ଆଜି ଖରିଫ୍‌ ଧାନକିଣା ଶେଷ, ମନ୍ତ୍ରୀ କହିଲେ ଆଉ ୨ ଦିନ ବଢିପାରେ

ଭୁବନେଶ୍ୱର: ଆଜି ରାଜ୍ୟରେ ଶେଷ ହେବ ଖରିଫ୍ ଧାନକିଣା । ହେଲେ ଏ ପର୍ଯ୍ୟନ୍ତ ରାଜ୍ୟରେ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଥିବା ଲକ୍ଷାଧିକ ଚାଷୀ ଧାନ ବିକ୍ରି କରିନପାରି ଅପେକ୍ଷା କରି ବସିଛନ୍ତି । ରାଜ୍ୟରେ କେଉଁଠି ରାସ୍ତାରୋକ ତ ଆଉ କେଉଁଠି ମଣ୍ଡି ଆଗରେ ଚାଷୀ ଧାରଣା ଦେଇଛନ୍ତି । ତଥାପି ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ନିଦ ଭାଙ୍ଗୁନି । ଖରିଫ୍ ଧାନ କିଣା ସମୟ ବଢ଼ାଇବାକୁ ରାଜ୍ୟ କିଷାନ କଂଗ୍ରେସ, ନବନିର୍ମାଣ କୃଷକ ସଙ୍ଗଠନ ସମେତ ବିଭିନ୍ନ ଚାଷୀ ସଙ୍ଗଠନ ଦାବି କରିଛନ୍ତି ।

ତେବେ ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି । ତେବେ ରାଜ୍ୟ ଯୋଗାଣ ବିଭାଗର ଘୋଷଣା ଅନୁସାରେ ଚଳିତ ମାର୍ଚ୍ଚ ୩୧ ତାରିଖ ଖରିଫ୍ ଧାନ କିଣାର ସମୟ ସୀମା ସରୁଛି । ହେଲେ ଚାଷୀଙ୍କ ପାଖରେ ପାଖାପାଖି ଆଉ ୩୨ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ବଳକା ଧାନ ରହୁଛି । ଚାଷୀ ଏବେ କରିବେ କଣ ବୋଲି ଅଖିଳ ଭାରତ କିଷାନ କଂଗ୍ରେସ ରାଷ୍ଟ୍ରୀୟ ସଂଯୋଜକ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମବାୟ ପ୍ରକୋଷ୍ଠର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଏହା ସହିତ ରବି ଧାନ ପଞ୍ଜିକରଣ ସମୟ ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି କରିଛନ୍ତି ।

ଅପରପକ୍ଷେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଆମର ଏବର୍ଷ ବର୍ତ୍ତମାନ ସୁଦ୍ଧା ୭୬ ଲକ୍ଷ ୮୪ ହଜାର ୪୯୫ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିଛୁ । ସମୁଦାୟ ୧୮ ଲକ୍ଷ ୫୫ ହଜାର ୫୩୯ଜଣ ଚାଷୀ ଧାନ ବିକ୍ରି କଲେଣି । ତାଙ୍କ ଆକାଉଣ୍ଟକୁ ୨୨୪୮୦ କୋଟି ଦିଆସରିଛି । ଆମର ଲକ୍ଷ୍ୟ ଖରିଫରେ ୮୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ହେବ । ଆସନ୍ତାକାଲି ଶେଷ ଦିବସ ରହିଛି । ଶୀଘ୍ର ସାରିବାକୁ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛୁ । ଆବଶ୍ୟକ ହେଲେ ଦିନେ କିମ୍ବା ଦୁଇ ଦିନ ଧାନ ବିକ୍ରି ବଢ଼ିପାରେ । ଟୋକନ୍ ଯେଉଁମାନେ ପାଇଛନ୍ତି, ଆମେ ତାଙ୍କର ଧାନ କିଣିବୁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।

  • Related Posts

    ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ

    କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

    Continue reading
    ଶ୍ଵାସରୁଦ୍ଧ ହୋଇ ୨ ମୃତ

    ସମ୍ବଲପୁର: ଆଜି ସକାଳ ପ୍ରାୟ ୯ଟାରେ ବାମରା ବ୍ଲକ କେଶାଇବାହାଲ ଠାରେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟାଙ୍କି ଭିତରକୁ ପଶି ସେଣ୍ଟରିଂ ଖୋଳୁଥିବା ବେଳେ ୪ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଥି ମଧ୍ୟରୁ ୨ ଜଣ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ