ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଗତ ସିଜନରେ ଉଭୟ ଦଳ ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଥିଲେ । ମାତ୍ର ଏଥର ଫାଇନାଲ୍ ଖେଳିବାର ଆଶା ନେଇ ଉଭୟ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବେ ।ପୂର୍ବରୁ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ଦିଲ୍ଲୀ ୪ଟି ମ୍ୟାଚ ଜିତିଥିବାବେଳେ ଲକ୍ଷ୍ନୌ ୩ଟି ମ୍ୟାଚରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଉଭୟ ମ୍ୟାଚରେ ଦିଲ୍ଲୀ ବିଜୟୀ ହୋଇଥିଲା । ଉଭୟ ଦଳ ଜଣେ ଲେଖାଏଁ ପ୍ରମୁଖ ଖେଳାଳିଙ୍କ ବିନା ଆଜି ଗ୍ରାଉଣ୍ଡକୁ ଓହ୍ଲାଇବେ । ଲକ୍ଷ୍ନୌ ଦଳର ସ୍ପିନର ୱାନିଣ୍ଡୁ ହସରଙ୍ଗା ଆହତ ଅଛନ୍ତି । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତାଙ୍କୁ ଏପର୍ଯ୍ୟନ୍ତ ଭାରତ ପଠାଇ ନାହିଁ।
ସେହିପରି ଦିଲ୍ଲୀ ଦଳର ପେସ୍ ବୋଲର ମିଚେଲ ଷ୍ଟାର୍କ ଆହତ ଥିବାରୁ ଭାରତ ଆସି ନାହାନ୍ତି । ପନ୍ତଙ୍କ ବ୍ୟାଟିଂ ସ୍ଥାନକୁ ନେଇ ଉତ୍ସୁକତା ଲାଗି ରହିଛି । ସେ ଗତ ବର୍ଷ ଅନ୍ତିମ ଲିଗ୍ ମ୍ୟାଚରେ ୩ନଂ ସ୍ଥାନରେ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ମାତ୍ର ଏହି ସ୍ଥାନରେ ନିକୋଲାସ ପୂରନ ଢ଼େର ରନ୍ ସଂଗ୍ରହ କରିସାରିଛନ୍ତି । ଦିଲ୍ଲୀ ମଧ୍ୟ ୩ନଂ ସ୍ଥାନକୁ ନେଇ ପରୀକ୍ଷା ନିରୀକ୍ଷା କରିବା ସମ୍ଭାବନା ରହିଛି । ନୀତିଶ ରାଣାଙ୍କୁ ଆଜି ଏହି ସ୍ଥାନରେ ଖେଳାଇବା ପାଇଁ ଦିଲ୍ଲୀ ଚିନ୍ତା କରୁଛି । ସେ ଗତ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ଏହି ସ୍ଥାନରେ ବ୍ୟାଟିଂ କରି ଦିଲ୍ଲୀ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଥିଲେ ।

ଆଜି ସମସ୍ତଙ୍କ ନଜର ଲକ୍ଷ୍ନୌର ଦୁଇ ପେସ୍ ବୋଲର ମହମ୍ମଦ ସାମି ଓ ମୟଙ୍କ ଯାଦବଙ୍କ ଉପରେ ରହିବା ନିଶ୍ଚିତ । ସାମି ଗତ ସିଜନରେ ଘରୋଇ କ୍ରିକେଟ୍‌ରେ ଘାତକ ବୋଲିଂ କରିଥିଲେ ହେଁ ଭାରତୀୟ ଦଳକୁ ଫେରି ପାରିନଥିଲେ । ରଣଜୀ ଟ୍ରଫିରୁ ଆରମ୍ଭ କରି ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟି ପର୍ଯ୍ୟନ୍ତ ସବୁ ଫର୍ମାଟ୍‌ରେ ତାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଥିଲା । ଏଥର ଆଇପିଏଲ୍ ଜରିଆରେ ସେ ପୁଣି ଥରେ ଚୟନକର୍ତ୍ତାଙ୍କୁ ଭୁଲ ପ୍ରମାଣିତ କରିବାକୁ ପ୍ରୟାସ କରିବେ । ସେହିପରି ମୟଙ୍କ ଯାଦବ ଫିଟ୍ ହୋଇ ଫେରିଛନ୍ତି ଓ ପୂର୍ବ ଲୟ ଫେରି ପାଇଛନ୍ତି ।

ସମ୍ଭାବ୍ୟ ଦଳ
ଲକ୍ଷ୍ନୌ ପ୍ଲେଇଂ ଇଲେଭେନ: ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ, ରିଷଭ ପନ୍ତ (ଅଧିନାୟକ), ଆୟୂଷ ବାଦୋନି, ଅବଦୁଲ ସମଦ, ଅକ୍ସତ ରଘୁବଂଶୀ/ହିମତ ସିଂହ, ସାହବାଜ ଅହମ୍ମଦ, ମହମ୍ମଦ ସାମି, ମୟଙ୍କ ଯାଦବ, ଦିଗବେଶ ରାଠି, ଇମ୍ପାକ୍ଟ ସବ୍: ଆନରିଚ ନର୍ଜ ।

ଦିଲ୍ଲୀ ପ୍ଲେଇଂ ଇଲେଭେନ : କେଏଲ ରାହୁଲ, ପଥୁମ ନିଶଙ୍କା, ନୀତିଶ ରାଣା, ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ (ଅଧିନାୟକ), ଡେଭିଡ୍ ମିଲର, ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ଆକିବ ନବି, ଦୁଷ୍ମନ୍ତ ଚାମୀରା, କୁଲଦୀପ ଯାଦବ, ଇମ୍ପାକ୍ଟ ସବ: ଟି ନଟରାଜନ ।

  • Related Posts

    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading
    ଆଜି ରାଜସ୍ଥାନକୁ ଭେଟିବ ଚେନ୍ନଇ

    ଗୁଆହାଟୀ: ଆଇପିଏଲର ୧୯ତମ ସଂସ୍କରଣର ସୋମବାର ତୃତୀୟ ମ୍ୟାଚ ଗୁଆହାଟୀର ଆସାମ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ​‌ରେ ଦୁଇ ପୂର୍ବତନ ଚମ୍ପିଆନ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମୁହାଁମୁହିଁ ହେବେ। ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍‌ସରୁ ଖେଳି ଆସୁଥିବା ସଞ୍ଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ