ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ । କିନ୍ତୁ ପ୍ରାୟତଃ ଲୋକମାନେ କଖାରୁର ନାମ ଶୁଣି ନାକ ଏବଂ ପାଟିକୁ ସଙ୍କୁଚିତ କରିବା ଆରମ୍ଭ କରନ୍ତି ।ଏହି କାରଣରୁ ଆପଣ ଅନେକ ପୁଷ୍ଟିକର ଖାଦ୍ୟରୁ ବଞ୍ଚିିତ ହୋଇପାରନ୍ତି ।ଏପରି ପରିସ୍ଥିତିରେ ଆପଣ କଖାରୁ ମଞ୍ଜି ଖାଇ ମଧ୍ୟ ଲାଭ ପାଇପାରିବେ । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

କଖାରୁ ମଞ୍ଜି ହୃଦୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କାରଣ ଏଥିରେ ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟ୍‌ ଥାଏ ଓ ଏଥିରେ ମୋନୋସାଟୁରେଟେଡ୍‌ ଫ୍ୟାଟି ଏସିଡ୍‌ ମଧ୍ୟ ରହିଛି । ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।ଏଥିରେ ଥିବା ମ୍ୟାଗ୍‌ନେସିୟମ୍‌ ଯାହା ହୃଦୟକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ ।
କଖାରୁ ମଞ୍ଜିରେ କ୍ୟାଲସିୟମ ରହିଛି, ଯାହା ହାଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ହାଡ ସହ ଜଡିତ ରୋଗରୁ ମୁକ୍ତି ଦେଇଥାଏ । ଏହି ମଞ୍ଜିରେ ରହିଛି ଫସଫରସ୍‌ ଏବଂ ଜିଙ୍କ । ଏହି କାରଣରୁ ଏହା ଅଷ୍ଟିଓପୋରୋସିସ୍‌ ଭଳି ରୋଗ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି ।
କଖାରୁ ମଞ୍ଜିରେ ମେଟାବୋଲିଜିମ ଦ୍ୱାରା ଖାଦ୍ୟ ଧିରେ ଧିରେ ହଜମ ହୋଇଥାଏ ।ତେଣୁ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ ଏବଂ ଓଜନ ହ୍ରାସ କରିବାରେ ଏହା ସାହାଯ୍ୟ କରେ । ଏଥିସହ ଏଥିରେ କ୍ୟାଲୋରୀ ଏବଂ ଅଧିକ ଫାଇବର ରହିଛି, ଯାହା ଆପଣଙ୍କ ଓଜନ ହ୍ରାସ କରିପାରିବେ ।

ଯଦି ଆପଣ ଚାପ ଏବଂ ଟେନସନରେ ଅଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଖାଦ୍ୟରେ କଖାରୁ ମଞ୍ଜି ଅନ୍ତର୍ଭୁକ୍ତ କରିବା ଉଚିତ । କାରଣ ଏହି ମଞ୍ଜିରେ ରହିଛି ଟ୍ରାଇପଟୋଫାନ୍‌ ଆମିନୋ ଏସିଡ୍‌ ମିଳିଥାଏ ଯାହା ଟେନ୍ସନ୍‌ ଏବଂ ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କଖାରୁ ମଞ୍ଜିରେ ଅନେକ ଖଣିଜ ପଦାର୍ଥ ତଥା ମାଙ୍ଗାନିଜ, ତମ୍ବା, ଜିଙ୍କ ଏବଂ ଫସଫରସ୍‌ ପରି ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । କଖାରୁ ମଞ୍ଜିରେ ଥିବା ଖଣିଜ ପଦାର୍ଥ ରକ୍ତରେ ସାଧାରଣ ପରିମାଣର ଲବଣର ମାତ୍ରା ବଜାୟ ରଖିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।
କଖାରୁ ମଞ୍ଜି ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇପାରେ । ଏହା ରକ୍ତରେ ଇନସୁଲିନ୍‌ ପରିମାଣକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ।ଏଥିରେ ଫାଇବରର ଉପସ୍ଥିତି ହେତୁ ଏହା ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ ଓ ଯେଉଁଥିପାଇଁ ରକ୍ତରେ ଥିବା ଚିନି କଣିକା କମିଯାଏ । ଅଗ୍ନାଶୟ ସଠିକ୍‌ ପରିମାଣର ଇନସୁଲିନ୍‌ ତିଆରି କରିଥାଏ ।

କଖାରୁ ମଞ୍ଜି ଖାଇବା ଦ୍ୱାରା କେଶକୁ ଅନେକ ଲାଭ ମିଳିଥାଏ । ଏଥିରେ ଥିବା ଭିଟାମିନ୍‌ ଏବଂ ମିନେରାଲ୍ସ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ ଓ ଏହା କେଶ ଛଡିବାକୁ ମଧ୍ୟ ହ୍ରାସ କରିଥାଏ । କେଶ ମଜଭୁତ ଏବଂ ସୁନ୍ଦର ହୋଇଯାଏ । ଯଦି ଆପଣ ମଧ୍ୟ ଲମ୍ବା ଏବଂ ଚକଚକିଆ କେଶ ଚାହୁଁଛନ୍ତି, ତେବେ ନିୟମିତ କଖାରୁ ମଞ୍ଜି ଖାଇବା ଆରମ୍ଭ କରନ୍ତୁ । ଖୁବ୍‌ କମ୍‌ ଦିନରେ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ ।

  • Related Posts

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading
    ଟେଡି ବିୟର୍ ର ଯତ୍ନ ନିଅନ୍ତୁ ନହେଲେ ରୋଗିଣା ହେବ ଶିଶୁ

    ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ