ବଜେଟ୍‌ ଅଧିବେଶନରେ ବିଜୁ ଝଡ଼

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବଜେଟ୍‌ ଅଧିବେଶନରେ ବିଜୁ ଝଡ଼। ଆଜି ବି ଚାଲିପାରିନି ବିଧାନସଭା। ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ଗୃହ ମଧ୍ୟରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ନାରାବାଜି କରିଛନ୍ତି। ସେପଟେ ଆଜି ଗୃହ ରେ ୨୦୨୬-୨୭ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିୟୋଜନ ବିଭାଗ ର ପ୍ରଶ୍ନ କାଳ ରହିଛି । ଏସସିବି ଅଗ୍ନିକାଣ୍ଡ ଘଟଣା କୁ ନେଇ ବିରୋଧୀ ୧୭ ତାରିଖ ରୁ ପ୍ରତିବାଦ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଇସ୍ତଫା ଦାବିକରି ଆସୁଛନ୍ତି। ଯାହାକୁ ନେଇ ବିଧାନସଭା ରେ ଅଚଳାବସ୍ଥା ଜାରି ରହିଛି । ବିଜୁ ବାବୁଙ୍କ ସମ୍ପର୍କରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ମନ୍ତବ୍ୟ ରାଜ୍ୟ ରାଜନୀତି ରେ ନୂଆ ଝଡ଼ ସ୍ରୁଷ୍ଟି କରିଛି । ଏହି ପ୍ରସଙ୍ଗ ମଧ୍ୟ ଆଜି ଗୃହରେ ଉଠିଛି । ହଟ୍ଟଗୋଳ ଭିତରେ ଗୃହ ସାଢେ ୧୧ଟା ପର୍ୟ୍ୟନ୍ତ ମୁଲତବି ରହିଥିଲା।

  • Related Posts

    ବିନୟତୋଷ ମିଶ୍ରଙ୍କୁ ଡିଜିପି ଦାୟିତ୍ୱ

    ଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ୟ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍…

    Continue reading
    ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

    ରାଜଧାନୀ ଭୁବନେଶ୍ୱରରେ ଚିହ୍ନଟ ହେଲେ କୋଭିଡ୍‌ ଆକ୍ରାନ୍ତ। ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଉକ୍ତ ହସ୍ପିଟାଲ କର୍ତ୍ତୃପକ୍ଷ।ଏହି କୋଭିଡ୍‌ ଆକ୍ରାନ୍ତଙ୍କ ଘର ବରମୁଣ୍ଡା ଅଞ୍ଚଳରେ। ତାଙ୍କୁ ୫୦ ବର୍ଷ ହୋଇଛି। ଏହା ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ