ୟା ବାହିନୀ । ୨୨୧ ରନର ବିଜୟ ଲକ୍ଷ୍ୟକୁ ୫ ବଲ ବାକିଥାଇ ଜିତି ନେଇ ମୁମ୍ବାଇ । ନମନ ଧିର ଏକ ସୁନ୍ଦର ଚୌକା ମାରି ଦଳକୁ ବିଜୟ ଭେଟି ଦେଇଛନ୍ତି । ସେପଟେ ଆଜି କଲକତା ବୋଲରମାନେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ନାରାୟଣ, କାର୍ତ୍ତିକ ତ୍ୟାଗୀ ଏବଂ ବୈଭବ ଅରୋରା ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଥିଲେ ।୨୨୧ ରନର ବିଶାଳ ଲକ୍ଷ୍ୟ ରହିଥିଲେ ସୁଦ୍ଧା ଦୁଇ ଓପନର ରୋହିତ ଶର୍ମା ଏବଂ ରିକଲଟନ୍ ପ୍ରଥମରୁ କଲକତା ବୋଲରଙ୍କୁ ଧୂଲେଇ କରିବା ଆରମ୍ଭ କରିଥିଲେ । ରୋହିତ ଶର୍ମା ୩୮ ବଲରୁ ୭୮ ରନ୍ କରିଥିବାବେଳେ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳି ସୂର୍ୟ୍ୟକୁମାର ଯାଦବ ୮ ବଲରୁ ୧୬ ରନ୍ କରିବାରେ ସକ୍ଷମ ହୋଇଥିଲେ । ଚୌକା ସହାୟତାରେ ଖାତା ଖୋଲି ଫ୍ୟାନ୍ସଙ୍କୁ ଖୁସି କରିଥିଲେ ସ୍କାଏ । ମାତ୍ର ବଡ଼ ସ୍କୋରରେ ଏହାକୁ ପରିବର୍ତ୍ତନ କରିପାରିନଥିଲେ । ଦଳକୁ ବିଜୟ ଅଭିମୁଖେ ନେଉଥିବାବେଳେ ଭୁଲ୍ ନିଷ୍ପତ୍ତି ପାଇଁ ରିକଲଟନ୍ ରନ୍ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ସେ ୪୩ ବଲରୁ ୮୧ ରନ୍ କରିବାରେ ସକ୍ଷମ ହୋଇଥିଲେ । ତିଲକ ବର୍ମା ୧୪ ବଲରୁ ୨୦ ରନ୍ କରି ନାରାୟଣଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ।

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । କଲକତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ମୁମ୍ବାଇ । କଲକତାର ଦୁଇ ଓପନର ରାହାଣେ ଏବଂ ଫିନ୍ ଆଲେନ୍ ଦମଦାର ପାଳି ଆରମ୍ଭ କରିଥିଲେ । ଉଭୟ ମୁମ୍ବାଇ ବୋଲରଙ୍କୁ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳିଥିଲେ । ରାହାଣେ ୪୦ ବଲରୁ ୬୭ ରନର ପାଳି ଖେଳିଥିବାବେଳେ ଫିନ୍ ୧୭ ବଲରୁ ୩୭ ରନର ପାଳି ଖେଳିଥିଲେ ।
ପରେ ଗ୍ରୀନ୍ ମଧ୍ୟଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରି ୧୦ ବଲରୁ ୧୮ ରନ୍ କରିଥିଲେ । ମାତ୍ରପରେ ରଘୁବଂଶୀ ରାହାଣେଙ୍କ ସାଥ୍ ଦେଇଥିଲେ । ସେ ୨୯ ବଲରୁ ୫୧ ରନ କରିଥିଲେ । ଫଳରେ କଲକତା ୪ ଓ୍ବିକେଟ୍ ବିନିମୟରେ ୨୨୦ ରନ୍ କରିବାରେ ସକ୍ଷମ ହୋଇଥିଲା ।ସେପଟେ ମୁମ୍ବାଇ ପକ୍ଷରୁ ସାର୍ଦ୍ଧୁଲ୍ ଠାକୁର ୩ ଓ୍ବିକେଟ୍ ଅକ୍ତିଆର କରିଥିଲେ । ଏହାସହ ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ୍ନେଇଥିଲେ ।

ମୁମ୍ବାଇର ଷ୍ଟାର ବୋଲର ଜଶପ୍ରିତ୍ ବୁମାର ଆଜିର ମ୍ୟାଚରେ ଓ୍ବିକେଟ୍ ଲେସ୍ ହୋଇଛନ୍ତି । ଏହାସହ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ୪ ଓଭରରେ ୩୫ ରନ୍ ବ୍ୟୟ କରିଛନ୍ତି ।କଲକତା ପକ୍ଷରୁ ରିଙ୍କୁ ସିଂହ କମାଲ ବ୍ୟାଟିଂ କରିବା ସହ ୨୧ ବଲରୁ ୩୩ ରନ୍ କରି ଅପରାଜିତ ରହିଥିଲେ । ଶେଷ ଓଭର ଗୁଡ଼ିକରେ ମୁମ୍ବାଇ ବୋଲରଙ୍କୁ ଧୂଲେଇ କରିଥିଲେ ।

  • Related Posts

    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading
    ଆଜି ରାଜସ୍ଥାନକୁ ଭେଟିବ ଚେନ୍ନଇ

    ଗୁଆହାଟୀ: ଆଇପିଏଲର ୧୯ତମ ସଂସ୍କରଣର ସୋମବାର ତୃତୀୟ ମ୍ୟାଚ ଗୁଆହାଟୀର ଆସାମ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ​‌ରେ ଦୁଇ ପୂର୍ବତନ ଚମ୍ପିଆନ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମୁହାଁମୁହିଁ ହେବେ। ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍‌ସରୁ ଖେଳି ଆସୁଥିବା ସଞ୍ଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ